"ଗୁଣ୍ଡିଚା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୩ କ ଧାଡ଼ି:
'''ଗୁଣ୍ଡିଚା''' ମନ୍ଦିରରେ ଶ୍ରୀ [[ଜଗନ୍ନାଥ]], [[ବଳଭଦ୍ର]] ଓ ଦେବୀ [[ସୁଭଦ୍ରା]]ଙ୍କ ଦିଅଁ ଗଢ଼ା ହୋଇଥିବାରୁ ଏହାକୁ ଜୀଉମାନଙ୍କ ଜନ୍ମସ୍ଥାନ ବୋଲି କୁହାଯାଇଥାଏ ୤
 
[[ରଥଯାତ୍ରା]] ସମୟରେ ଶ୍ରୀଜୀଉମାନେ ଏଠାରେ ସାତଦିନ ଅବସ୍ଥାନ କରନ୍ତି ୤ ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି ତାକୁ ଆଡ଼ପମଣ୍ଡପ ବୋଲି କୁହାଯାଏ ୤ ଏହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ, ଏହାକୁ ମହାବେଦୀ ବା ଯଜ୍ଞବେଦୀ ବୋଲି ମଧ୍ୟ କୁହାଯାଏ୤ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୁଏ | ଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ ୤
== କିମ୍ବଦନ୍ତୀ ==
ଶ୍ରୀଗୁଣ୍ଡିଚା ମନ୍ଦିରକୁ ମନ୍ଦିର ବୋଲି କେତକ ଗ୍ରହଣ ନ କରି ଗୁଣ୍ଡିଚାଘର ହିସାବରେ ମାନନ୍ତି ୤ <ref>[http://www.shreekhetra.com/sreegundicha.html shreekhetra.com]</ref> କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ଵାରକାଧିପତି ଶ୍ରୀ[[କୃଷ୍ଣ]] ୤ ଶେଷତମ ଆତ୍ମୀୟ ଭାବରେ [[ପାଣ୍ଡବ]]ଗଣ ସଖା ଶ୍ରୀ[[କୃଷ୍ଣ]]ଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ଵରୂପ ଶ୍ରୀ[[କୃଷ୍ଣ]]ଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା ୤ ଶୂନ୍ୟବାଣୀ ହେଲା- [[କୃଷ୍ଣ]]ଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ୤ ପାଣ୍ଡବମାନେ ତାହାହିଁ କଲେ ୤
 
ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା ୤ ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ ୤ ସ୍ଵୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ୤ ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ଵାର ଖୋଲାଯିବ ନାହିଁ ୤ ମାତ୍ର ପନ୍ଦର ଦିନ ପରେ ଦ୍ଵାର ଖୋଲାଗଲା ୤ ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ ୤ କେବଳ ଅଧାଗଢା ମୂର୍ତ୍ତି ରହିଗଲା ୤ ଅଧାଗଢ଼ା ମୂର୍ତ୍ତିକୁ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ପ୍ରତିଷ୍ଠା କରାଗଲା ୤ ସେହି ସମୟରେ ମହାପ୍ରଭୁ କହିଥିଲେ ‘ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ’ ୤ ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି ୤
 
== ଆଧାର ==
{{ଆଧାର}}
== ବାହାର ଆଧାର ==
 
{{ଓଡ଼ିଶାର ଦେବୀ ମନ୍ଦିର}}