"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୪ କ ଧାଡ଼ି:
'''କ୍ଷୀରଚୋରା ଗୋପୀନାଥ ମନ୍ଦିର''' ରେମୁଣା ରେ ଅବସ୍ଥିତ । ଏହା [[ବାଲେଶ୍ଵର]]ଠାରୁ ୯ କିମି ପୂର୍ବରେ ହାଉଡ଼ା ଓ [[ଭୁବନେଶ୍ଵର]] ମଝିରେ ପଡ଼େ । [[ରେମୁଣା]] ନାଆଁଟି ରମଣୀୟ ଶବ୍ଦରୁ ଆସିଛି ଜାହାର ଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିର ମାନଙ୍କ ଭିତରେ ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର । ଏହା ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଦ୍ଵାରା ତିଆରି କରାଯାଇଥିଲା ଯେକି ପ୍ରସିଦ୍ଧ [[କୋଣାର୍କ ସୂର୍ଯ୍ୟ ମନ୍ଦିର]] ନିର୍ମାଣ କରିଥିଲେ । ବୃନ୍ଦାବନର ତିନି ଠାକୁର ଶ୍ରୀ ମଦନମୋହନ(ସମ୍ବନ୍ଧ ତତ୍ତ୍ଵ), ଶ୍ରୀ ଗୋବିନ୍ଦ(ଅବିଧେୟ ତତ୍ତ୍ଵ), ଶ୍ରୀ ଗୋପୀନାଥ(ପ୍ରୟୋଜନ ତତ୍ତ୍ଵ)ଭଳି ଏଠାରେ ଏହି ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ ରେମୁଣାର ଗଛଲତା ଭରା ଏକ ଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ପାଇଥାନ୍ତି । ବର୍ଷ ସାରା ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ।
 
== ଇତିହାସ ==
ଏହା ୧୩ଶ ଶତକରେ [[ଉତ୍କଳ]]ର [[ଗଙ୍ଗ ବଂଶ]]ର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ତିଆରି ହୋଇଥିଲା । ଶ୍ରୀପାଦ ମାଧବେନ୍ଦ୍ର ପୁରୀ ଗୋସାଇଁ, ଶ୍ରୀ ଶ୍ରୀ ରସିକାନନ୍ଦ ଦେବ ଗୋସାଇଁ ପ୍ରମୁଖ ସନ୍ଥ ଏଠାରେ ଅନେକ କାଳ କାଟିଛନ୍ତି । ମନ୍ଦିରଠୁ ୧ କି.ମି. ଦୂରରେ ରାଜା ଲାଙ୍ଗୁଳା ନରସିଂହ ଦେବ ଓ ରାଣୀଙ୍କ ଅବସ୍ଥାନର ପ୍ରତୀକ ସ୍ଵରୂପ ଦୁଇଟି ପୋଖରୀ, କୂଟପୋଖରୀ ଓ ବଜ୍ର ପୋଖରୀ ରହିଅଛି । ଏହା କୂଳରେ ଜଗନ୍ନାଥ ମନ୍ଦିର ଓ ଭାରତର ଦ୍ଵିତୀୟ ଅଷ୍ଟଭୁଜା ମନ୍ଦିର ଅବସ୍ଥିତ ।
<ref name=PradiptaDas>ପ୍ରଦୀପ୍ତ ଦାସ. ବାଲେଶ୍ଵର ଜିଲ୍ଲାର ଦର୍ଶନୀୟ ସ୍ଥାନ. ଉନ୍ନୟନୀ (୨୦୦୬) ପୃ. ୭୭-୭୮</ref>
୫୮ କ ଧାଡ଼ି:
ଭଗବାନ ଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାମରେ ଗୋବିନ୍ଦ ଅଛନ୍ତି । ମଦନମୋହନ ଓ ଗୋବିନ୍ଦଙ୍କୁ ଶ୍ରୀ ରସିକାନନ୍ଦ ପ୍ରଭୁ ୩୫୦ ବର୍ଷ ତଳେ ତାଙ୍କର ଶିଷ୍ୟ ତିହିଡି ସାମନ୍ତ ରାଜାଙ୍କ ଦ୍ଵାରା ପ୍ରତିଷ୍ଠା କରାଇଥିଲେ । ତା ପୂର୍ବରୁ କେବଳ ଶ୍ରୀ ଗୋପୀନାଥ ଥିଲେ । ଶ୍ରୀ ଗୋପୀନାଥ ସ୍ଵୟଂଭୂ ବିଗ୍ରହ ଅଟନ୍ତି, ଯାହାଙ୍କୁ ଲାଙ୍ଗୁଳା ନରସିଂହଦେବ ତୀର୍ଥଯାତ୍ରା ଯାଇଥିବା
ସମୟରେ ସ୍ଵପ୍ନାଦେଶ ପାଇ ଚିତ୍ରକୁଟ ପର୍ବତରୁ ପୁରୀ ନେଇଯାଉଥିବା ବେଳେ ପୁଣି ସ୍ଵପ୍ନାଦେଶ ପାଇ ରେମୁଣାରେ ପ୍ରତିଷ୍ଠା କଲେ । କୁହାଜାଏ ଯେ ଏହି ଗୋପୀନାଥଙ୍କ ମୂର୍ତିଙ୍କୁ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ସିତା ଦେବୀଙ୍କ ଅନୁରୋଧରେ ନିଜ ଧନୁତୀରରେ ଚିତ୍ରକୁଟରେ ଗଢ଼ିଥିଲେ । ସିତା ଦେବୀଙ୍କ ସ୍ପର୍ଶରେ ଏହି ମୂର୍ତି ଜୀବନ୍ତ ହୋଇଯାଇଥିଲେ, ସେହିଦିନଠାରୁ ବ୍ରହ୍ମା ପୂଜା କରୁଥିଲେ ।
ଏହି ବିରାଟ ସ୍ଵୟଂଭୂ ମୂର୍ତିଙ୍କ ପାଦତଳେ ଚାରି ଶଖାଙ୍କ ସହିତ ଗୋଚାରଣ ଦୃଶ୍ୟ, ତାହାତଳେ ଅଷ୍ଟସଖୀ ସେବାରତ ଥିବାର ଦୃଶ୍ୟ ଅଛି । ତାଙ୍କ ମସ୍ତକରେ ଶେଷଦେବ ଅଛନ୍ତି, ତିନୋଟି ଜମ୍ବୂ ଫଳ ଅଛି, ମସ୍ତକର ଉପରି ଭାଗରେ ବାମ ଓ ଡାହାଣପାର୍ଶ୍ଵରେ ଚାଣୁର ଏବଂ ମୁଷ୍ଟିକ ସହିତ ଯୁଧ୍ୟ କରୁଥିବାର ଦୃଶ୍ୟ ଅଛି । ତାଙ୍କର ନଟବର ବେଶରେ ଛନ୍ଦା ଚରଣରେ ମୁରଲୀ ବଜାଉଥିବାର ମୂର୍ତିଙ୍କୁ ଯେକେହି ଦେଖିବ ସେ ତାର ନୟନ ସହଜରେ ଫେରାଇ ପାରିବ ନହିଁ ।
 
== '''ଭୋଗ''' ==
ଏଠାରେ କ୍ଷୀର ଭୋଗ "ଅମୃତ କେଳି" ନମରେ ଦିଅଁଙ୍କ ପାଖରେ ଅର୍ପଣ କରାଯାଇଥାଏ । କ୍ଷୀର, ଚିନି, ଖୁଆ ଓ ଗୁଜୁରାତି ଅଳେଇଚରେ ଏହା ତିଆରି କରାଯାଏ । ଏଠାରେ ନିତି ଅନ୍ନ ପ୍ରସାଦ ମଧ୍ୟ ମିଳେ ।
 
== '''କିଣାକିଣି''' ==