"ଦୋହାକୋଷ ଓ ବୌଦ୍ଧ ଗାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫ କ ଧାଡ଼ି:
 
[[ଫାଇଲ:Odia script in Dohakosa by Sarahapada.svg|thumb|300px|[[ଚଉରାଶି ସିଦ୍ଧ]]ଙ୍କ ମଧ୍ୟରୁ [[ସରହାପାଦ]]ଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା [[ଓଡ଼ିଆ ଲିପି]]ର ପୁରାତନ ରୂପ ।]]
== ଦୋହାକୋଷ ==
ଦୋହାକୋଷର ଭାଷା [[ଶୌରସେଣୀ ଅପଭ୍ରଂଶ]], ଯାହା [[ଶୌରସେଣୀ ପ୍ରାକୃତ]]ର ବଂଶଧର ଅଟେ । ଏହି ଶୌରସେଣୀ ଅପଭ୍ରଂଶ ପରକାଳରେ ଅବହଟ ଭାବରେ ପରିଚିତ । ଅବହଟ ଭାଷାରେ [[ମୈଥିଳି ଭାଷା| ମୈଥିଳି]] କବି [[ବିଦ୍ୟାପତି]]ଙ୍କ ପ୍ରସିଦ୍ଧ ପୋଥି କୀର୍ତ୍ତିଲତା ରଚିତ ହୋଇଥିବାର ଜଣାଯାଇଥାଏ । <ref> ବିଦ୍ୟାପତି. ''କୀର୍ତ୍ତିଲତା''</ref> ଶୌରସେଣୀ ଅପଭ୍ରଂଶ ସେହିକାଳରେ ସାଧୁମାନଙ୍କର ଭାଷା ଥିଲା ଓ ସେଥିରେ ଅନେକ [[ବୌଦ୍ଧ ଧର୍ମ]] ଗ୍ରନ୍ଥ ମାନ ରଚିତ ହୋଇଥିଲା । [[ଓଡ଼ିଆ ଭାଷା]] ମୂଳତ [[ମାଗଧି ପ୍ରାକୃତ]] ଓ ଅପଭ୍ରଂଶ ସହିତ ସମ୍ବଧିତ ଯେଉଁଥିରେ ଶୌରସେଣୀ ଅପଭ୍ରଂଶର ପ୍ରଭାବ ରହିଅଛି । ତେବେ ଦୋହାକୋଷ ଅପଭ୍ରଂଶର ଭାଷା ବୌଦ୍ଧଗାନ ଓ ଦୋହାର ଅପଭ୍ରଂଶ ଭାଷାଠାରୁ ଅଲଗା ।
 
[[ନେପାଳ]]ରୁ ଆବିଷ୍କାର କରାଯାଇଥିବା ପୋଥିସମୂହ ମଧ୍ୟରେ ତାକର୍ଣାବ, ସୁଭାଷିତ ସଙ୍ଗ୍ରହ, ଦୋହାକୋଷ ପଞ୍ଜିକା, [[ଚର୍ଯାଚର୍ଯ ବିନିଶ୍ଚୟ]], ସରୋରୁହ ବ୍ରଜଙ୍କର ଦୋହାକୋଷ, କୃଷ୍ଣାଚାର୍ଯଙ୍କର ଦୋହାକୋଷ ଆଦି ପ୍ରଧାନ ।
 
ଏହି ସବୁ ପୋଥି ଅଧିକାଂଶ [[ତିବତ]] ଚାଲିଯାଇଛି ଓ ସେଠାରେ [[ତିବତି ଭାଷା]]ରେ ଅନୁବାଦିତ ହୋଇଛି । [[ତିବତି ଭାଷା]]ରେ ଅନୁଦିତ ପୋଥିଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ , ଯଥା:
* କେଙ୍ଗୁର ଗ୍ରନ୍ଥମାଳା (ବୁଦ୍ଧବଚନ) ଓ
* ତେଙ୍ଗୁର ବା ତାଞ୍ଜୁର (ବୌଦ୍ଧ ଧର୍ମ ସମ୍ଭନ୍ଧୀୟ)
ଦୋହାକୋଷ ଓ ବୌଦ୍ଧଅପଭ୍ରଂଶ ସାହିତ୍ୟ ସମ୍ଭନ୍ଧରେ ଡ. ସହିଦୁଲା.<ref> ସହିଦୁଲା. ''Les chants Mystique de Kanha et de Saraha''</ref> ଗ୍ରନ୍ଥରେ ଆଲୋଚିତ ବିଷୟ ଓ ଡ. ପ୍ରବୋଧଚନ୍ଦ୍ର ବାଗଚିଙ୍କର ତିଲୋପା ଓ ସହରପାଙ୍କର ସମ୍ବନ୍ଧୀୟ ଦୋହଗୁଡ଼ିକର ଆଲୋଚନା କରାଯାଇଛି ।<ref>ଡ. ପ୍ରବୋଧଚନ୍ଦ୍ର ବାଗଚି</ref> ଦୋହାକୋଷ ମଧ୍ୟରେ ସରହପାଦ ଓ କାହ୍ନୁପାଦଙ୍କର ଦୋହକୋଷ ପ୍ରଧାନ ।
ସରହପାଦ ଓ କାହ୍ନୁପାଦ
ପ୍ରାଚୀନତମ ଦୋହାକାର ସରୋରୁହବଜ ବା ପଦ୍ମବଜଙ୍କର ଜନ୍ମ ୮ମ ଶତକରେ ହୋଇଥିଲା । ସରୋରୁହବଜ ସରହପା ନାମରେ ଜଣା । ସେ ପ୍ରସିଦ୍ଧ ବୌଦ୍ଧ ଗ୍ରନ୍ଥ ବଜତନ୍ତ (ବଜ୍ରତନ୍ତ୍ର)ର ଲେଖକ ଥିଲେ । ଐତିହାସିକ ବିବରଣୀରୁ ଜଣାଯାଇଥାଏ ଯେ ସେ [[ଓଡ଼ିଆଣ]] ବା ଓଡ଼ିଶାବାସୀ ସିଦ୍ଧ ଆଧକ ଥିଲେ । ସରହପାଦ [[ଓଡ଼ିଶା]] ଆସି [[ମନ୍ତଜାନ]] (ମନ୍ତ୍ରଯାନ) ଶିକ୍ଷା କରିଥିଲେ ଓ [[ମହାରାଷ୍ଟ୍ର]] ଯାଇ ସେଠାରେ ସିଦ୍ଧାଚାର୍ଯ୍ୟ ଭାବରେ ପରିଚିତ ହୋଇଥିଲେ । ସରହପାଙ୍କ ବହୁ ତନ୍ତ୍ର ଗ୍ରନ୍ଥର ବିବରଣୀ ତେଙ୍ଗୁର ଗ୍ରନ୍ଥମାଳାରେ ମିଳିଥାଏ । ଆଶ୍ଚର୍ଯ୍ୟାଚର୍ଯାଚୟରେ ଏହାଙ୍କର ଚାରିଗୋଟି ଗୀତ ଦେଖାଯାଇଥାଏ । <ref>ଆଶ୍ଚର୍ଯ୍ୟାଚର୍ଯାଚୟ. ପଦ – ୨୨, ୩୨, ୩୮, ୩୯</ref>
 
ବୌଦ୍ଧଗାନର ଅନ୍ୟତମ କବି ହେଉଛନ୍ତି [[କାହ୍ନୁପା]] ବା [[କାହ୍ନୁପାଦ]] । ସେ [[କୃଷ୍ଣବଜ]] ([[କୃଷ୍ଣବଜ୍ର]]) ନାମରେ ମଧ୍ୟ ନାମିତ । ତେଙ୍ଗୁର ଗ୍ରନ୍ଥ ତାଲିକାରେ ଦୁଇଜଣ କୃଷ୍ଣାଚାର୍ଯ୍ୟ ଥିଲେ ବୋଲି ଜଣାଯାଇଥାଏ । ବୟସରେ ବଡ଼ କୃଷ୍ଣାଚାର୍ଯ୍ୟ [[ଓଡ଼ିଶା]]ର ଅଧିବାସୀ ଥିଲେ । ସୁମ୍ପା ରଚିତ ପାଗ-ସାମ-ଜୋଁ-ଜାଁ ପୋଥିରେ ସେ କାହ୍ନ ଭାବରେ ପରିଚିତ । ଏହି ପୋଥିର ବର୍ଣ୍ଣନା ଅନୁସାରେ ସେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନାଥସଂପ୍ରଦାୟର ପ୍ରଧାନ ଗୁରୁ ଜାଳନ୍ଧରି-ପାଦଙ୍କ ଦେଇ ଦୀକ୍ଷିତ ହୋଇଥିଲେ । <ref>ଓଡ଼ିଶାରେ ନାଥସମ୍ପ୍ରଦାୟ ଓ ନାଥ ସାହିତ୍ୟ</ref> କୃଷ୍ଣାଚାର୍ଯ୍ୟଙ୍କ ନାମରେ ୫୭ ଖଣ୍ଡ ବୌଦ୍ଧତାନ୍ତ୍ରିକ ପୋଥିର ପରିଚୟ ମିଳିଥାଏ । ତାଙ୍କର ଚର୍ଯାଚର୍ଯ୍ୟବିନିଶ୍ଚୟରେ ୧୧ଗୋଟି ଚର୍ଯା ରହିଅଛି ।
୨୧ କ ଧାଡ଼ି:
ଏହି ସବୁ ରଚୟିତା ମାନେ ରଚନାରେ ମାଗଧି ଅପଭ୍ରଂଶକୁ ଗ୍ରହଣ କରିଅଛନ୍ତି । ଏହି ହେତୁ ବୌଦ୍ଧଗାନ ଓ ଦୋହାର ଭାଷାରେ ମାଗଧି ଅପଭ୍ରଂଶର ସ୍ଵରୂପ ମିଳିଥାଏ ଯାହା ଆଧୁନିକ ଓଡ଼ିଆ ଭାଷାର ଜନନୀସ୍ଵରୂପ ।
 
୧୯୦୭ ମସିହାରେ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାର ଲାଇବ୍ରେରିରୁ ୫୦ଟି ଗୀତିକା ସମ୍ବଳିତ ଖଣ୍ଡିଏ ପୋଥି ପାଇ ତାହାକୁ ୧୯୧୬ରେ ପ୍ରକାଶ କରିଥିଲେ । ଏହି ପୋଥିଟିର ନାମ ହେଲା ବୌଦ୍ଧଗାନ ଓ ଦୋହା । ଏହୀ ଚର୍ଯଗୀତି ସଂଗ୍ରହଗ୍ରନ୍ଥଟି ଚର୍ଯଚର୍ଯାବିନିଶ୍ଚୟ ବା ଆଶ୍ଚର୍ଯ୍ୟ ଚର୍ଯାଚୟ ନାମରେ କଥିତ । ଏଥିରେ ଧର୍ମରେ ଆଚରଣ ଓ ଅନାଚରଣୀୟ ବିଧି ସମ୍ଭନ୍ଧରେ ବିଷୟ ସମୂହ ରହିଅଛି ।
 
ଏଥିରେ ବ୍ୟବହୃତ ଭାଷା ଖ୍ରୀ ୯ମ-୧୦ମ ସମୟର ଭାଷା । ଏହାକୁ ପ୍ରାଚ୍ୟ ଅପଭ୍ରଂଶ ଭାଷା ନାମରେ ଜଣା । ବୌଦ୍ଧସିଦ୍ଧାଚାର୍ଯ୍ୟ ମାନଙ୍କ ଦେଇ ଏସବୁ ରଚିତ ହୋଇଥିଲା ଓ ଏହି ଭାଷା ଆଧୁନିକ ଓଡ଼ିଆ ଭାଷାର ପ୍ରାଚୀନତମ ସ୍ଵରୂପ । ସମାନ କ୍ଷେତ୍ରରେ ବଙ୍ଗ, ଆସାମ ଓ ବିହାରର ଭାଷାବିଦମାନେ ଏହାକୁ ବଙ୍ଗଳା, ଆସାମୀ ଓ ଭୋଜପୁରୀ ଭାଷାର ମୂଳରୂପ ବୋଲି ଅଭିହିତ କରିଥାନ୍ତି । ଏହାର କାରଣ ସେହି ସବୁ ଭାଷାରେ ମଧ୍ୟ ଏହି ଦୋହାଗୀତିର ଭାଷା ସହ କେତେକାଂଶ ସମତା ରହିଅଛି । ତେବେ ଭାଷାତତ୍ଵ, ଇତିହାସ ଓ ଧର୍ମଦୃଷ୍ଟିରୁ ଏହାକୁ ଓଡ଼ିଆର ପ୍ରାଚୀନ ନିଦର୍ଶନ ବୋଲି ଜଣାଯାଇଥାଏ ।
 
== ବୌଦ୍ଧଗାନ ଓ ଦୋହାର ରଚୟିତା ==
ବୌଦ୍ଧଗାନ ଓ ଦୋହା ୮୪ ଜଣ ସିଦ୍ଧଙ୍କ ଦେଇ ଲେଖାଯାଇଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଓଡ଼ିଆଣ (ଉଡିଆନ ବା ଉଡ୍ଡୀୟାନ) ବା [[ଓଡ଼ିଶା]]ର ଅଧିବାସୀ । ଏହି ଭାଷାର ପ୍ରାଚୀନତମ କବି ହେଉଛନ୍ତି ସରହପାଦ ଓ ଏହି ୮୪ ସିଦ୍ଧଙ୍କର ଆଦି ସିଦ୍ଧାଚାର୍ଯ୍ୟ ଅଟନ୍ତି । ଏହି କବିଗଣ ନୂତନ ଛାନ୍ଦର ପ୍ରୟୋଗ ସାହିତ୍ୟରେ କରିଥିଲେ । ଏହା ହେଉଛି ଦୋହାଛାନ୍ଦ । ଏହି ଦୋହାଛାନ୍ଦରେ [[ସାରଳା ମହାଭାରତ]]କାଳୀନ ଦାଣ୍ଡିବୃତ୍ତର ଆଭାସ ମିଳିଥାଏ ।
 
[[ଚର୍ଯଚର୍ଯାବିନିଶ୍ଚୟ]]ରେ ([[ଆଶ୍ଚର୍ଯ୍ୟ ଚର୍ଯାଚୟ]]) ରେ ସବୁଠାରୁ ବେଶି ଦୋହା ରଚିଛନ୍ତି [[କାହ୍ନୁପାଦ]] । ଏହି ପୋଥିରେ କବିମାନଙ୍କର ନିମ୍ନଲିଖିତ ଦୋହା ସଂଖ୍ୟା ମିଳିଥାଏ ।
୫୧ କ ଧାଡ଼ି:
|}
 
== ଟୀକା ==
{{reflist}}
 
== ଆଧାର ==
* [[ବଂଶୀଧର ମହାନ୍ତି|ମହାନ୍ତି, ଡ. ବଂଶୀଧର]]. (୧୯୭୦) [http://oaob.nitrkl.ac.in/48/2/Odia_Sahityara_Itihasa-96.pdf [[ଓଡ଼ିଆ ସାହିତ୍ୟର ଇତିହାସ (ଭାଗ ୧)]]]. ଫ୍ରେଣ୍ଡସ ପବ୍ଲିସର୍ସ. କଟକ
 
[[ବିଭାଗଶ୍ରେଣୀ:ଭାଷା]]
[[ବିଭାଗଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ବିଭାଗଶ୍ରେଣୀ:ସାହିତ୍ୟ]]
[[ବିଭାଗଶ୍ରେଣୀ:ଓଡ଼ିଆ ସାହିତ୍ୟର ଇତିହାସ]]
[[ବିଭାଗଶ୍ରେଣୀ:ପାଳି ଭାଷା]]