"ଗୁପ୍ତେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ରୋବଟ୍‌: ପ୍ରସାଧନ ବଦଳ
ଟିକେ (Robot: Interwiki standardization; ପ୍ରସାଧନ ବଦଳ)
ଟିକେ (ରୋବଟ୍‌: ପ୍ରସାଧନ ବଦଳ)
[[କୋରାପୁଟ ଜିଲ୍ଲା]]ର ବୈପାରିଗୁଡ଼ା ବ୍ଳକରେ ଗୁପ୍ତେଶ୍ୱର ଶୈବପୀଠ ଅବସ୍ଥିତ ୤ <ref>[http://www.shaivam.org/siddhanta/spor.htm shaivam.org: Odisha Temples]</ref>ସ୍ଥାନଟି [[କୋରାପୁଟ]] ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର।
 
== ବିଶେଷତା ==
ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ ୤
 
ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କ ଦ୍ଵାରା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ ୤
 
== ଆକର୍ଷଣ ==
ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ୤
 
ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ। ଏ ସମୟରେ ଛତିଶ ଗଡ଼ ଘାଟ ଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ ହୁଏ।
 
== ପର୍ବ ==
ଏଠାକାର ମୁଖ୍ୟ ପର୍ବ ହେଲା [[ଶିବରାତ୍ରି]]। ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ।
 
ଶାବେରୀ ନଦୀ ଓ ନଦୀ ଘାଟରେ ପଥୁରିଆ ଚଟାଣ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି।
 
== ଆବାସ ==
ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିବାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି।
== ଯୋଗାଯୋଗ ==
ଯିବା ଆସିବା କରିବାପାଇଁ [[ଜୟପୁର]]ଠାରୁ ସବୁଦିନିଆ ଯାନବାହନ ବ୍ୟବସ୍ଥା [[ରାମଗିରି]]ପର୍ଯ୍ୟନ୍ତ ରହିଛି। ଅବଶିଷ୍ଟ ୧୩ କି.ମି. ପାଦରେ ଚାଲି ଚାଲି କିମ୍ବା ଭଡ଼ାଗାଡ଼ିରେ ଯିବାକୁ ହୋଇଥାଏ। ତେବେ [[କୋରାପୁଟ]], [[ସେମିଳିଗୁଡ଼ା]]ଠାରୁ ମଧ୍ୟ ଯାନବାହାନର ସୁବିଧା ରହିଛି।
== ଆଧାର ==
{{ଆଧାର}}
* ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
୧୨,୮୯୭

ଗୋଟି ସମ୍ପାଦନା