"ଆକାଶବାଣୀ କଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଆଧାର: ସଜାଣି
ଟିକେNo edit summary
୧୪ କ ଧାଡ଼ି:
ଆକାଶବାଣୀର ମନୋରଞ୍ଜନ କାର୍ଯ୍ଯକ୍ରମ ମଧ୍ୟରେ 'ନାଟକ' ର ସ୍ଥାନ ସ୍ଵତନ୍ତ୍ର । ଏଥିରେ ଧ୍ଵନିକୁ ଛବିରେ ରୂପାନ୍ତରିତ କରି ଅନୁଭବ କରାଯାଏ । କଟକ ଆକାଶବାଣୀରୁ [[ଦୁର୍ଗା ପୂଜା|ଦୁର୍ଗାପୂଜା]] ସମୟରେ [[ଦୁର୍ଗା|ମା'ଦୁର୍ଗାଙ୍କୁ]] ନେଇ ସ୍ଵତନ୍ତ୍ର ନାଟକ, [[ଖୁଦୁରୁକୁଣି ଓଷା|ଖୁଦୁରୁକୁଣି]] ବେଳେ [[ତଅପୋଇ]] ନାଟକ, [[କୃଷ୍ଣ ଜନ୍ମାଷ୍ଟମୀ|ଜନ୍ମାଷ୍ଟମୀ ଦିନ]], [[କୃଷ୍ଣ|ଶ୍ରୀକୃଷ୍ଣ]] ଜନ୍ମ ବୃତ୍ତାନ୍ତ ଓ ଲୀଳାକୁ ନେଇ ନାଟକ ପରିବେଷଣ କରାଯାଇଥାଏ । ସେହିପରି ସ୍ଵାଧୀନତା ଦିବସ ଭଳି ଗୁରୁତ୍ଵପୂର୍ଣ ଦିବସରେ ଦେଶାତ୍ମବୋଧକ ନାଟକ ପରିବେଷଣ କରାଯାଇଥାଏ । ବିଜ୍ଞାନ ବିତ୍ତିକ ନାଟକଓ ଅନ୍ୟ ଭାଷାର ଅନୁବାଦ କରାଯାଇଥିବା ନାଟକ ମଧ୍ୟ ଆକାଶବାଣୀରେ ପରିବେଷଣ କରାଯାଏ । ଆକାଶବାଣୀ ମାଧ୍ୟମରେ [[ଗୋପାଳ ଛୋଟରାୟ]]<ref name="Datta1987">{{cite book|author=Amaresh Datta|title=Encyclopaedia of Indian Literature: A-Devo|url=http://books.google.com/books?id=ObFCT5_taSgC&pg=PA742|accessdate=28 January 2013|year=1987|publisher=Sahitya Akademi|isbn=978-81-260-1803-1|pages=742–}}</ref><ref>http://www.loc.gov/acq/ovop/delhi/salrp/chhotray.html</ref>,[[ରତି ରଞ୍ଜନ ମିଶ୍ର]] ପ୍ରମୁଖ ନାଟ୍ୟକାରମାନେ ଖୁବ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ।
 
ଆକାଶବାଣୀରେ ସଙ୍ଗୀତ କାର୍ଯ୍ଯକ୍ରମର ଚାହିଦା ଅନେକ । ପ୍ରତି ଗାୟକ ଓ ଗାୟିକାଙ୍କର ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଳାକାର ହେବାଲାଗି ସ୍ଵପ୍ନ ରହିଥାଏ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଗାୟକ ଓ ସଙ୍ଗୀତଜ୍ଞ ଆକାଶବାଣୀ ମାଧ୍ୟମରେ ଛାନ୍ଦ, ଭଜନ, ଜଣାଣ, ଦେଶବନ୍ଦନା, ଚମ୍ପୂ,ଓଡ଼ିଶୀ, ପଲ୍ଲୀଗୀତ ଏବଂ ଆଧୁନିକ ଗୀତ ପରିବେଷଣ କରି ଓଡ଼ିଶାର ସଙ୍ଗୀତ ପରମ୍ପରାକୁ ଲୋକପ୍ରିୟ କରାଇବାରେ ସମର୍ଥ ହୋଇଛନ୍ତି । ଭଜନରେ ସିଂହାରୀ ଶ୍ୟାମ ସୁନ୍ଦର କର, [[ରଘୁନାଥ ପାଣିଗ୍ରାହୀ]]<ref>http://hindu.com/2002/12/27/stories/2002122702440900.htm</ref> ଓଡ଼ିଶୀ ସଙ୍ଗୀତରେ, [[ଅକ୍ଷୟ ମହାନ୍ତି]], [[ପ୍ରଣବ ପଟ୍ଟନାୟକ]], [[ଚିତ୍ତ ଜେନା]], [[ସିକନ୍ଦର ଆଲାମ]]<ref>http://www.hindu.com/2010/08/10/stories/2010081054490200.htm</ref> ଆଦି ଆଧୁନିକ ସଙ୍ଗୀତ ପରିବେଷଣ କରି ଖୁବ ଲୋକପ୍ରିୟ ହୋଇପାରିଛନ୍ତି । [[ହରିପ୍ରସାଦ ଚୌରାଶିଆ]]ଙ୍କ ବଂଶୀବାଦନର ମୂଳଦୁଆ ଆକାଶବାଣୀ କଟକରେ ହିଁ ପଡିଥିଲା<ref>http://www.iitkgp.ac.in/top-awardees/causa1.php?Sl=86</ref><ref>http://spicmacay.com/news/flute-maestro-chaurasia-pays-musical-tribute-to-late-sikandar-alam</ref> । ସମ୍ବଲପୁରୀ ଲୋକଗୀତ [[ରଙ୍ଗବତୀ ରଙ୍ଗବତୀ କନକଲତା]] ଆକାଶବାଣୀ ମାଧ୍ୟମରେ ୧୯୭୮ ମସିହାରେ ଲୋକଲୋଚନକୁ ଆସିପାରିଥିଲା । [[ଜିତେନ୍ଦ୍ର ହରିପାଲ]]<ref>http://www.hindu.com/2001/05/27/stories/13270782.htm</ref>ଙ୍କ କଣ୍ଠସ୍ଵର କଟକ ଓ ସମ୍ବଲପୁର ଆକାଶବାଣୀ ଡେଇଁ ଦେଶର ଅନ୍ୟାନ୍ୟ କେନ୍ଦ୍ର ଏବଂ ପରେ ବିବିସିରେ ମଧ୍ୟ ପ୍ରସାରିତ ହୋଇଥିଲା ।<ref>୨୦୧୨ ଅକ୍ଟୋବର ମାସର କାଦମ୍ବିନୀରେ ପ୍ରକାଶିତ, ଜିତେନ୍ଦ୍ର କୁମାର ନାୟକଙ୍କ ଲିଖିତ ପ୍ରସଙ୍ଗ 'ଆଶାର ବାଣୀ ଆକାଶବାଣୀ"</ref>
 
ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ, ପିଲାଙ୍କ ପାଇଁ 'ଶିଶୁ ସଂସାର','ଗାନ୍ଧୀ ଚର୍ଚା', ଯୁବଗୋଷ୍ଠିଙ୍କ ପାଇଁ 'ଯୁବବାଣୀ, ନାରୀମାନଙ୍କ ପାଇଁ 'ନାରୀମହଲ',ବୟସ୍କମାନଙ୍କ ପାଇଁ 'ମାନନୀୟେଷୁ', ସାହିତ୍ୟ ଭିତ୍ତିକ 'ସାହିତ୍ୟ ପତ୍ରିକା', ବିଜ୍ଞାନ ଭିତ୍ତିକ 'ବିଜ୍ଞାନ ପ୍ରଭା',କ୍ରିଡା,ଶିଳ୍ପ,ସାକ୍ଷାତକାର, ଚିଠିପତ୍ର, ଫୋନ ଇନ ଇତ୍ୟାଦି କାର୍ଯ୍ୟକ୍ରମ ଆକାଶବାଣୀର ଲୋକପ୍ରିୟତା ବୃଦ୍ଧିରେ ବିଶେଷ ସହାୟତା କରିଛନ୍ତି ।
 
ଓଡିଶାରେ ଆକାଶବାଣୀର ଲୋକପ୍ରିୟତା ଓ ପ୍ରୟୋଜନିତା, ଏହି ଛୋଟ କଥାଟିରୁ ସହଜରେ ଅନୁମେୟ କରାଯାଇପାରେ ଯେ, ଆଜି ବି ଅନେକ ଲୋକ ନିଜର ଘଣ୍ଟାକୁ ଆକାଶବାଣୀର ସମୟ ସହିତ ମେଳାଇ ନେଇ ସଜାଡି ରଖନ୍ତି ।<ref>୨୦୧୨ ଅକ୍ଟୋବର ମାସର କାଦମ୍ବିନୀରେ ପ୍ରକାଶିତ, ଜିତେନ୍ଦ୍ର କୁମାର ନାୟକଙ୍କ ଲିଖିତ ପ୍ରସଙ୍ଗ 'ଆଶାର ବାଣୀ ଆକାଶବାଣୀ"</ref>
 
==ଆଧାର==