"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା, ବେଶ-ଆଧାର
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୬ କ ଧାଡ଼ି:
[[ବୈଶାଖ]] ଶୁକ୍ଳ [[ତୃତୀୟା]] ([[ଅକ୍ଷୟ ତୃତୀୟା]]) ଠାରୁ [[ଜ୍ୟୈଷ୍ଠ|ଜ୍ୟେଷ୍ଠ]] ଶୁକ୍ଳ [[ଚତୁର୍ଦ୍ଦଶୀ]] ([[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ ।
 
ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ [[ଶ୍ରୀମନ୍ଦିର]]ରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
 
== ବାହାର ଚନ୍ଦନଯାତ୍ରା ==
ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ଵାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ଵତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ।
ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି [[ମଦନମୋହନ]], ଶ୍ରୀଦେବୀ<!--ଲକ୍ଷ୍ମୀ--> ଓ ଭୂଦେବୀ<!--ସରସ୍ଵତୀ-->। ବିମାନ ପଛ ପାଲିଙ୍କିଟିରେ [[ବଳରାମ]] ଓ [[କୃଷ୍ଣ]] ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ [[ମହାଦେବ]] ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି। <ref> ସୂର୍ଯ୍ୟପ୍ରଭା, ଗୁରୁବାର, ୩ ମଇ ୨୦୧୨, ପୃଷ୍ଠା: ୮</ref>
 
ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।
୩୬ କ ଧାଡ଼ି:
ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣି ଦ୍ଵାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ<!--ଲକ୍ଷ୍ମୀ-->, ଭୂଦେବୀ<!--ସରସ୍ଵତୀ-->, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ଵୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି [[ଜଗନ୍ନାଥଙ୍କ ସେବକ|ସେବକ]] ରହିଥାଆନ୍ତି । ଚାପ ଦ୍ଵୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।
 
ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । କ୍ରମାନୁଯାୟୀ ବେଶଗୁଡ଼ିକ ହେଲା: <ref>{{cite web |url= http://www.deityworship.com/archives/1127 |title=Festivals in the Hot Season – an interview with Jananivasa Prabhu - ISKCON Deity Worship Ministry |first= Gopāladeva |last=Dāsa|work=deityworship.com |quote=There is a list of Lord Jagannatha’s special dresses for every day of Candana Yatra. In His form as Madan-Mohan, the utsava Deity, |accessdate=2 January 2013}}</ref>
{{div col|2}}
# ଅକ୍ଷୟ ତୃତୀୟା: ନଟବର ବେଶ
# ବୈଶାଖ ଶୁକ୍ଳ ଚତୁର୍ଥୀ: ହରିଜନ୍ମ ବେଶ
# ବୈଶାଖ ଶୁକ୍ଳ ପଞ୍ଚମୀ: ରାଜାଧିରାଜ ବେଶ
୬୪ କ ଧାଡ଼ି:
<!--ବାହାର ଚନ୍ଦନ ଯାତ୍ରା ସମୟରେ ଶ୍ରୀଜୀଉଙ୍କର ଚଳନ୍ତିପ୍ରତିମା ମଦନମୋହନଙ୍କୁ ସୁସଜ୍ଜିତ ବୋଇତରେ ଚନ୍ଦନ ପୋଖରୀରେ ନୌକାବିହାର କରାଯାଏ । ଏହାକୁ ଚନ୍ଦନ ଚାପ ବୋଲି କହିଥାନ୍ତି ।-->ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।
 
==== ଭଉଁରୀ ====
[[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ<!--ଲକ୍ଷ୍ମୀ--> ଓ ଭୂଦେବୀ<!--ସରସ୍ଵତୀ-->ଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଜମ୍ବେଶ୍ଵର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।
 
ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।
୭୧ କ ଧାଡ଼ି:
ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ । ଏଥିରେ ଆଜ୍ଞାମାଳ ପାଇବାପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ରପୁଷ୍କରିଣୀରେ ପହଞ୍ଚିବାପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିଥାନ୍ତି।
 
== ଭିତର ଚନ୍ଦନଯାତ୍ରା ==
ବାହର ଚନ୍ଦନ ଯାତ୍ରା ପରେ ମନ୍ଦିର ଭିତରେ ୨୧ଦିନ ବ୍ୟାପି ଭିତର ଚନ୍ଦନ ଅବସରରେ ବାହର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ । <ref>{{cite web |url= http://www.puritrip.com/jagannath-festival.php |title=Puri Yatra |work=puritrip.com |year=2012 |quote=the second period of 21 days known as ‘ bhitara chandan |accessdate=16 May 2012}}</ref>ଏହାସହ ଏଥିମଧ୍ୟରୁ ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥାଏ। ଏଥିରେ ଶ୍ରୀମଦନମୋହନ, ଶ୍ରୀଦେବୀ<!--ଲକ୍ଷ୍ମୀ--> ଓ ଭୂଦେବୀ<!--ସରସ୍ଵତୀ--> ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ଯାଇ ସେଠାରେ ସୁବାଷିତ ଜଳକୁଣ୍ଡରେ ବିହାର କରିଥାନ୍ତି ।
 
=== ଚନ୍ଦନପ୍ରିୟ ଜଗନ୍ନାଥ ===
ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ। ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି<ref>[[ରବିବାର]] [[ସମାଜ (ଖବରକାଗଜ)|ସମାଜ]], ତା: ୦୩.୧୨.୨୦୦୬, ପୃଷ୍ଠା:୦୪</ref>, ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି। ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ସିଂହାରୀ [[ଜଗନ୍ନାଥଙ୍କ ସେବକ|ସେବକ]] ମାନେ ଠାକୁରଙ୍କ ଏହି ସେବା କରିଥାନ୍ତି ।
 
== ଚନ୍ଦନ ବେଶ ==
ସକାଳ ଧୂପର ପରବର୍ତ୍ତୀ ଧୂପ ଅର୍ଥାତ ଛତ୍ର ଭୋଗ ଅର୍ପଣ ପରେ ଜୟ ବିଜୟ ଦ୍ଵାର ବନ୍ଦ କରି ଦିଆଯାଏ । ଦିଅଁମାନଙ୍କ ଆଗରେ ଗୋଟିଏ କାଠ ଘଡ଼ା ପକାଇ, ତା’ଉପରୁ ତିନି ଜଣ ସେବାୟତ ଦିଅଁମାନଙ୍କୁ ଚାମରରେ ବିଞ୍ଚନ୍ତି । କିଛି ସମୟ ପରେ ଚାମର ଆଲଟ ବନ୍ଦ ହୋଇ ଆଡ଼ମ୍ବର ସହକାରେ ଚନ୍ଦନ, କର୍ପୁର, କେଶର, ଚୁଆ ପ୍ରଭୃତିର ମିଶ୍ରଣ ଦିଅଁମାନଙ୍କ ଶ୍ରୀଅଙ୍ଗରେ ଲେପନ କରାଯାଏ । ପୁଷ୍ପାଳକ ସେବକ ମାନେ ଏହା ଲାଗି କରନ୍ତି ।
ନିତିଦିନିଆ ତିନି ସାଧାରଣ ଆଭୂଷଣ ଚିତା, ଗୁଣା ଏବଂ ଅଧରମାଳା (ଯଥାକ୍ରମେ କପାଳ, ନାସାଓ ମୁଖତଳର ଆଭୁଷଣ) ସହ ସ୍ବତନ୍ତ୍ର ପୁଷ୍ପ ଆଭୁଷଣ ଚନ୍ଦନ ବେଶରେ ଉପଯୋଗ କରାଯାଏ ।
୮୩ କ ଧାଡ଼ି:
ବିଗ୍ରହ ତ୍ରୟର ଉଭୟ ପଟର ରାହୁରେଖା (ମସ୍ତକର ଦୁଇ ପାର୍ଶ୍ଵ) ବେଷ୍ଟନ କରି ଗୋଟିଏ ଫୁଲମାଳ ସମଗ୍ର କଳେବରର ଉଭୟପଟେ ଲମ୍ବି ଯାଇଥାଏ । ଏହି ଚଉସରି (ଚାରିଗୋଟି ସରୁ ସରୁ ମାଳ ଏକତ୍ର ଗୁନ୍ଥା ଯାଇଥାଏ) ମାଳଗୁଡ଼ିକ ପ୍ରାୟ ୨୦ଫୁଟ ଯାଏଁ ଲମ୍ବା ହୋଇଥାଏ । ଏହି ହାରଗୁଡ଼ିକୁ ରାଘବ ଦାସ ମଠ ଯୋଗାଇଥାନ୍ତି ।
 
== ଆଧାର ==
{{ଆଧାର}}