"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି
→‎କିମ୍ବଦନ୍ତୀ: ଅଧିକ ତଥ୍ୟ
୪୩ କ ଧାଡ଼ି:
 
==କିମ୍ବଦନ୍ତୀ==
କିମ୍ବଦନ୍ତୀ ଅନୁସାରେ ଯେତେବେଳେ ମହିଷାସୁର ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା ସେତେବେଳେ ପୃଥିବୀବାସୀଙ୍କୁ ତାଙ୍କ କବଳରୁ ରକ୍ଷା କରିବା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଜଗଜ୍ଜନନୀ ମା'ଦୁର୍ଗାଙ୍କର ଆବିର୍ଭାବ ହୋଇଥିଲା । ସେତେବେଳେ ମା'ଦୁର୍ଗା ମହିଷାସୁରର ସହଯୋଗୀ ରକ୍ତବୀର୍ଯ୍ୟଙ୍କୁ ବଧ କରିବାକୁ ଘମାଘୋଟ ଯୁଦ୍ଧ କରିଥିଲେ । ତେବେ ଯୁଦ୍ଧରେ ରକ୍ତବୀର୍ଯ୍ୟର ଶରୀରରୁ ପଡୁଥିବା ପ୍ରତ୍ୟେକ ରକ୍ତ ବିନ୍ଦୁ ମାଟିରେ ପଡି଼ବାମାତ୍ରେ ଆଉ ଜଣେ ରକ୍ତବୀର୍ଯ୍ୟ ସୃଷ୍ଟି ହେଉଥିଲା । ତେଣୁ ରକ୍ତବୀର୍ଯ୍ୟର ରକ୍ତବିନ୍ଦୁ ମାଟିରେ ପଡିବା ପୂର୍ବରୁ ଶୋଷିନେଇ ଯୁଦ୍ଧରେ ବିଜୟୀ କରାଇବା ପାଇଁ ମା'ଦୁର୍ଗା ୬୪ ଯୋଗିନୀଙ୍କୁ ସୃଷ୍ଟି କରିଥିଲେ । ସେହିପରି ମହା ଭାଗବତ ପୁରାଣରେ ଉଲ୍ଲେଖ ଅଛି ଯେ, ମା'କାଳୀ ରହୁଥିବା ଏକ ପ୍ରଶସ୍ତ ସ୍ଥାନକୁ ବେଳେବେଳେ ମହାଦେବ ଭ୍ରମଣ କରିବାକୁ ଆସୁଥିଲେ । ସେହି ପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟି ଦ୍ଵାର ଥିଲା ଓ ଏହାକୁ ୬୪ ଯୋଗିନୀ ଓ ଭୈରବୀମାନେ ଜଗୁଥିଲେ । ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀ ଅନୁସାରେ ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା ।
କିମ୍ବଦନ୍ତୀ ଅନୁସାରେ ଦେବୀ [[ଦୁର୍ଗା]] ଦାନବ ସଂହାର ନିମନ୍ତେ ୬୪ଟି ରୂପ ନେଇଥାନ୍ତି । ଯୁଦ୍ଧ ପରେ ଯୋଗିନୀ ମାନେ [[ଦୁର୍ଗା]]ଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ ।