"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୨୧ କ ଧାଡ଼ି:
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ଵାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫(CURB-65)ସ୍କୋର୍ ଅନୁସାରେ ଆଡ୍‌ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ଵଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ଵାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।<ref name=PIDS11>{{cite journal|last=Bradley|first=JS|coauthors=Byington, CL, Shah, SS, Alverson, B, Carter, ER, Harrison, C, Kaplan, SL, Mace, SE, McCracken GH, Jr, Moore, MR, St Peter, SD, Stockwell, JA, Swanson, JT|title=The Management of Community-Acquired Pneumonia in Infants and Children Older Than 3 Months of Age: Clinical Practice Guidelines by the Pediatric Infectious Diseases Society and the Infectious Diseases Society of America|journal=Clinical infectious diseases : an official publication of the Infectious Diseases Society of America|date=2011-08-31|pmid =21880587|volume= 53|issue= 7|pages= e25–76|doi=10.1093/cid/cir531}}</ref>
=== ଜୀବାଣୁ ଜନିତ ===
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ ପରିସ୍ଥିତି ଅନୁଯାୟୀ ଦିଆଯାଏ ଯଥା: ବୟସ, ସ୍ଵାସ୍ଥ୍ୟ ଓ ରୋଗ ଗ୍ରହଣ ସ୍ଥାନ । ଇଂଲଣ୍ଡରେ ଗୋଷ୍ଠିଗତ ରୋଗରେ ପ୍ରଥମ ଧାଡି ଚିକିତ୍ସା ରୁପେ ଆମୋକ୍ସିସିଲିନ୍ ସହ ଡକ୍ସିସାଇକ୍ଲିନ୍ ବା କ୍ଲାରିଥ୍ରୋମାଇସିନ ଦିଆଯାଏ । ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ । ଏଥି ନିମନ୍ତେ ଆମୋକ୍ସିସିଲିନ୍ ବଦଳରେ ଯୁବକମାନଙ୍କୁ ଆଜିଥ୍ରୋମାଇସିନ କିମ୍ଵା ଏରିଥ୍ରୋମାଇସିନ୍ ସହ ଡକ୍ସିସାଇକ୍ଲିନ ଦିଆଯାଉଛି ।<ref name=Lutfiyya>{{cite journal |author=Lutfiyya MN | coauthors = Henley E, Chang LF, Reyburn SW |title=Diagnosis and treatment of community-acquired pneumonia |journal=Am Fam Physician |volume=73 |issue=3 |pages=442–50 |year=2006 |month=February |pmid=16477891 |url=http://www.aafp.org/afp/2006/0201/p442.pdf |format=PDF}}</ref> ପିଲାମାନଙ୍କର ମୃଦୁ ବା ମଧ୍ୟମ ଧରଣର ନିମୋନିଆ ହୋଇଥିଲେ ଆମୋକ୍ସିସିଲିନ୍ ପ୍ରଥମ ଧାଡି ଚିକିତ୍ସା ରୁପେ ଦିଆଯାଏ । ଜଟୀଳତା ବିହୀନ ରୋଗରେ ଆନୁସଙ୍ଗିକ ଅବାଞ୍ଛିତ ପ୍ରତିକ୍ରିୟା ଯୋଗୁ ଫ୍ଲୋରୋକୁଇନୋଲିନ୍ ଦିଆ ଯାଉ ନାହିଁ ।<ref name=EOP10/><ref>{{cite journal|last=Eliakim-Raz|first=N|coauthors=Robenshtok, E; Shefet, D; Gafter-Gvili, A; Vidal, L; Paul, M; Leibovici, L|title=Empiric antibiotic coverage of atypical pathogens for community-acquired pneumonia in hospitalized adults|journal=Cochrane database of systematic reviews |date=12 September 2012 |volume=9|pages=CD004418|pmid=22972070|doi=10.1002/14651858.CD004418.pub4|editor1-last=Eliakim-Raz|editor1-first=Noa}}</ref> ସାଧାରଣତଃ ୧୦ ଦିନ ଔଷଧ ଦିଆଯାଉ ଥିଲେ ମଧ୍ୟ ୩ ରୁ ୫ ଦିନର ଚିକିତ୍ସାରେ ମଧ୍ୟ ଉପକାର ମିଳୁଛି । ଡାକ୍ତରଖାନାରୁ ସଂକ୍ରମିତ ରୋଗ ନିମନ୍ତେ ଚତୁର୍ଥ ପିଢି ସେଫାଲୋସ୍ପୋରିନ, ଫ୍ଲୋରୋକୁଇନୋଲୋନ୍, ଆମିନୋଗ୍ଲାଇକୋସାଇଡ୍ ଓ ଭାଙ୍କୋମାଇସିନ ଦିଆଯାଉଛି ।<ref name=HAPGuideline>{{cite journal |author=[[American Thoracic Society]]; [[Infectious Diseases Society of America]] |title=Guidelines for the management of adults with hospital-acquired, ventilator-associated, and healthcare-associated pneumonia |journal=Am J Respir Crit Care Med |volume=171 |issue=4 |pages=388–416 |year=2005 |month=February |pmid=15699079 |doi=10.1164/rccm.200405-644ST}}</ref> ଏହି ଔଷଧ ଶିରା ମାଧ୍ୟମରେ ଦିଆଯାଏ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ ଦ୍ଵାରା ଭଲ ହୋଇଯାଆନ୍ତି ।
=== ଭୁତାଣୁ ଜନିତ ===
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି