"ରାବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
ଟିକେ ସୁମାତ୍ରା, ଛତିଶଗଡ଼: ଆଧାର
୧୭ କ ଧାଡ଼ି:
ଏଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ ।<ref>{{cite web |url= http://www.newsanalysisindia.com/118102007.htm |title=Welcome to newsanalysisindia.com newsanalysis views reviews on current affair No Burning of Ravan in his birth place Bisrakh and Laxamn’s Lucknow |first=Premendra |last= Agrawal |work=newsanalysisindia.com |year=2012|quote=Bisrakh near Greater Noida doesn't celebrate Dussehra because Ravan was born in the village. |accessdate=9 January 2013}}</ref>
 
ତେବେ ରାବଣର ଜନ୍ମ [[ଓଡ଼ିଶା]] ରେ ବୋଲି କେତେକ ପ୍ରମାଣ ଉପସ୍ଥାପନ କରନ୍ତି । ଅନେକ ବର୍ଷ ପୂର୍ବେ ଭଗବାନ ପତି '''ଓଡ଼ିଶାରେ ଲଙ୍କା''' ବୋଲି ପ୍ରମାଣ ଦେଇ ‘ ମୁକୁର’ ରେ ଲେଖା ପ୍ରକାଶ କରିଥିଲେ । [[ମଧ୍ୟ ପ୍ରଦେଶ]]ର ବସ୍ତରରେ ରାବଣର ଜନ୍ମସ୍ଥାନ ହୋଇପାରେ ବୋଲି [[ଇନ୍ଦୋର]]ର ପୂର୍ବତନ ପ୍ରଧାନମନ୍ତ୍ରୀ କାବେଙ୍କ ମତ । ରାବଣର ଜନ୍ମସ୍ଥାନ ସ୍ଵର୍ଣ୍ଣପୁର ହୋଇପାରେ କହିବା ପଛରେ ବହୁ ଯୁକ୍ତିପୂର୍ଣ୍ଣ ଗବେଷଣାମୂଳକ ପ୍ରମାଣ ଅଛି I ସହକାର ୧୨ଶ ଭାଗ ୧୦ମ ସଂଖ୍ୟାରେ ଲକ୍ଷ୍ମୀନାରାୟଣ ସାହୁ ଏମ୍.ଏ. ମହାଶୟଙ୍କର ‘ ରାବଣ ଜନ୍ମସ୍ଥାନ ’ ପଢି ତତ୍କାଳୀନ ଗବେଷକମାନେ ଆଲୋଚନା ଓ ଅନୁସନ୍ଧାନ ଦ୍ଵାରା ଅନେକ ତଥ୍ୟ ପାଇଥିଲେ । [[ବିଶ୍ରବା ଋଷି]] ସୁବଳୟାରେ ଆଶ୍ରମ କରି ରହିବା ସମୟରେ ରାବଣର ଜନ୍ମ ରାମାୟଣରେ ଉଲ୍ଲେଖ ଅଛି । ତେବେ ସୁବଳୟା ଗ୍ରାମ କେଉଁଠି ଥିବାର ଜଣାନାହିଁ । ଅଦ୍ୟାପି ସେହିଠାରେ କେହି କେହି ସ୍ତ୍ରୀଲୋକ କଥା ପ୍ରସଙ୍ଗରେ ‘ରାବଣର ଏନ୍ତୁଡିଶାଳ’ ବୋଲି ଉପମା ଦେଇଥାନ୍ତି । ସୁବର୍ଣ୍ଣପୁରୀ ବା ସ୍ଵର୍ଣ୍ଣପୁରୀ ବୋଲି ରାମାୟଣରେ ଉଲ୍ଲେଖ ଅଛି । ତାଙ୍କର ଗ୍ରାମଦେବତୀଙ୍କୁ ଲଙ୍କେଶ୍ଵରୀ କହିବା ଯୁକ୍ତିଯୁକ୍ତ । ସ୍ଵର୍ଣ୍ଣପୁରର ଅନ୍ୟତମ ଗ୍ରାମଦେବତୀ ଏହିନାମରେ ଅଭିହିତା । ଅଦ୍ୟାପି [[ମହାନଦୀ]] ଗର୍ଭସ୍ଥ ଲଙ୍କେଶ୍ଵରୀ ପାହାଡ଼ ଉପରେ ଲଙ୍କେଶ୍ଵରୀ ଓ ସୁବର୍ଣ୍ଣମେରୁଙ୍କୁ ଆରାଧନା କରି ରାବଣ ମହାବିକ୍ରମଶାଳୀ ଓ ଔଶ୍ଵର୍ଯ୍ୟବାନ୍ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ, ସୁବର୍ଣ୍ଣପୁର ସହରର ପୂର୍ବସୀମାରେ [[ତେଲନଦୀ]] ଓ ମହାନଦୀର ସଙ୍ଗମସ୍ଥଳୀରେ ରାମେଶ୍ଵର ମନ୍ଦିର ଅବସ୍ଥିତ । ରାବଣ ଯେ ଶକ୍ତି ଉପାସକ ଥିଲେ । ଅସଂଖ୍ୟ ପ୍ରାଚୀନ ଦେବଦେବୀ ମନ୍ଦିର ସ୍ଵର୍ଣ୍ଣପୁର (ସୁବର୍ଣ୍ଣପୁର)ରେ ଦେଖିବାକୁ ମିଳେ । ଏଥିରୁ ଅନୁମାନ କରାଯାଏ, ରାବଣର ବାସସ୍ଥାନ ଲଙ୍କା ସ୍ଵର୍ଣ୍ଣ ବା ସୁବର୍ଣ୍ଣପୁର ଛଡା ଅନ୍ୟତ୍ର ହୋଇନପାରେ । [[ବଲାଙ୍ଗୀର]] ‘ କଳିଙ୍ଗ ସାହିତ୍ୟ ସମିତି ’ ର ମୁଖପତ୍ର (ହାତଲେଖା)
 
[[କଳିଙ୍ଗ (ବହି)|କଳିଙ୍ଗ]]ର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ । ଜଗବନ୍ଧୁ ସିଂହ [[ପ୍ରାଚୀନ ଉତ୍କଳ]] ର ଏକ ସ୍ଥାନରେ ଲେଖିଛନ୍ତି – ‘ ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ; କାରଣ ମହାଭବ ଗୁପ୍ତଙ୍କ ତ୍ରାମ ଶାସନରେ ଏ ନାମ ଦେଖାଯାଏ । ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ଼ ଅଛି, ସ୍ଥାନଟି ମହାରାଜାଙ୍କ ନଅରଠାରୁ ବେଶି ଦୂର ନୁହେଁ । ଏ ପାହାଡ଼ରେ ଖୋଦିତ ଲିପି ଅଛି । ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି । ଯୋଗେଶ୍ଵର ଦେବଙ୍କ ଅନୁଶାସନରେ ସୋନପୁର ରାଜ୍ୟ ଏକଦା ପଶ୍ଚିମ ଲଙ୍କା ବୋଲି କଥିତ ଅଛି ’ ଅଛି’ । ( ୫୪୨ – ୫୪୩ ପୃଷ୍ଠା ) । ଅନ୍ୟତ୍ର ସେ ଲେଖିଛନ୍ତି – ‘ ଅନ୍ୟ ଗୋଟିଏ ତାମ୍ର ଶାସନ ମିଳେ I ଏ ତାମ୍ରପଟା ସୋନପୁରର କୁମାର ସୋମେଶ୍ଵର ଦେବଙ୍କ ସମୟର । ଏଥିରୁ ପ୍ରକାଶ ଯେ ମହାଭବ ଗୁପ୍ତଙ୍କ ବଂଶଧର ଉଦ୍ୟତ କେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ । ସମ୍ଭବତଃ ଅଭିମନ୍ୟୁ ଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧାସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ । ସୋନପୁର କାହିଁକି ପୂର୍ବେ ପଶ୍ଚିମ ଲଙ୍କା କଥିତ ହେଉଥିଲା, ତାହା ଜଣାଯାଉନାହିଁ । ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ‘ ଓରିଶା ଦି ମେକିଙ୍ଗ ’ ନାମକ ପୁସ୍ତକର ପୃଷ୍ଠା – ୧୭୯ରେ ଲେଖିଛନ୍ତି – ‘କୁମାରାଥିରାଜ ସୋମେଶ୍ଵର ଦେବ ସୋନପୁରର କୋଶଳ ରାଜାଙ୍କ ଅନୁଜ ଥିଲେ ଏବଂ ପରବର୍ତ୍ତୀ କାଳରେ ସେ ପଶ୍ଚିମ ଲଙ୍କାଧୀଶ ବୋଲି ବର୍ଣ୍ଣିତ ହେଲେ’ । ସ୍ଵର୍ଣ୍ଣପୁରକୁ ପୂର୍ବେ ପଶ୍ଚିମ ଲଙ୍କା କାହିଁକି କୁହାଯାଉଥିଲା, ସେ ସମ୍ବନ୍ଧରେ ଇତିହାସ ନିରବ । ଗବେଷକମାନେ ଅନୁମାନ କରନ୍ତି ଯେ ସ୍ଵର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ । ଲଙ୍କା ସମ୍ବନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଅଭିମତ –
# କୀବେ - ମଧ୍ୟପ୍ରଦେଶ (ବସ୍ତର)<ref>{{cite web |url= http://archive.org/stream/locationoflanka035096mbp/locationoflanka035096mbp_djvu.txt |title=Full text of 'Location Of Lanka' |first= |last={{err|{{AUTHOR MISSING}}}} |work=archive.org |quote=Recently, however, some scholars are inclined to place it in the Chhattisgarh District of the Central Provinces. |accessdate=9 January 2013}}</ref>
# କୀବେ - ମଧ୍ୟପ୍ରଦେଶ (ବସ୍ତର)
# ଅପୂର୍ବକୁମାର ମଲ୍ଲିକ - [[ଅଷ୍ଟ୍ରେଲିଆ]] (ସାହିତ୍ୟ ସମ୍ବାଦ, ୧୮୧ ପୃଷ୍ଠା )
# ଅକ୍ଷୟ କୁମାର ମଜୁମଦାର - [[କଲୋମ୍ବୋ|ସିଲୋନ]]ର ଉତ୍ତର ପଶ୍ଚିମ ଉପକୂଳବର୍ତ୍ତୀ ଏକ କ୍ଷୁଦ୍ର ଦ୍ଵୀପ, ମାତ୍ର ସିଲୋନ ନୁହେଁ ।
# ପ୍ରଫେସର ଏସ୍ . ଏନ୍ . ଅଧିକାରୀ -ସୁମାତ୍ରା ।<ref name="Ramakrishnan2003">{{cite book|author=R.K. Ramakrishnan|title=Ravana And Lanka|url=http://books.google.com/books?id=os1wPNHRrbEC&pg=PA82|accessdate=9 January 2013|date=1 August 2003|publisher=Global Vision Publishing Ho|isbn=978-81-87746-79-9|pages=82–}}</ref>
 
ଲଙ୍କା ସମ୍ବନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ଵର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ । ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡ଼ିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ପତ୍ର ଦେଇଥିଲେ, ‘ସହକାର’ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ରାବଣର ଜନ୍ମସ୍ଥାନ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ ।
"https://or.wikipedia.org/wiki/ରାବଣ"ରୁ ଅଣାଯାଇଅଛି