"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପୂର୍ବାନୁମାନ: ପୁର୍ବାନୁମାନ ଲେଖାଗଲା
୧୩୮ କ ଧାଡ଼ି:
ଫୁସ୍‌ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ଵୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚି ଦ୍ଵାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସା ଦ୍ଵାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ । <br />
କ୍ଵଚିତ ଏହି ଜୀବାଣୁ ଫୁସ୍‌ଫୁସ୍‌ରେ ଛୋଟ ଥଳୀ ତିଆରି କରନ୍ତି ଯାହାକୁ ଆବସେସ୍(Lung abcess) କହନ୍ତି । ଏହା ଦେଖିବା ନିମନ୍ତେ ଏକ୍ସ୍-ରେ ବା ସି.ଟି. ସ୍କାନ ଦରକାର ହୁଏ । ଆସ୍ପିରେସନ୍ ନିମୋନିଆରେ ଏହା ଅଧିକ ହୁଏ । ବହୁତ ଦିନ ଧରି ଏହା ନିମନ୍ତେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ବେଳେ ବେଳେ ସର୍ଜନ୍ ଏହାର ନିଷ୍କାସନ କରନ୍ତି ।
=== ବିଫଳ ଶ୍ଵାସକୀୟ ଓ ରକ୍ତ ସଞ୍ଚାଳନ ବିଫଳ ===
(Respiratory and circulatory failure)<br />
ନିମୋନିଆ ସଂକ୍ରମଣ ଓ ପ୍ରଦାହ କ୍ରିୟା ମିଶି ତୀବ୍ର ରେସ୍ପିରେଟରି ସିନ୍ଡ୍ରୋମ୍ ହୁଏ ଓ ଶ୍ଵାସ କ୍ରିୟା ପ୍ରଭାବିତ ହୁଏ । ଫୁସ୍‌ଫୁସ୍‌ରେ ତରଳ ପଦାର୍ଥ ଜମି ଯାଇ ଶକ୍ତ ହୋଇଯାଏ । ଅମ୍ଳଜାନ ସଂଗ୍ରହ ହୋଇ ନ ପାରିବା କାରଣରୁ ବଞ୍ଚିବା ନିମନ୍ତେ ଭେଣ୍ଟିଲେଟର ଆବଶ୍ୟକ ହୁଏ । <br />
ପ୍ରତିରୋଧ ଅକ୍ଷମତା ଓ ହାଇପୋସ୍ପ୍ଲେନିସ୍ମ୍ ଥିଲେ ରକ୍ତ ବିଷାକ୍ତ(Septic) ହେବା ସମ୍ଭାବନା ବଢିଯାଏ । ସବୁ ଲକ୍ଷଣମାନଙ୍କୁ ବିଚାରକୁ ନେଲା ବେଳେ ମାୟୋକାର୍ଡିଆଲ୍ ଇନ୍‌ଫାର୍କସନ୍ ଓ ପଲ୍‌ମୋନାରୀ ଏମ୍ବୋଲିସ୍ମ ରୋଗ ଦ୍ଵୟ ଥିବାର ସମ୍ଭାବନାକୁ ଏଡେଇ ଦେଇ ହୁଏ ନାହିଁ ।<ref name=C250>Cunha (2010). Pages 250-251.</ref> <br />
== ସଂକ୍ରମଣ ଅନୁଶୀଳନ ==
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି