"କାଠ ଡିମ୍ବିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding ml:എരുമനാക്ക്
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
|}}
 
'''କାଠ ଡିମ୍ବିରି''' ବା '''କାକୋଦୁମ୍ବର''' (''Ficus hispidia Linn. f.''), କୁଳ (family): ଵଟ (ଅର୍ଟିକସି/ Urticaceae) ଏକ ଗୁଳ୍ମ କିମ୍ବା ଛୋଟ ଗଛ ।
 
[[ଫାଇଲ:Ficus hispidia (3).jpg|thumb|କାଠ ଡିମ୍ବିରି (''Ficus hispidia'')]]
 
== ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା ==
* ଶାଖା: ରୋମଶ, ଦୁଇ ପବ (Nodes) ମଧ୍ୟ ଭାଗ ଫମ୍ପା ଥାଏ ।
* ପତ୍ର: ଅଭିମୁଖ, ନଟୁଆକାର (ଆୟତାକାର କିମ୍ବା ଅଭିନଟୁଆକାର), ୪-୯ ଇଞ୍ଚ ଲମ୍ବା,୪ଇଞ୍ଚ ଚଉଡ଼ା, ଉପର ପାର୍ଶ୍ଵରେ ଖଦଡ଼ା ତଳ ଭାଗ ରୋମଶ l
:ପତ୍ରାଧାର: ପାଞ୍ଚ ସିରାଯୁକ୍ତ ହୃଦୟାକାର କିମ୍ବା ଗୋଲାକାର ।
* ଫଳ: ଗୋଲ, ରୋମଶ, କାଣ୍ଡ ଏବଂ ପତ୍ରହୀନ ଶାଖା ଗୁଡିକ ଉପରେ ମଞ୍ଜରୀସମୂହରେ ପେନ୍ଥା ପେନ୍ଥା ହୋଇ ଲାଗିଥାଏ । ଏହା ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଏ । ଏହା ଶୀଘ୍ର ବଢ଼ିପାରୁଥିବା ଏକ ଗଛ । ୨-୩ବର୍ଷ ମଧ୍ୟରେ ଏହା ଫଳିବା ଆରମ୍ଭ ହୋଇଯାଇ ଥାଏ । ଗ୍ରୀଷ୍ମରୁ ଶରତ ଋତୁ ଯାଏଁ ଫୁଲ ଆସିଥାଏ ।
 
=== ରାସାୟନିକ ସଂଘଟନ ===
* ବୃକ୍ଷଛାଲଟାନିନ (Tannin), ଗ୍ଳୁକୋଷାଇଡ, ମହମ(wax), ସାପୋନିନ(sapponin), ଫ୍ଲାଭୋନୋଇଡ଼(Flavonoids), ଟ୍ରାଇଟେର୍ପୀନୋଇଡ(Triterpenoides) ଆଦି ମହଜୁଦ ଥାଏ ।
 
* ଉଡ଼ଣଶୀଳ ତୈଳ: ଲିନାଲୁଲ, ଆଲଫା- ଲିନାଲୁଲ, ଲିନାଲୁଲ-ଅକ୍ସlଇଡ଼୍, ଆଲ୍ଫା-ଟେର୍ପିନିଏଲ
 
* ଖଣିଜ ଲବଣ ତତ୍ତ୍ଵ: ପଟାସିଅମ, କ୍ୟାଲସିଅମ, ସୋଡ଼ିଅମ, ଫସଫରସ ,ଲୌହ‍‍(ଆଇରନ), ଦସ୍ତା(ଜିଙ୍କ), ତମ୍ବା(କପର) ଏବଂ ଆହୁରି ଅନେକ
 
=== ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ===
୮୩ କ ଧାଡ଼ି:
 
== ଆଧୁନିକ ଚିକିତ୍ସାବିଜ୍ଞାନ ଗବେଷଣା ଜନିତ ତଥ୍ୟ ==
ଆଧୁନିକ ଚିକିତ୍ସାବିଜ୍ଞାନ ପ୍ରମାଣିତ ତଥ୍ୟ ଅନୁଯାୟୀ ଡିମ୍ବିରି ପତ୍ରରେ ହୃଦୟ ରୋଗ ପ୍ରତିରୋଧି ତତ୍ତ୍ଵ, ମଧୁମେହ ଆରୋଗ୍ୟକାରୀ ତତ୍ତ୍ଵ, ଆମାଶୟ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର ବ୍ରଣ(ulcer), ବାହ୍ୟ ବ୍ରଣ ଆରୋଗ୍ୟକାରି ତତ୍ତ୍ଵ ରହିଛି ଓ ଏହି ବୃକ୍ଷରୁ ଅନେକ ଉପଯୁକ୍ତ ଚିକିତ୍ସା ଉପଯୁକ୍ତ ରସାୟନ ଆହରଣ କରାଯାଇ ପାରେ
 
ଏହି ବୃକ୍ଷ ଛାଲି ଏବଂ ପତ୍ରରେ ଯକୃତ, ପ୍ଳିହା ବିକୃତି ଜନିତ ରୋଗ ଉପଶମକାରି ତତ୍ତ୍ଵ ରହିଥିବାର ପ୍ରମାଣ ପ୍ରତିପାଦିତ ହୋଇସାରିଛି । ଗବେଷଣାଗାର ପରୀକ୍ଷାରୁ ଜଣା ପଡିଛି ଯେ ଏଥିରେ ପ୍ରାୟତଃ ସମସ୍ତ ପ୍ରକାର ପେଟ କୃମି ସଂକ୍ରମଣକୁ ମାରିବାର କ୍ଷମତା ରହିଛି । ଏହାର [[ଫଳ]], [[ପତ୍ର]], [[ତ୍ଵକ]],[[ଚେର]]ରେ ପ୍ରଚୁର ଜାରଣବିରୋଧି (antioxidant) ଜୀବନଉଦ୍ଧିପ୍ତକାରୀ(vitamins) ତତ୍ତ୍ଵ ଭରପୁର ରହିଛି ।
 
=== ଜୀବାଣୁ ବିରୋଧୀ ତତ୍ତ୍ଵ ===
* ବାସିଲସ୍ ସବଟିଲିସ୍, ଇ.କୋଲାଇ, ଶିଉଡୋମୋନସ୍ ଏଉରିଜିନୋସା, ଷ୍ଟଫଇଲୋକୋକସ୍ ଅଉରିଅସ୍ ଇତ୍ୟାଦି ଜୀବାଣୁ ବିରୋଧରେ ଏହାର ପତ୍ର ରସାୟନ କାର୍ଯ୍ୟ କରିଥାଏ ।
 
==== ଆୟୁର୍ବେଦ ଶାସ୍ତ୍ର ମତାନୁସାରେ ଗୁଣ ====