"ଦୂତୀବାହନ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
ଟିକେ ତଥ୍ୟ ପେଡ଼ି
୧ କ ଧାଡ଼ି:
{{Infobox holiday
|holiday_name = ଦୂତୀବାହନ ଓଷା
|type = hindu
|image =
|imagesize =
|caption =
|official_name =
|nickname = ପୁଅ ଜିଉନ୍ତିଆ, ଜୀମୂତବାହନ ଉପବାସ
|observedby =
|litcolor =
|longtype =
|significance =
|begins =
|ends =
|date = [[ଆଶ୍ଵିନ]] [[ଅଷ୍ଟମୀ|କୃଷ୍ଣପକ୍ଷ ଅଷ୍ଟମୀ]]
|date{{#time:Y|last year}} =
|date{{#time:Y}} = ୨୭ ସେପ୍ଟେମ୍ବର
|celebrations =
|observances = ଉପବାସ, [[ପୂଜା (ଉପାସନା)|ପୂଜା]]
|relatedto =
}}
 
ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଦୂତୀଆ ଓଷା ବା '''ଦୂତୀବାହନ ଓଷା''' ପାଳନ କରାଯାଏ ।<ref>{{cite web |url= http://newindianexpress.com/states/odisha/article1290244.ece |title=Pua Juintia: Celebrating a special bond - The New Indian Express |first= |last= |work=newindianexpress.com |year=2012 |quote=‘Dutibahana Osha’ is observed on Ashwina Krushna Pakhya Astami (eighth day of dark fortnight of Ashwina month as per the Odia calendar) |accessdate=2 November 2012}}</ref> <!--ଏହି ଅଷ୍ଟମୀକୁ ମୂଳାଷ୍ଟମୀ କହନ୍ତି--> । ସାଧାରଣତଃ ସଧବା ସ୍ତ୍ରୀ ଏହି ଓଷା କରିଥାନ୍ତି । ଏହାର ଅନ୍ୟନାମ '''ଜୀମୂତବାହନ ଉପବାସ''' । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି । ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଏକବାର କରି ଓଷାର ବିଭିନ୍ନ ବିଧାନ କରିବାକୁ ହୋଇଥାଏ ।
 
==ବିଧି==
ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା'ନ୍ତି । ଯେଉଁ ସଧବା ନାରୀ ଏହି ଓଷା କରନ୍ତି ସେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପମାରଙ୍ଗ ଦାନ୍ତକାଠି ଦୁଇଖଣ୍ଡ ସେମାନଙ୍କୁ ଅର୍ପଣ କରନ୍ତି । ତା'ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ପ୍ରଣାମକରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ତା'ପରେ ନିଜେ ବେଶଭୂଷା ହୋଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ଯାହା ପ୍ରସ୍ତୁତ କରାଯାଇଥାଏ ତାକୁ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ଦିଆଯାଏ । ଏଇ ଭଳି ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା'ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡେ ।<ref>{{cite web |url= http://incredibleorissa.com/en/pua-jiuntia-celebration-western-orissa/ |title=Pua Jiuntia - Dutibahana Osha celebrated Western Orissa Kosal region |first=Surya |last= |work=incredibleorissa.com |year=2012 |quote=fasting the whole day without water for the wellbeing of their children. |accessdate=2 November 2012}}</ref> ସନ୍ଧ୍ୟା ସମୟରେ ସେ ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦୀପପରି ଜଣାପଡିବ । ଏହି କୋଠି ଅତି କମ୍ ରେ ଦୁଇହାତ ଲମ୍ବା ହେବା ଦରକାର । ତା'ମଝିରେ ତୁଳସୀଗଛ ଲଗାଯାଏ- ଏବଂ କଦଳୀ ଗଛ ପୋତାଯାଏ । ଯଦି କେହି ଅପୁତ୍ରିକ ଥାଆନ୍ତି ତା'ହେଲେ ବାସ ଏବଂ ଯୁଇଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର [[ମୁରୁଜ]] କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି । ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଆଖୁ, [[କଦଳୀ]], କନ୍ଦମୂଳ, [[ନଡ଼ିଆ]], ମୁଗ, ସୋଲା, ନାରଙ୍ଗ, [[ପାନ]], କାକୁଡି, କମଳା, ଜହ୍ନି, କଖାରୁ ଏଭଳି ଏକୋଇଶ ପ୍ରକାର ଦ୍ରବ୍ୟକୁ ଚାଙ୍ଗୁଡ଼ିରେ ଥୋଇ ତା' ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ । ତା'ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ । ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ <ref name="Gajrani2004">{{cite book|author=S. Gajrani|title=History, Religion and Culture of India|url=http://books.google.com/books?id=Ksgz4Fvt57QC&pg=PA193|accessdate=2 November 2012|date=1 September 2004|publisher=Gyan Publishing House|isbn=978-81-8205-063-1|pages=193–}}</ref>ଏବଂ ସନ୍ତାନବତୀ ମା' ସନ୍ତାନମାନଙ୍କର ଦୀର୍ଘଜୀବନ କାମନ କରି ଏ ପ୍ରକାର ଓଷା କରୁଥିବାରୁ ଏହି ଓଷା ପ୍ରତ୍ୟେକ ହିନ୍ଦୁ ନାରୀ ପ୍ରାଣରେ ଗଭୀର ରେଖାପାତ କରିଥାଏ । କୌଣସି ଲୋକ ବିପଦରୁ ରକ୍ଷା ପାଇଲେ ଲୋକମାନେ କହିଥା'ନ୍ତି, 'ସତରେ ମା' ତୋର ଦୂତୀଆ ପୂଜିଥିଲା । ତେଣୁ ରକ୍ଷା ପାଇଗଲୁ ।'