"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ଅଧିକ ତଥ୍ୟ
ଅଧିକ ତଥ୍ୟ
୩୪ କ ଧାଡ଼ି:
|website =
}}
'''ଚଉଷଠି ଯୋଗିନୀ ମନ୍ଦିର''' [[ଓଡ଼ିଶା]]ର [[ଭୁବନେଶ୍ଵର]]ରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ [[ବଜ୍ରଯାନ]] ମନ୍ଦିର ସ୍ଥାନୀୟ ଅଞ୍ଚଳରେ ମହାମାୟା ମନ୍ଦିର ନାମରେ ପରିଚିତ । ଏହି ମନ୍ଦିର ୧୯୫୩ ମସିହାରେ ଓଡିଶା ରାଜ୍ୟ ସଂଗ୍ରହାଳୟର ସ୍ଵର୍ଗତ କେଦାରନାଥ ମହାପାତ୍ରଙ୍କ ଦ୍ଵାରା ଆବିଷୃତ ହୋଇଥିଲା । ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ ଓ ଏକାମ୍ରକ୍ଷେତ୍ର ଭୁବନେଶ୍ଵରର ସ୍ଵର୍ଣ୍ଣ ତ୍ରିଭୁଜ ଶକ୍ତିମଣ୍ଡଳ ମଧ୍ୟଭାଗରେ ପ୍ରବାହିତ ଚିରସ୍ରୋତା କୁଆଖାଇ, ଦୟା ଓ ଭାର୍ଗବୀ ନଦୀର ସଙ୍ଗମସ୍ଥଳ ହୀରାପୁର ଗ୍ରାମରେ ରହିଛି ତନ୍ତ୍ରସାଧନାର ପ୍ରସିଦ୍ଧ ପୀଠ ଚଉଷଠି ଯୋଗିନୀ ମନ୍ଦିର । ଏହି ମନ୍ଦିର ଉପରପାର୍ଶ୍ଵ ଖୋଲା ରହିଛି । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ଚାରିପଟେ ଯୋଗେଶ୍ଵର ପୁରୁଷୋତ୍ତମ ବ୍ରହ୍ମ ମହାମୁଦ୍ରାରେ ଯୋଗାସନରତ । ମନ୍ଦିର ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡିମଣ୍ଡପ ରହିଛି । ଯେଉଁଥିରେ ଚାରୋଟି ଶିବ ଓ ଯୋଗିନୀମାନଙ୍କ ପ୍ରତିମା ଅଳଙ୍କୃତ । ମନ୍ଦିରର ଗୋଲାକାର ପରିସୀମା, ମଧ୍ୟଭାଗରେ ଥିବା ଚଣ୍ଡିମଣ୍ଡପ ଓ ଏହାର ପ୍ରବେଶ ପଥକୁ ଅନୁଧ୍ୟାନ କଲେ ଏହା ଏକ ବୃହତ ଶିବଲିଙ୍ଗ ଭଳି ମନେହୁଏ ।<ref>ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯</ref>
 
==ଇତିହାସ==