"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୮ କ ଧାଡ଼ି:
 
==ମନ୍ଦିର ନିର୍ମାଣ ଶୈଳୀ==
ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ, ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଲି ପଥରରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ଵାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାର୍ଶ୍ଵରେ ଦୁଇଟି ବେତାଳ ରହିଛନ୍ତି । ନାରୀ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରୁଥିବା ଏହି ମନୋରମ ପ୍ରତିମାଗୁଡିକ କଳାମୁଗୁନି ପଥରରେ ଖୋଦିତ ଓ ବାଲୁକା ପ୍ରସ୍ତରରେ ନିର୍ମିତ । ନବକାତ୍ୟାୟିନୀ \ ୯ଟିକତ୍ୟାୟିନୀଙ୍କ ପ୍ରତିମାମାନ ଏହିମନ୍ଦିରର ବହିର୍ଦେଶରେ ସୁମଣ୍ଡିତ ହୋଇଛି । ଏହି କାନ୍ଥର ଭିତର ଭାଗରେ [[ଚଉଷଠି ଯୋଗିନୀଙ୍କ ନାମ|ଯୋଗିନୀ]] ମାନଙ୍କ କଳାମୁଗୁନି ପଥରରେ ତିଆରି ମୁର୍ତ୍ତୀ ଅଛି । ଏହି କାନ୍ଥରେ ୫୬ ଗୋଟି ମୂର୍ତ୍ତୀ ରହିଅଛି । ମନ୍ଦିର ମଝି ଭାଗରେ ଏକ ଛୋଟ ଘରେ ୮ଗୋଟି ମୂର୍ତ୍ତୀ ଚାରି ଦିଗକୁ ମୁହଁ କରି ଅଛନ୍ତି ।
 
[[ଓଡ଼ିଶା]]ର [[ବଲାଙ୍ଗୀର ଜିଲ୍ଲା]]ର [[ରାଣିପୁର-ଝରିଆଳ]] ଠାରେ ମଧ୍ୟ ଏହିପରି [[ଚଉଷଠି ଯୋଗିନୀ ମନ୍ଦିର (ରାଣିପୁର-ଝରିଆଳ)|ମନ୍ଦିର]]ଟିଏ ଦେଖିବାକୁ ମିଳିଥାଏ ।