"ଆକାଶବାଣୀ କଟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୧ କ ଧାଡ଼ି:
{{ଛୋଟ|AIRCuttack}}
'''ଆକାଶବାଣୀ କଟକ''' କେନ୍ଦ୍ର ୧୯୪୮ ଜାନୁଆରୀ ୨୮ତାରିଖରେ<ref>http://orissa.gov.in/e-magazine/orissaannualreference/ORA-2004/pdf/all_india_radio.pdf</ref> [[କଟକ]]ର ମିଶନରୋଡ଼ସ୍ଥିତ ମଧୁପୁରକୋଠିଠାରେ
== ଇତିହାସ ==
ଆକାଶବାଣୀ ର କାର୍ଯ୍ୟକ୍ରମ ପ୍ରଥମେ ଏକ କିଲୋୱାଟ ଶକ୍ତି ସମ୍ପର୍ନ୍ନ ଟ୍ରାନ୍ସମିଟର ଦ୍ଵାରା ମଧୁପୁର କୋଠି ଓ କିଲ୍ଲାପଡ଼ିଆରୁ, ଆରମ୍ଭ କରାଯାଇଥିଲା । ୧୯୫୮ ମସିହା ମେ' ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟର ଦ୍ଵାରା କାର୍ଯ୍ଯକ୍ରମ ସମ୍ପାଦନ କରାଯାଇଥିଲା ।
== ବିବିଧ କାର୍ଯ୍ୟକ୍ରମ ==
'ବହୁଜନ ହିତାୟ ଓ ବହୁଜନ ସୁଖାୟ' ମନ୍ତ୍ରରେ ଅଭିମନ୍ତ୍ରିତ ଆକାଶବାଣୀ କଟକ କେନ୍ଦ୍ର ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ଶିକ୍ଷା, ସ୍ଵାସ୍ଥ୍ୟସୂଚନା, ସମ୍ବାଦ, ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ, ଧର୍ମ, ଜୀବନଧାରା, ଦର୍ଶନ, କୃଷି, ଅର୍ଥନୀତି, ଆଇନ, ଶିଳ୍ପବିକାଶ, ରାଜନୈତିକ ଓ ଐତିହାସିକ କାର୍ଯ୍ୟକ୍ରମଗୁଡ଼ିକ ଆବନମାନ କାଳରୁ ପ୍ରସାରଣ କରିଆସୁଛି । ଏହି କେନ୍ଦ୍ରରୁ ପ୍ରସାରିତ ବନ୍ଦନା, ଅନୁଚିନ୍ତା, କୃଷି ପ୍ରସଙ୍ଗ, ପାଣିପାଗ, ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ, ଜନଜୀବନ ସମ୍ବାଦ, ଜିଲ୍ଲା ହାଲଚାଲ, ସମାଚାର ଦର୍ପଣ, ବିଶେଷ ସମାଚାର, ପ୍ରଭାତ ପରିକ୍ରମା, ଲୋକଗୀତ, ଯଥା- ପାଲା, ଦାସକାଠିଆ, ଏକତାରା, ଖଞ୍ଜଣି ଭଜନ,
ଆକାଶବାଣୀରେ, ଦିନର ଆରମ୍ଭ ହୁଏ
କୃଷିଭିତ୍ତିକ କାର୍ଯ୍ୟକ୍ରମ, ଆକାଶବାଣୀର ଅନ୍ୟତମ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅଟେ । ଏହାର ଉପସ୍ଥାପକମଣ୍ଡଳି କିଣୁ ପ୍ରଧାନ, ସାମଲ ପୁଅ, ବରାଳ ପୁଅ, ସନାଭାଇ, ପାର ଅପା ଆଦି ନାମରେ ଖୁବ ପରିଚିତ । ନୟନ କିଶୋର ମହାନ୍ତି, ରବୀନ୍ଦ୍ର ନାଥ ମହାନ୍ତି ଏବଂ ବିଜୟ କେତନ ମଙ୍ଗରାଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ସହିତ ବହୁ ଦିନରୁ ଜଡ଼ିତ ରହିଆସିଛନ୍ତି ।
ଆକାଶବାଣୀର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ 'ନାଟକ' ର ସ୍ଥାନ ସ୍ଵତନ୍ତ୍ର । ଏଥିରେ ଧ୍ଵନିକୁ ଛବିରେ ରୂପାନ୍ତରିତ କରି ଅନୁଭବ କରାଯାଏ । କଟକ ଆକାଶବାଣୀରୁ [[ଦୁର୍ଗା ପୂଜା|ଦୁର୍ଗାପୂଜା]] ସମୟରେ [[ଦୁର୍ଗା|ମା'ଦୁର୍ଗାଙ୍କୁ]] ନେଇ ସ୍ଵତନ୍ତ୍ର ନାଟକ, [[ଖୁଦୁରୁକୁଣି ଓଷା|ଖୁଦୁରୁକୁଣି]] ବେଳେ [[ତଅପୋଇ]] ନାଟକ, [[କୃଷ୍ଣ ଜନ୍ମାଷ୍ଟମୀ|ଜନ୍ମାଷ୍ଟମୀ ଦିନ]], [[କୃଷ୍ଣ|ଶ୍ରୀକୃଷ୍ଣ]] ଜନ୍ମ ବୃତ୍ତାନ୍ତ ଓ ଲୀଳାକୁ ନେଇ ନାଟକ ପରିବେଷଣ କରାଯାଇଥାଏ । ସେହିପରି ସ୍ଵାଧୀନତା ଦିବସ ଭଳି ଗୁରୁତ୍ଵପୂର୍ଣ ଦିବସରେ ଦେଶାତ୍ମବୋଧକ ନାଟକ ପରିବେଷଣ କରାଯାଇଥାଏ । ବିଜ୍ଞାନ ଭିତ୍ତିକ ନାଟକଓ ଅନ୍ୟ ଭାଷାର ଅନୁବାଦ କରାଯାଇଥିବା ନାଟକ ମଧ୍ୟ ଆକାଶବାଣୀରେ ପରିବେଷଣ କରାଯାଏ । ଆକାଶବାଣୀ ମାଧ୍ୟମରେ [[ଗୋପାଳ ଛୋଟରାୟ]],<ref name="Datta1987">{{cite book|author=Amaresh Datta|title=Encyclopaedia of Indian Literature: A-Devo|url=http://books.google.com/books?id=ObFCT5_taSgC&pg=PA742|accessdate=28 January 2013|year=1987|publisher=Sahitya Akademi|isbn=978-81-260-1803-1|pages=742–}}</ref><ref>http://www.loc.gov/acq/ovop/delhi/salrp/chhotray.html</ref>,ବିଜୟ ମିଶ୍ର, [[ରତି ରଞ୍ଜନ ମିଶ୍ର]] ପ୍ରମୁଖ ନାଟ୍ୟକାରମାନେ ଖୁବ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ।
୧୬ କ ଧାଡ଼ି:
ଆକାଶବାଣୀରେ ସଙ୍ଗୀତ କାର୍ଯ୍ୟକ୍ରମର ଚାହିଦା ଅନେକ । ପ୍ରତି ଗାୟକ ଓ ଗାୟିକାଙ୍କର ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଳାକାର ହେବାଲାଗି ସ୍ଵପ୍ନ ରହିଥାଏ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଗାୟକ ଓ ସଙ୍ଗୀତଜ୍ଞ ଆକାଶବାଣୀ ମାଧ୍ୟମରେ ଛାନ୍ଦ, ଭଜନ, ଜଣାଣ, ଦେଶବନ୍ଦନା, ଚମ୍ପୂ, ଓଡ଼ିଶୀ, ପଲ୍ଲୀଗୀତ ଏବଂ ଆଧୁନିକ ଗୀତ ପରିବେଷଣ କରି ଓଡ଼ିଶାର ସଙ୍ଗୀତ ପରମ୍ପରାକୁ ଲୋକପ୍ରିୟ କରାଇବାରେ ସମର୍ଥ ହୋଇଛନ୍ତି । ଭଜନରେ ସିଂହାରୀ ଶ୍ୟାମ ସୁନ୍ଦର କର, [[ରଘୁନାଥ ପାଣିଗ୍ରାହୀ]]<ref>http://hindu.com/2002/12/27/stories/2002122702440900.htm</ref> ଓଡ଼ିଶୀ ସଙ୍ଗୀତରେ, [[ଅକ୍ଷୟ ମହାନ୍ତି]], [[ପ୍ରଣବ ପଟ୍ଟନାୟକ]], [[ଚିତ୍ତ ଜେନା]], [[ସିକନ୍ଦର ଆଲାମ]]<ref>http://www.hindu.com/2010/08/10/stories/2010081054490200.htm</ref> ଆଦି ଆଧୁନିକ ସଙ୍ଗୀତ ପରିବେଷଣ କରି ଖୁବ ଲୋକପ୍ରିୟ ହୋଇପାରିଛନ୍ତି । [[ହରିପ୍ରସାଦ ଚୌରାଶିଆ]]ଙ୍କ ବଂଶୀବାଦନର ମୂଳଦୁଆ ଆକାଶବାଣୀ କଟକରେ ହିଁ ପଡିଥିଲା<ref>http://www.iitkgp.ac.in/top-awardees/causa1.php?Sl=86</ref><ref>http://spicmacay.com/news/flute-maestro-chaurasia-pays-musical-tribute-to-late-sikandar-alam</ref> । ସମ୍ବଲପୁରୀ ଲୋକଗୀତ [[ରଙ୍ଗବତୀ ରଙ୍ଗବତୀ କନକଲତା]] ଆକାଶବାଣୀ ମାଧ୍ୟମରେ ୧୯୭୮ ମସିହାରେ ଲୋକଲୋଚନକୁ ଆସିପାରିଥିଲା । [[ଜିତେନ୍ଦ୍ର ହରିପାଲ]]<ref>http://www.hindu.com/2001/05/27/stories/13270782.htm</ref>ଙ୍କ କଣ୍ଠସ୍ଵର କଟକ ଓ ସମ୍ବଲପୁର ଆକାଶବାଣୀ ଡେଇଁ ଦେଶର ଅନ୍ୟାନ୍ୟ କେନ୍ଦ୍ର ଏବଂ ପରେ ବିବିସିରେ ମଧ୍ୟ ପ୍ରସାରିତ ହୋଇଥିଲା ।
ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ, ପିଲାଙ୍କ ପାଇଁ 'ଶିଶୁ ସଂସାର','ଗାନ୍ଧୀ ଚର୍ଚା', ଯୁବଗୋଷ୍ଠିଙ୍କ ପାଇଁ 'ଯୁବବାଣୀ, ନାରୀମାନଙ୍କ ପାଇଁ 'ନାରୀମହଲ',ବୟସ୍କମାନଙ୍କ ପାଇଁ 'ମାନନୀୟେଷୁ', ସାହିତ୍ୟ ଭିତ୍ତିକ 'ସାହିତ୍ୟ ପତ୍ରିକା', ବିଜ୍ଞାନ ଭିତ୍ତିକ 'ବିଜ୍ଞାନ ପ୍ରଭା',କ୍ରିଡା,ଶିଳ୍ପ,ସାକ୍ଷାତକାର, ଚିଠିପତ୍ର, ଫୋନ ଇନ ଇତ୍ୟାଦି
ଓଡିଶାରେ ଆକାଶବାଣୀର ଲୋକପ୍ରିୟତା ଓ ପ୍ରୟୋଜନିତା, ଏହି ଛୋଟ କଥାଟିରୁ ସହଜରେ
== ଆଧାର ==
{{ଆଧାର|2}}
== ବାହାର ଆଧାର ==
* [http://www.aircuttack.com/ ଆକାଶବାଣୀ କଟକ ୱେବସାଇଟ]
|