"କାର୍ତ୍ତିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପଞ୍ଚକ ପ୍ରସଙ୍ଗକୁ ତଥ୍ୟ ଘୁଞ୍ଚାଗଲା
୧୧ କ ଧାଡ଼ି:
ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ I କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ । ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି । ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ , ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି ।
==ପର୍ବପର୍ବାଣୀ==
କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପର୍ବ ପର୍ବାଣୀ ଗୁଡିକ ହେଲା:
ଏହି ମାସରେ ପୟାଶ୍ରାଦ୍ଧ, ଦୀପାବଳି, ଗିରିଗୋବର୍ଦ୍ଧନ ପୂଜା, ଅଁଳାନବମୀ- ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ, ପ୍ରବୋଧିନୀ ଏକାଦଶୀ, ଧନ୍ନନ୍ତରୀ ଜୟନ୍ତୀ, ଭୀଷ୍ମ ପଞ୍ଚକ, ରାସ ପୂର୍ଣ୍ଣିମା ପ୍ରଭୃତି ବହୁପର୍ବ ପାଳିତ ହୁଏ I ତେଣୁ ଯଥାର୍ଥରେ କୁହାଯାଇଛି- “ ନ କାର୍ତ୍ତିକ ସମୋ ମାସୋ ନ ବ୍ରତଃ ପଞ୍ଚକାତ୍ ପରଃ ” ଇତିଶମ୍ I <ref>ହୟଗ୍ରୀବ ତ୍ରିପାଠୀ, ଅନୁପମଭାରତ, ପୃଷ୍ଠା- ୫, ୨୪.୧୧.୨୦୧୨</ref>
{{div col|2}}
* ଅମାବାସ୍ୟା: [[କାଳୀ ପୂଜା]], [[ଦୀପାବଳି]] ଓ [[ଶ୍ରାଦ୍ଧ|ପୟାଶ୍ରାଦ୍ଧ]]
* କୃଷ୍ଣପକ୍ଷ ଚତୁର୍ଥୀ: [[କରୱ।ଚୌଥ]]
* ଶୁକ୍ଳାଷ୍ଟମୀ: ଗୋଷ୍ଟାଷ୍ଟମୀ ବା ଗୋପାଷ୍ଟମୀ: ଗୋସେବା ଉତ୍ସବ ।
* ପ୍ରବୋଧିନୀ ଏକାଦଶୀ
* ଧନ୍ଵନ୍ତରୀ ଜୟନ୍ତୀ
* ଶୁକ୍ଳ ନବମୀ: [[ଅଁଳା ନବମୀ]]: [[ସାକ୍ଷୀଗୋପାଳ ମନ୍ଦିର|ସାକ୍ଷୀଗୋପାଳରେ]] ରାଧାପାଦ ଦର୍ଶନ
* ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ: [[ପଞ୍ଚକ|ଭୀଷ୍ମ ପଞ୍ଚକ]]
* [[କାର୍ତ୍ତିକ ପୂର୍ଣ୍ଣିମା]]: ରାସ ପୂର୍ଣ୍ଣିମା
{{div col end}}
 
== ଆଧାର ==