"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ଲେଖା ଚାଲିଛି
→‎ଇତିହାସ: ଲେଖାଗଲା
୧୬୯ କ ଧାଡ଼ି:
ଏମ୍ପାଇମା ହୋଇଥିଲେ ପୂଜ ନିଷ୍କାସନ କରିବା କଥା ଲେଖିଥିଲେ । ମେମୋନିଡେସ୍ ଲେଖିଥିଲେ: ତୀବ୍ର ଜର, ପ୍ଲୁରା ଯନ୍ତ୍ରଣା, ଛୋଟ ଓ ଦୃତ ଶ୍ଵାସ କ୍ରିୟା, ନାଡି ଦନ୍ତୁରିତ ଓ କାଶ,<ref name=maimo>Maimonides, ''Fusul Musa'' ("''Pirkei Moshe''").</ref> ଏହି ସମସ୍ତ ନିମୋନିଆର ଲକ୍ଷଣ । ପୁରୁଣା ଲୋକମାନେ ନିମୋନିଆ ରୋଗ ବିଷୟରେ ଜାଣିଥିବା କଥା ହିପୋକ୍ରେଟ ଲେଖିଥିଲେ । ସେତେବେଳେ ଲେଖିଥିବା ଲକ୍ଷଣ ସମୂହ ଆଜିକାଲିର ବର୍ଣ୍ଣନା ସହ ମିଶିଯାଉଛି । <br />
୧୮୭୫ ମସିହାରେ ଏଡ୍‌ଵିନ୍ କ୍ଲେବ୍ ପ୍ରଥମେ ମୃତ ନିମୋନିଆ ରୋଗୀର ଶ୍ଵାସ ନଳୀରେ ଜୀବାଣୁ ଥିବା ଲକ୍ଷ କରିଥିଲେ ।<ref name=klebs>{{cite journal |author=Klebs E |title=Beiträge zur Kenntniss der pathogenen Schistomyceten. VII Die Monadinen |journal=Arch. Exptl. Pathol. Parmakol. |volume=4 |issue=5/6 |pages=40–488 |date=1875-12-10}}</ref> କାର୍ଲ୍ ଫ୍ରିଏଡ୍‌ଲାଣ୍ଡର(୧୮୮୨)<ref name=fried>{{cite journal |author=Friedländer C |title=Über die Schizomyceten bei der acuten fibrösen Pneumonie |journal=Virchow's Arch pathol. Anat. U. Physiol. |volume=87 |issue=2 |pages=319–324 |date=1882-02-04 |doi=10.1007/BF01880516}}</ref> ଓ ଆଲ୍‌ବର୍ଟ ଫ୍ରାଙ୍କେଲ୍(୧୮୮୪)<ref name=fraenkel>{{cite journal |author=Fraenkel A |title=Über die genuine Pneumonie, Verhandlungen des Congress für innere Medicin |journal=Dritter Congress |volume=3 |pages=17–31 |date=1884-04-21}}</ref> ଯଥାକ୍ରମେ ପ୍ରଥମେ କ୍ଲେବସିଲା ଓ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଚିହ୍ନି ଥିଲେ । ଫ୍ରିଏଡ୍‌ଲାଣ୍ଡର ପ୍ରଥମେ ଗ୍ରାମ ସ୍ଟେନ୍ ପ୍ରଚଳନ କରିଥିଲେ । କ୍ରିସ୍ଟିଆନ୍ ଗ୍ରାମ୍ ପ୍ରଥମେ ଏହି ସ୍ଟେନ୍ ଦ୍ଵାରା ଜୀବାଣୁ ପୃଥକୀକରଣ କରିଥିଲେ ଓ ଦେଖେଇ ଥିଲେ ନିମୋନିଆ ଏକାଧିକ ଜୀବାଣୁ ଦ୍ଵାରା ହୋଇପାରେ ।<ref name=gram>{{cite journal |author=Gram C |title=Über die isolierte Färbung der Schizomyceten in Schnitt- und Trocken-präparaten |journal=Fortschr. Med |volume=2 |issue=6 |pages=185–9 |date=1884-03-15}}</ref> <br />
ଆଧୁନିକ ଭେଷଜ ବିଜ୍ଞାନର ପିତା ରୁପେ ପରିଚିତ ସାର ଉଇଲିଅମ୍ ଓସ୍‌ଲର୍ ୧୯୧୮ ମସିହାରେ ନିମୋନିଆକୁ ମୃତ୍ୟୁ ମାନବମାନଙ୍କର କ୍ୟାପଟେନ ନାମରେ ଅଭିହିତ କରିଥିଲେ । ଏହାକୁ ସେ ବୃଦ୍ଧମାନଙ୍କର ସାଙ୍ଗ ନାମ ଦେଇଥିଲେ କାରଣ ଲୋକମାନେ କଷ୍ଟ ବିହୀନ ଚଞ୍ଚଳ ମୃତ୍ୟୁ ଲାଭ କରୁଥିଲେ ।<br />
ବିଂଶ ଶତାବ୍ଦିରେ ପେନିସିଲିନ ଓ ଅନ୍ୟାନ୍ୟ ଆଣ୍ଟିବାୟୋଟିକର ଆବିଷ୍କାର, ଅପରେଶନ, ଇଣ୍ଟେନ୍‌ସିଭ କେୟାର ଇତ୍ୟାଦିର ପ୍ରଚଳନ ପରେ ନିମୋନିଆ ଚିକିତ୍ସାର ଫଳାଫଳରେ ପରିବର୍ତ୍ତନ ଦେଖାଗଲା । ଟିକା ଉଦ୍ଭାବନ ପରେ ମଧ୍ୟ ନିମୋନିଆର ହାର ଆହୁରି କମିଗଲା ।<br />
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି