"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଅଣୁଜୀବ ବିଜ୍ଞାନ: , ବର୍ଗୀକରଣ ଓ ଭେଦାତ୍ମକ ନିର୍ଣ୍ଣୟ ଲେଖାଗଲା ।
୭୯ କ ଧାଡ଼ି:
ଏକ୍ସ-ଛବି ଦେଖି ତିନି ପ୍ରକାର ବର୍ଗୀକରଣ କରାଯାଏ ଯଥା ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ ଓ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।<ref>{{cite book|last=Helms|first=editors, William E. Brant, Clyde A.|title=Fundamentals of diagnostic radiology|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781608319114|pages=435|url=http://books.google.ca/books?id=o_4eoeOinNgC&pg=PA435|edition=4th ed.}}</ref> ଗୋଷ୍ଠିଗତ ନିମୋନିଆ ଥିଲେ ଫୁସ୍‌ଫୁସ୍‌ର ଗୋଟିଏ ସେଗମେଣ୍ଟାଲ୍ ଲୋବ୍‌ରେ କନସୋଲିଡେସନ୍ ଦେଖାଯାଏ ଯାହାକୁ ଲୋବାର ନିମୋନିଆ କୁହାଯାଏ । କିନ୍ତୁ ତଥ୍ୟ ସବୁ ଅଲଗା ଅଲଗା ହୋଇପାରେ । ଫୁସ୍‌ଫୁସ୍‌ର ଦୁଇ ପାଖର ନିମ୍ନ ଭାଗ ବିଶେଷତଃ ଡାହାଣ ପାଖ ଅସ୍ଵଚ୍ଛ ଦେଖାଗଲେ ଆସ୍ପିରେସନ୍ ନିମୋନିଆ ସମ୍ଭାବନା ରହେ । ଭୁତାଣୁ ନିମୋନିଆ ହେଲେ ସାଧାରଣ ଦେଖା ଯାଇପାରେ, ଫୁଲି ଯାଇ ଦୁଇ ପାର୍ଶ୍ଵରେ ଛୋଟ ଛୋଟ ଖଣ୍ଡ ଅସ୍ଵଚ୍ଛତା ଦେଖାଯାଏ । ପ୍ରାରମ୍ଭ ବେଳେ, ନିର୍ଜଳନ(Dehydration) ଥିଲେ ବା ପୃଥୁଳକାୟ ହୋଇଥିଲେ କୌଣସି ଅସାଧାରଣ ଛବି ଦେଖା ଯିବନାହିଁ । ସି.ଟି. ସ୍କାନ କଲେ ଅଧିକ ତଥ୍ୟ ମିଳେ ।

=== ଅଣୁଜୀବ ବିଜ୍ଞାନ ===
ସାଂଘାତିକ ହୋଇ ନ ଥିବା ବା ଘରେ ଚିକିତ୍ସିତ ହେଉଥିବା ରୋଗୀ ଚିକିତ୍ସା ଦ୍ଵାରା ଆରାମ ନ ପାଉଥିଲେ କଫ ପରୀକ୍ଷା କରିବା ଆବଶ୍ୟକ ହୁଏ ଓ ଯକ୍ଷ୍ମା ଜୀବାଣୁର ଉପସ୍ଥିତି ଜାଣିବା ନିମନ୍ତେ ଖଙ୍କାର କଲ୍‌ଚର୍ କରାଯାଏ । ଜନ ସ୍ଵାସ୍ଥ୍ୟ କାରଣରୁ ମହାମାରୀ ସମୟରେ ଜୀବାଣୁ ଚିହ୍ନିବା ଦରକାର ହୁଏ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଖଙ୍କାର ସହ ରକ୍ତ କଲ୍‌ଚର୍ କରାଯାଏ ।<ref name=BTS09/> <ref name=IDSA2007/> ଏହା ସହ ଲେଜିଓନେଲା ଓ ସ୍ଟ୍ରେପ୍ଟୋକୋକସ୍ ଆଣ୍ଟିଜେନ ଉପସ୍ଥିତି ଜାଣିବା ନିମନ୍ତେ ପରିସ୍ରା ପରୀକ୍ଷା କରାଯାଏ । ଭୁତାଣୁ ଉପସ୍ଥିତି ଜାଣିବା ନିମନ୍ତେ କଲ୍‌ଚର ଓ [[ପଲିମରେଜ୍ ଚେନ୍ ରିଆକ୍‌ସନ୍]] ବା ପି.ସି.ଆର ପରୀକ୍ଷା କରାଯାଏ । କିନ୍ତୁ ଏଠାରେ ଉଲ୍ଲେଖନୀୟ, କେବଳ ୧୫% ରୋଗୀଙ୍କର ନିୟମିତ ପରୀକ୍ଷା ଦ୍ଵାରା ରୋଗ ଜୀବାଣୁ ଜାଣି ହୁଏ ।
=== ବର୍ଗୀକରଣ ===
ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପ୍ରକାରର ବର୍ଗୀକରଣ କରାଯାଏ ।
*ସଂକ୍ରାମକ ଓ ଅଣସଂକ୍ରାମକ ।
<ref>{{cite book|title=Stedman's medical dictionary.|year=2006|publisher=Lippincott Williams & Wilkins|location=Philadelphia|isbn=978-0-7817-6450-6|edition=28th}}</ref>
*ସ୍ଥାନ ଅନୁସାରେ - ଗୋଷ୍ଠୀରୁ ଆନୀତ, ଆସ୍ପିରେସନ୍ ଦ୍ଵାରା, ସ୍ଵାସ୍ଥ୍ୟ କର୍ମୀ ମାଧ୍ୟମରେ, ଚିକିତ୍ସାଳୟରୁ ଆନୀତ ଓ ଭେଣ୍ଟିଲେଟର୍ ଆନୀତ ।
<ref name=Rad07>{{cite journal|last=Sharma|first=S|coauthors=Maycher, B, Eschun, G|title=Radiological imaging in pneumonia: recent innovations|journal=Current Opinion in Pulmonary Medicine|date=May 2007 |volume=13|issue=3|pages=159–69|pmid=17414122|doi=10.1097/MCP.0b013e3280f3bff4}}</ref>
*ଫୁସ୍‌ଫୁସ୍‌ର ସ୍ଥାନ ଅନୁସାରେ - ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ, ତୀବ୍ର ଇଣ୍ଟରସ୍ଟିସିଆଲ୍ ନିମୋନିଆ ।

*ଜୀବାଣୁ ନାମ ଅନୁସାରେ
<ref>{{cite journal|last=Dunn|first=L|title=Pneumonia: classification, diagnosis and nursing management|journal=Nursing standard (Royal College of Nursing (Great Britain) : 1987)|date=2005 June 29-July 5|volume=19|issue=42|pages=50–4|pmid=16013205}}</ref>
*ଶିଶୁମାନଙ୍କର ସାଧାରଣ, ସାଙ୍ଘାତିକ ଓ ଅତି ସାଙ୍ଗାତିକ ।<ref>{{cite book|last=organization|first=World health|title=Pocket book of hospital care for children : guidelines for the management of common illnesses with limited resources.|year=2005|publisher=World Health Organization|location=Geneva|isbn=978-92-4-154670-6|page=72|url=http://books.google.com/books?id=xbkbRG5XYxsC&pg=PA72}}</ref>
=== ଭେଦାତ୍ମକ ନିର୍ଣ୍ଣୟ(Differential Diagnosis) ===
ଏକା ଭଳି ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟ ରୋଗମାନଙ୍କର ନାମ: କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ରୋଗ(ସି.ଓ.ପି.ଡି), ଆଜ୍ମା(Asthma), ପଲ୍‌ମୋନାରି ଇଡିମା, ବ୍ରୋଙ୍କିଏକ୍ଟାସିସ୍, ଫୁସ୍‌ଫୁସ୍ କର୍କଟ ଓ ପଲ୍‌ମୋନାରି ଏମ୍‌ବୋଲିଜ୍ମ । କ୍ରନିକ୍ ଅବ୍‌ଟ୍ରକ୍ଟିଭ ପଲ୍‌ମୋନାରି ରୋଗ(ସି.ଓ.ପି.ଡି)ଦ୍ଵୟରେ ରୋଗୀର ନାକରୁ ସଁ ସଁ ଶବ୍ଦ(Wheeze) ଆସେ । ଫୁସ୍‌ଫୁସ୍ ଶୋଥ ରୋଗରେ ଇ.ସି.ଜି. ପରିବର୍ତ୍ତନ ଦେଖାଯାଏ । କର୍କଟ ଓ ବ୍ରୋଙ୍କିଏକ୍ଟାସିସ୍‌ରେ କାଶ ବହୁତ ଦିନ ଧରି ହେଉଥିବାର ଇତିହାସ ଥାଏ । ଫୁସ୍‌ଫୁସ୍ ଏମ୍ବୋଲିଜ୍ମରେ ତୀବ୍ର ଛାତି ଯନ୍ତ୍ରଣା ସହ ଛୋଟ ଶ୍ଵାସ ହୁଏ ।
== ନିବାରଣ ==

== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି