"ଗୌତମ ବୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବୌଦ୍ଧଧର୍ମର ପ୍ରସାର
୪୨ କ ଧାଡ଼ି:
==[[ବୌଦ୍ଧ ଧର୍ମ]]==
==ବୌଦ୍ଧଧର୍ମର ପ୍ରସାର==
ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳପରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ [[ଅଶୋକ (ସମ୍ରାଟ)|ସମ୍ରାଟ ଅଶୋକ]]ଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ପଶ୍ଚିମରେ [[ଗ୍ରୀସ]] ଦେଶଠାରୁ ପୂର୍ବରୁ [[ବ୍ରହ୍ମଦେଶ]] ଏବଂ ଦକ୍ଷିଣରେ [[ସିଂହଳ]] ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣବଂଶର ଶ୍ରେଷ୍ଠସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ [[ଚୀନ]], [[ତିବ୍ଦତ]], [[ଜାପାନ]] ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ [[କନୌଜ]]ର ରାଜା [[ହର୍ଷବର୍ଦ୍ଧନ]]ଙ୍କ ସାହାର୍ଯ୍ୟରେ ଗୌଦ୍ଧଧର୍ମ ବିଶେଷ ଅଗ୍ରଗତି କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ [[ପୃଥିବୀ]]ର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା ।<ref>http://www.thebuddhistsociety.org/resources/Spread.html#top</ref> ରାଜା ମହାରାଜା ମାନଙ୍କ ଦ୍ଵାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ,ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତିଗୁଡିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇ ତାହା ବୌଦ୍ଧ ଧର୍ମର ପ୍ରସାର ଦିଗରେ ଯଥେଷ୍ଟ ସାହାର୍ଯ୍ୟ କରିଥିଲା । ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ ।
 
==ଆଧାର==
{{ଆଧାର}}