"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨୩ କ ଧାଡ଼ି:
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ ପରିସ୍ଥିତି ଅନୁଯାୟୀ ଦିଆଯାଏ ଯଥା: ବୟସ, ସ୍ଵାସ୍ଥ୍ୟ ଓ ରୋଗ ଗ୍ରହଣ ସ୍ଥାନ । ଇଂଲଣ୍ଡରେ ଗୋଷ୍ଠିଗତ ରୋଗରେ ପ୍ରଥମ ଧାଡି ଚିକିତ୍ସା ରୁପେ ଆମୋକ୍ସିସିଲିନ୍ ସହ ଡକ୍ସିସାଇକ୍ଲିନ୍ ବା କ୍ଲାରିଥ୍ରୋମାଇସିନ ଦିଆଯାଏ । ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ । ଏଥି ନିମନ୍ତେ ଆମୋକ୍ସିସିଲିନ୍ ବଦଳରେ ଯୁବକମାନଙ୍କୁ ଆଜିଥ୍ରୋମାଇସିନ କିମ୍ଵା ଏରିଥ୍ରୋମାଇସିନ୍ ସହ ଡକ୍ସିସାଇକ୍ଲିନ ଦିଆଯାଉଛି ।<ref name=Lutfiyya>{{cite journal |author=Lutfiyya MN | coauthors = Henley E, Chang LF, Reyburn SW |title=Diagnosis and treatment of community-acquired pneumonia |journal=Am Fam Physician |volume=73 |issue=3 |pages=442–50 |year=2006 |month=February |pmid=16477891 |url=http://www.aafp.org/afp/2006/0201/p442.pdf |format=PDF}}</ref> ପିଲାମାନଙ୍କର ମୃଦୁ ବା ମଧ୍ୟମ ଧରଣର ନିମୋନିଆ ହୋଇଥିଲେ ଆମୋକ୍ସିସିଲିନ୍ ପ୍ରଥମ ଧାଡି ଚିକିତ୍ସା ରୁପେ ଦିଆଯାଏ । ଜଟୀଳତା ବିହୀନ ରୋଗରେ ଆନୁସଙ୍ଗିକ ଅବାଞ୍ଛିତ ପ୍ରତିକ୍ରିୟା ଯୋଗୁ ଫ୍ଲୋରୋକୁଇନୋଲିନ୍ ଦିଆ ଯାଉ ନାହିଁ ।<ref name=EOP10/><ref>{{cite journal|last=Eliakim-Raz|first=N|coauthors=Robenshtok, E; Shefet, D; Gafter-Gvili, A; Vidal, L; Paul, M; Leibovici, L|title=Empiric antibiotic coverage of atypical pathogens for community-acquired pneumonia in hospitalized adults|journal=Cochrane database of systematic reviews |date=12 September 2012 |volume=9|pages=CD004418|pmid=22972070|doi=10.1002/14651858.CD004418.pub4|editor1-last=Eliakim-Raz|editor1-first=Noa}}</ref> ସାଧାରଣତଃ ୧୦ ଦିନ ଔଷଧ ଦିଆଯାଉ ଥିଲେ ମଧ୍ୟ ୩ ରୁ ୫ ଦିନର ଚିକିତ୍ସାରେ ମଧ୍ୟ ଉପକାର ମିଳୁଛି । ଡାକ୍ତରଖାନାରୁ ସଂକ୍ରମିତ ରୋଗ ନିମନ୍ତେ ଚତୁର୍ଥ ପିଢି ସେଫାଲୋସ୍ପୋରିନ, ଫ୍ଲୋରୋକୁଇନୋଲୋନ୍, ଆମିନୋଗ୍ଲାଇକୋସାଇଡ୍ ଓ ଭାଙ୍କୋମାଇସିନ ଦିଆଯାଉଛି ।<ref name=HAPGuideline>{{cite journal |author=[[American Thoracic Society]]; [[Infectious Diseases Society of America]] |title=Guidelines for the management of adults with hospital-acquired, ventilator-associated, and healthcare-associated pneumonia |journal=Am J Respir Crit Care Med |volume=171 |issue=4 |pages=388–416 |year=2005 |month=February |pmid=15699079 |doi=10.1164/rccm.200405-644ST}}</ref> ଏହି ଔଷଧ ଶିରା ମାଧ୍ୟମରେ ଦିଆଯାଏ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ ଦ୍ଵାରା ଭଲ ହୋଇଯାଆନ୍ତି ।
=== ଭୁତାଣୁ ଜନିତ ===
ଇନ୍ଫ୍ଲୁଏଞ୍ଜା ଏ ଓ ବି ଭୁତାଣୁ ଦ୍ଵାରା ହେଉଥିବା ନିମୋନିଆ ନିମନ୍ତେ ନିୟୁରାମିନିଡେଜ୍ ଇନହିବିଟର ଜାତୀୟ ଔଷଧ ଦିଆଯାଏ । ଗୋଷ୍ଟିଗତ ନିମୋନିଆ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧର ଉପଦେଶ ଦିଆଯାଉ ନାହିଁ । ଇନ୍ଫ୍ଲୁଏଞ୍ଜା ଏ ନିମନ୍ତେ ରିମାଟିଡିନ୍ ଓ ଆମାଟିଡିନ୍ ଦିଆଯାଏ ଓ ଉଭୟ ଏ ଓ ବି ନିମନ୍ତେ ଓସେଲ୍ଟାମିଭିର୍, ଜାନାମିଭିର୍ କିମ୍ଵା ପେରାମିଭିର ଦିଆଯାଏ । ରୋଗ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଗଲେ ବହୁତ ଉପକାର ମିଳେ । ଆଭିଆନ୍ ଇନ୍‌ଫ୍ଲୁଏଞ୍ଜା ବା "ବାର୍ଡ ଫ୍ଲୁ", ରିମାଟିଡିନ୍ ଓ ଆମାଟିଡିନ୍ ଔଷଧ ପ୍ରତିରୋଧ ଦେଖାଏ । ସମ ସାମୟିକ ଜୀବାଣୁ ସଂକ୍ରମଣର ସମ୍ଭାବନାକୁ ଏଡେଇ ଦେବା ଅସମ୍ଭବ ହେତୁ ଆଣ୍ଟିବାୟୋଟିକ୍ ଦିଆଯାଏ । ବ୍ରିଟିସ୍ ଥୋରାସିକ୍ ସୋସାଇଟି କମ୍ ମାତ୍ରାର ରୋଗରେ ଆଣ୍ଟିବାୟୋଟିକ ଦେବାକୁ ବାରଣ କରନ୍ତି ।
=== ଶୋଷଣ ===
(Aspiration)<br />
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି