"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬୧ କ ଧାଡ଼ି:
ଏହି ସହର ଓଡିଶାର ରାଜଧାନୀ [[ଭୁବନେଶ୍ଵର]]ଠାରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦୁଝର ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ । କେନ୍ଦୁଝରରେ ବଳଦେବଜୀଉ ମନ୍ଦିର, ରାଜଉଆସ, [[ସାନଘାଗରା ଜଳପ୍ରପାତ]], [[ବଡ଼ଘାଗରା ଜଳପ୍ରପାତ]], ସିଦ୍ଧମଠ ଆଦି ଦର୍ଶନୀୟ ସ୍ଥାନ ସବୁ ଅଛି । ଏହି ସହର ବିପ୍ଳବୀ [[ଧରଣୀଧର ଭୂୟାଁ]] ଏବଂ ତାଙ୍କର ପ୍ରଖ୍ୟାତ ପ୍ରଜାମେଳିର ମୁକସାକ୍ଷୀ ହୋଇ ଛିଡାହୋଇଛି ।
 
== ଇତିହାସ ==
ଆରମ୍ଭରୁ କେନ୍ଦୁଝର ସହରହିଁ ଜିଲ୍ଲାର ମୂଖ୍ୟ ପ୍ରଶାସନିକ କେନ୍ଦ୍ର ରହି ଆସିଛି । ୧୨ଶ ଶତାବ୍ଦୀର ମଧ୍ୟଭାଗରେ [[ଖିଚିଂ]]ଠାରୁ ଅଲଗା ହେବାପରଠାରୁ ଭଞ୍ଜବଂଶର ରାଜମାନେ ଏହିଠାରୁହିଁ ରାଜ୍ୟର ଶାସନକାର୍ଯ୍ୟ ଚଳାଇଆସୁଥିଲେ । ଖିଚିଂଠାରୁ ଅଲଗା ହେବା ପରେ ରାଜା ଶ୍ରୀ ଜ୍ୟୋତି ଭଞ୍ଜ ଏହାର ଶାସନଭାର ଗ୍ରହଣ କରନ୍ତି । କାଳକ୍ରମେ ଯେଉଁ ଯେଉଁ ରାଜାମାନେ କେନ୍ଦୁଝରର ଶାସକ ହୋଇଥିଲେ ନିମ୍ନରେ ତାଙ୍କର ତାଲିକା ଦିଆଗଲା ।
* ଶ୍ରୀ ଜଗନ୍ନାଥ ଭଞ୍ଜ (୧୬୮୮-୧୭୦୦)
* ଶ୍ରୀ ରଘୁନାଥ ଭଞ୍ଜ (୧୭୦୦-୧୭୧୯)
* ଶ୍ରୀ ଗୋପୀନାଥ ଭଞ୍ଜ (୧୭୧୯-୧୭୩୬)
* ଶ୍ରୀ ନରସିଂହ ନାରାୟଣ ଭଞ୍ଜ (୧୭୩୬-୧୭୫୭)
* ଶ୍ରୀ ଧନେଶ୍ଵର ନାରାୟଣ ଭଞ୍ଜ (୧୭୫୭-୧୭୫୮)
* ଶ୍ରୀ ଜଗତେଶ୍ଵର ନାରାୟଣ ଭଞ୍ଜ (୧୭୫୮-୧୭୬୨)
* ଶ୍ରୀ ପ୍ରତାପ ବଳଭଦ୍ର ଭଞ୍ଜ (୧୭୬୪-୧୭୯୨ ଅଥବା ୧୭୬୨-୧୭୯୭)
* ଶ୍ରୀ ଜନାର୍ଦ୍ଦନ ଭଞ୍ଜ (୧୭୯୪-୧୮୨୫ ଅଥବା ୧୭୯୭-୧୮୩୨)
* ଶ୍ରୀ ଗଦାଧର ନାରାୟଣ ଭଞ୍ଜଦେଓ (୧୮୨୫-୧୮୬୧ ଅଥବା ୧୮୩୨-୧୮୬୧)
* ଶ୍ରୀ ଧନୁର୍ଯୟ ନାରାୟଣ ଭଞ୍ଜଦେଓ (୧୮୬୧-୧୯୦୫)
* ଶ୍ରୀ ଗୋପୀନାଥ ନାରାୟଣ ଭଞ୍ଜଦେଓ (୧୯୦୫-୧୯୨୬)
* ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ (୧୯୨୬-୧୯୪୮)
 
ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।
 
== ଭୂଗୋଳ ==
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ଵ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।
 
୨୦୦୧ ଜନଗଣନା ଅନୁଯାୟୀ ସହରର ମୋଟ ଜନସଂଖ୍ୟା ୫୧,୮୩୨ ଥିଲା ।
 
== ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ==
* '''ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ'''
କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନେ ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।
* '''ଜିଲ୍ଲା ସଂଗ୍ରହାଳୟ'''
ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା [[ମୟୂରଭଞ୍ଜ ଜିଲ୍ଲା]]ର ଖିଚିଂଠାରେ ମଧ୍ୟ ରହିଛି ।
 
== ଦର୍ଶନୀୟ ସ୍ଥାନ ==
* '''ବଳଦେବଜୀଉ ମନ୍ଦିର'''
ଓଡିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠ ଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।
* '''[[ସାନଘାଗରା ଜଳପ୍ରପାତ|ସାନଘାଗରା]]'''
ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।
* '''[[ବଡ଼ଘାଗରା ଜଳପ୍ରପାତ|ବଡ଼ଘାଗରା]]'''
ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ଅଟେ ।<ref>[http://kendujhar.nic.in]</ref>
[[ଫାଇଲ:Badaghagara Kendujhar.jpg|thumb|right|Badaghagara Waterfall, Kendujhar]]
 
== ଶିକ୍ଷା ==
* '''ମହାବିଦ୍ୟାଳୟ'''
* [[ଧରଣୀଧର ମହାବିଦ୍ୟାଳୟ]]
* [[ଓଡିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ]]
* ସରକାରୀ ମହିଳା ମହାବିଦ୍ୟାଳୟ
* କେନ୍ଦୁଝର ଆଇନ ମହାବିଦ୍ୟାଳୟ
 
* '''ବିଦ୍ୟାଳୟ'''
* ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ
* ନରସିଂହ ସ୍ଵାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ
* କେନ୍ଦ୍ରୀୟ ବିଦ୍ୟାଳୟ
* ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
 
== ରାଜନୀତି ==
କେନ୍ଦୁଝର [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା ଆସନ]]ରୁ ଶ୍ରୀ ସୁବର୍ଣ୍ଣ ନାଏକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
[[କେନ୍ଦୁଝର (ଲୋକସଭା ନିର୍ବାଚନ ମଣ୍ଡଳି)|କେନ୍ଦୁଝର ଲୋକସଭା ଆସନ]]ରୁ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ନିର୍ବାଚିତ ହୋଇ [[ଓଡ଼ିଶାର ସାଂସଦ ମାନଙ୍କର ତାଲିକା|ସାଂସଦ]] ଭାବେ ଜିଲ୍ଲାର ପ୍ରତିନିଧିତ୍ଵ କରୁଛନ୍ତି ।<ref>[http://kendujhar.nic.in/aboutkeon/representativesf.htm]</ref>
 
== ପରିବହନ ଓ ଯୋଗାଯୋଗ ==
[[ଜାତୀୟ ରାଜପଥ]] ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି ।
୨୦୦୮-୦୯ ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।
 
== ଆଧାର ==
{{ଆଧାର}}
 
୧୨୫ କ ଧାଡ଼ି:
{{ଓଡ଼ିଶାର ସହର}}
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:କେନ୍ଦୁଝର ଜିଲ୍ଲା]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bn:কেন্দুঝার]]
[[bpy:কেন্দুঝার]]
"https://or.wikipedia.org/wiki/କେନ୍ଦୁଝର"ରୁ ଅଣାଯାଇଅଛି