"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
୩୪ କ ଧାଡ଼ି:
|website =
}}
ଭାରତର ଚାରିଟି ସ୍ଥାନରେ ଚଉଷଠି ଯୋଗିନୀ ମନ୍ଦିର ରହିଛି । ସେଥିମଧ୍ୟରୁ ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁରଠାରେ ଗୋଟିଏ ଲେଖାଏଁ ଚଉଷଠି ଯୋଗିନୀ ମନ୍ଦିର ଥିବାବେଳେ ଓଡିଶାର ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୧୦କିଲୋମିଟର ଦୂର ହୀରାପୁରଠାରେ ଗୋଟିଏ ଏବଂ କେନ୍ଦୁଝର ଜିଲ୍ଲାର ରାଣୀପୁର ଝରିଆଲଠାରେ ଆଉ ଏକ ଚଉଷଠି ଯୋଗିନୀ ମନ୍ଦିର ରହିଛି । ତେବେ ହୀରାପୁରଠାରେ ଥିବା ଚଉଷଠି ଯୋଗିନୀ ମନ୍ଦିରର ସ୍ଵତନ୍ତ୍ରତା ରହିଛି । '''ଚଉଷଠି ଯୋଗିନୀ ମନ୍ଦିର''' [[ଓଡ଼ିଶା]]ର [[ଭୁବନେଶ୍ଵର]]ରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ [[ବଜ୍ରଯାନ]] ମନ୍ଦିର ସ୍ଥାନୀୟ ଅଞ୍ଚଳରେ ମହାମାୟା ମନ୍ଦିର ନାମରେ ପରିଚିତ । ଏହି ମନ୍ଦିର ୧୯୫୩ ମସିହାରେ ଓଡିଶା ରାଜ୍ୟ ସଂଗ୍ରହାଳୟର ସ୍ଵର୍ଗତ କେଦାରନାଥ ମହାପାତ୍ରଙ୍କ ଦ୍ଵାରା ଆବିଷୃତ ହୋଇଥିଲା । ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ ଓ ଏକାମ୍ରକ୍ଷେତ୍ର ଭୁବନେଶ୍ଵରର ସ୍ଵର୍ଣ୍ଣ ତ୍ରିଭୁଜ ଶକ୍ତିମଣ୍ଡଳ ମଧ୍ୟଭାଗରେ ପ୍ରବାହିତ ଚିରସ୍ରୋତା କୁଆଖାଇ, ଦୟା ଓ ଭାର୍ଗବୀ ନଦୀର ସଙ୍ଗମସ୍ଥଳ ହୀରାପୁର ଗ୍ରାମରେ ରହିଛି ତନ୍ତ୍ରସାଧନାର ପ୍ରସିଦ୍ଧ ପୀଠ ଚଉଷଠି ଯୋଗିନୀ ମନ୍ଦିର । ଏହି ମନ୍ଦିର ଉପରପାର୍ଶ୍ଵ ଖୋଲା ରହିଛି । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ଚାରିପଟେ ଯୋଗେଶ୍ଵର ପୁରୁଷୋତ୍ତମ ବ୍ରହ୍ମ ମହାମୁଦ୍ରାରେ ଯୋଗାସନରତ । ମନ୍ଦିର ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡିମଣ୍ଡପ ରହିଛି । ଯେଉଁଥିରେ ଚାରୋଟି ଶିବ ଓ ଯୋଗିନୀମାନଙ୍କ ପ୍ରତିମା ଅଳଙ୍କୃତ । ମନ୍ଦିରର ଗୋଲାକାର ପରିସୀମା, ମଧ୍ୟଭାଗରେ ଥିବା ଚଣ୍ଡିମଣ୍ଡପ ଓ ଏହାର ପ୍ରବେଶ ପଥକୁ ଅନୁଧ୍ୟାନ କଲେ ଏହା ଏକ ବୃହତ ଶିବଲିଙ୍ଗ ଭଳି ମନେହୁଏ ।<ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
==ଇଷ୍ଟଦେବୀ ମହାମାୟା ଓ ଚଉଷଠି ଯୋଗିନୀ==
ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜା ପାଆନ୍ତି । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ଲାଗି ରହିଛନ୍ତି ୬୪ଯୋଗିନୀ ମୂର୍ତ୍ତି । ଏହି ଯୋଗିନୀମାନେ ମନ୍ଦିରକାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହାନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୁଷା ସହିତ ବିଭିନ୍ନପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ତେବେ ସମସ୍ତ ୬୪ଯୋଗିନୀଙ୍କ କେଶ ବିନ୍ୟାସ ପୃଥକ ପୃଥକ ଥିବା ଦେଖାଯାଏ । ଏଠାରେ ପୂଜା ପାଉଥିବା ୬୪ ଯୋଗିନୀଙ୍କ ମୂର୍ତ୍ତିର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡିକ କଳା ମୁଗୁନି ପଥରରେ ନିର୍ମିତ । <ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
୫୫ କ ଧାଡ଼ି:
==ମନ୍ଦିର ପରିସରରେ ଥିବା ଶିବଲିଙ୍ଗ ସଙ୍କଟେଶ୍ଵର==
ଏହି ମନ୍ଦିର ପରିସରରେ ଏକ ଶିବ ମନ୍ଦିର ରହିଛି । ଏହି ଶିବ ମନ୍ଦିର ନାମ ସଙ୍କଟେଶ୍ଵର ପୂଜା ହେଉଥିବା ଶିବଲିଙ୍ଗଟି ପାତାଳଫୁଟା । ଏହି ମନ୍ଦିରର ବିଶେଷତ୍ଵ ହେଉଛି ବହୁ ବର୍ଷ ତଳେ ଏକ ଶିବଲିଙ୍ଗ ମାଟି ଫଟାଇ ଆପେ ଆପେ ଉପରକୁ ବାହାରିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଶିବଲିଙ୍ଗର ଉଚ୍ଚତା କ୍ରମଶଃ ବୃଦ୍ଧି ପାଉଛି । ଏହି ମନ୍ଦିରର ପୂଜାର୍ଚ୍ଚନା ପାଇଁ ଦୀର୍ଘ ୧୨ବର୍ଷ ତଳେ ପୂଜକ ସନ୍ତୋଷ ପାଢୀଙ୍କୁ ନିୟୋଜିତ କରାଯାଇଥିଲା । କିଛି ବର୍ଷ ପରେ ଶିବଲିଙ୍ଗ ବୃଦ୍ଧି ପାଇଥିବା କଥା ସେ ଜାଣିପାରିଥିଲେ । ତାଙ୍କ କାର୍ଯ୍ୟକାଳ ଅର୍ଥାତ୍ ୧୨ବର୍ଷ ମଧ୍ୟରେ ଶିବଲିଙ୍ଗଟି ଦେଢଫୁଟ୍ ବୃଦ୍ଧି ପାଇଛି ବୋଲି ପୂଜକ ଶ୍ରୀ ପାଢୀ କହନ୍ତି ।ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
==ଆଧାର==
{{ଆଧାର}}
 
==ଦ୍ରଷ୍ଟବ୍ୟ==