"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଶୋଷଣ: ଲେଖାଗଲା
→‎ପୂର୍ବାନୁମାନ: ପୁର୍ବାନୁମାନ ଲେଖାଗଲା
୧୨୮ କ ଧାଡ଼ି:
ଆସ୍ପିରେସନ୍ ପରବର୍ତ୍ତୀ ନିମୋନିଆରେ କେଉଁ ଜୀବାଣୁ ଓ କେଉଁ ପରିସ୍ଥିତିରେ ଜୀବାଣୁ ଆସିଛି ସେ ସବୁର ସମୀକ୍ଷା କରି ଔଷଧ ଦିଆଯାଏ । କ୍ଲିଣ୍ଡାମାଇସିନ୍, ଆମିନୋଗ୍ଲାଇକୋସାଇଡ କିମ୍ଵା ବିଟାଲାକ୍ଟାମ୍ ଆଣ୍ଟିବାୟୋଟିକ୍ ଓ ମେଟ୍ରୋନିଡାଜଲ୍ ଦ୍ଵୟ ଦିଆଯାଏ । କର୍ଟିକୋସ୍ଟିରଏଡ ଦିଆଯାଏ କିନ୍ତୁ ଏହାର ସୀମିତ ଉପକାରୀତା ଅଛି ।
== ପୂର୍ବାନୁମାନ ==
ଅଧିକାଂଶ ଧରଣର ନିମୋନିଆ ଚିକିତ୍ସା ଦ୍ଵାରା ୩ ରୁ ୬ ଦିନ ମଧ୍ୟରେ ଉନ୍ନତି କରନ୍ତି । ଚାରି ସପ୍ତାହ ମଧ୍ୟରେ ଏକ୍ସ-ରେ ଚିତ୍ର ପୁର୍ବାବସ୍ଥାକୁ ଫେରି ଆସେ ଓ ମୃତ୍ୟୁ ହାର ୧ %ରୁ କମ ରହେ । ବୟସ୍କ ଲୋକ ଓ ପୂର୍ବରୁ ଅନ୍ୟ କିଛି ଫୁସ୍‌ଫୁସ୍ ଅସୁବିଧା ଥିଲେ ଭଲ ହେବାକୁ ୧୨ ସପ୍ତାହ ଲାଗେ । ଡାକ୍ତରଖାନାରେ ଆଡ୍‌ମିଶନ୍ ହୋଇଥିବା ଲୋକଙ୍କର ମୃତ୍ୟୁ ହାର ୧୦ % ହେଲେ ଇଣ୍ଟେନ୍‌ସିଭ କେୟାରରେ ଥିବା ଲୋକଙ୍କର ମୃତ୍ୟୁ ହାର ୩୦ ରୁ ୫୦ % ହୁଏ ।<br />
ଆଗରୁ ଅନ୍ୟ ଫୁସ୍‌ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।
=== ପୂର୍ବାନୁମାନର ନିୟମ ===
ନିମୋନିଆ ନିମନ୍ତେ ପୂର୍ବାନୁମାନ ନିୟମ ତିଆରି ହୋଇଛି । ଡାକ୍ତରଖାନା ଆଡ୍‌ମିସନ୍ ହେବା ନ ହେବା ନିମ୍ନ ଲିଖିତ ନିୟମ ଅନୁଯାୟୀ ସ୍ଥିର କରାଯାଏ ।
*ନିମୋନିଆ ସିଭିଅରିଟି ଇଣ୍ଡେକ୍ସ (PCI Score).
*ସି.ୟୁ.ଆର୍.ବି.-୬୫(CIRB-65)
=== ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ ===
[[File:Pleural effusion.jpg|thumb|right|alt=An X-ray showing a chest lying horizontal. The lower black area which is the right lung is smaller with a whiter area below it of a pulmonary effusion. There are red arrows marking the size of these.|ଏକ୍ସ-ରେ ଚିତ୍ରରେ ଦେଖାଯାଉଥିବା[[ପ୍ଲୁରା ଏଫ୍ୟୁଜନ୍]]: A ତୀର ଛାତିରେ ଥିବା ତରଳ ପଦାର୍ଥ ସ୍ତର ଦର୍ଶାଉଛି । B ତୀର ଫୁସ୍‌ଫୁସ୍‌ର ଓସାର ଦର୍ଶାଉଛି । ପ୍ଲୁରାରେ ତରଳ ପଦାର୍ଥ ଜମିଥିବା ଯୋଗୁ ଫୁସ୍‌ଫୁସ୍ ଆକାର କମି ଯାଇଛି । ]]
ଫୁସ୍‌ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ଵୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚି ଦ୍ଵାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସା ଦ୍ଵାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ । <br />
କ୍ଵଚିତ ଏହି ଜୀବାଣୁ ଫୁସ୍‌ଫୁସ୍‌ରେ ଛୋଟ ଥଳୀ ତିଆରି କରନ୍ତି ଯାହାକୁ ଆବସେସ୍(Lung abcess) କହନ୍ତି । ଏହା ଦେଖିବା ନିମନ୍ତେ ଏକ୍ସ୍-ରେ ବା ସି.ଟି. ସ୍କାନ ଦରକାର ହୁଏ । ଆସ୍ପିରେସନ୍ ନିମୋନିଆରେ ଏହା ଅଧିକ ହୁଏ । ବହୁତ ଦିନ ଧରି ଏହା ନିମନ୍ତେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ବେଳେ ବେଳେ ସର୍ଜନ୍ ଏହାର ନିଷ୍କାସନ କରନ୍ତି ।
=== ଶ୍ଵାସକୀୟ ଓ ରକ୍ତ ସଞ୍ଚାଳନ ବିଫଳ ===
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି