"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଜୀବାଣୁ: ଲେଖାଗଲା
→‎ଭୁତାଣୁ: ଭୁତାଣୁ ଓ କବକ ବିଷୟ ଲେଖାଗଲା
୫୩ କ ଧାଡ଼ି:
ଗୋଷ୍ଠି ଗ୍ରହିତ ନିମୋନିଆ ରୋଗୀଙ୍କ କ୍ଷେତ୍ରରେ ୫୦% ରୋଗ କେବଳ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁଦ୍ଵାରା ହୁଏ ।<ref name=EOP10>{{cite journal |author=Anevlavis S | coauthors = Bouros D |title=Community acquired bacterial pneumonia|journal=Expert Opin Pharmacother |volume=11 |issue=3 |pages=361–74 |year=2010 |month=February|pmid=20085502|doi=10.1517/14656560903508770 }}</ref> ଅନ୍ୟ ଜୀବାଣୁ ମଧ୍ୟରେ ୨୦% ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି, ୧୩% କ୍ଲାମିଡିଆ ନିମୋନି ଓ ୩% ମାଇକୋପ୍ଲାଜ୍ମା ନିମୋନି ଦ୍ଵାରା ନିମୋନିଆ ହୁଏ । ସ୍ଵଲ୍ପ ମାତ୍ରାରେ ରୋଗ ସୃଷ୍ଟିକାରୀ ଅନ୍ୟ ଜୀବାଣୁମାନଙ୍କର ନାମ ସ୍ଟାଫିଲୋକୋକସ୍ ଅରିଅସ୍, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଓ ବିଯୁକ୍ତାର୍ମକ ଗ୍ରାମ୍ ଜୀବାଣୁ । ଔଷଧ ବିରୋଧୀ ସ୍ଟ୍ରେପ୍ଟୋକୋକସ୍ ନିମୋନି ଓ ମେଥିସିଲିନ ଔଷଧ ବିରୋଧୀ ସ୍ଟାଫିଲୋକୋକସ୍ ଅରିଅସ୍ ମଧ୍ୟ ସାଧାରଣତଃ ରୋଗ ସୃଷ୍ଟି କରନ୍ତି । <br />
ସଂକଟ ପରିସ୍ଥିତି ଥିଲେ ରୋଗ ବାପିବାରେ ସୁବିଧା ହୁଏ । ମଦ୍ୟପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ଅବାୟୁଜୀବୀ ଓ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବର୍‌କୁଲୋସିସ୍; ଧୂମପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଜୀବାଣୁମାନଙ୍କଦ୍ଵାରା ନିମୋନିଆ ହୁଏ । ପକ୍ଷୀ ସଂସ୍ପର୍ଷରେ ଆସିଲେ କ୍ଲାମିଡିଆ ସିଟାସି, ଫାର୍ମ ପଶୁମାନଙ୍କଠାରୁ କୋକ୍ସିଏଲା ବୁମେଟ୍ଟି, ପାକସ୍ଥଳୀ ଦ୍ରବ୍ୟ କାଢିବା ପରେ ଅବାୟୁଜୀବୀମାନେ ନିମୋନିଆ ସୃଷ୍ଟି କରନ୍ତି । ଶୀତଦିନେ ସ୍ଟ୍ରେପ୍ଟୋକୋକସ୍ ନିମୋନିଦ୍ଵାରା ଅଧିକ ନିମୋନିଆ ହୁଏ ।
=== ଭୁତାଣୁ ===
ସମସ୍ତ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧/୩ ଭାଗ ବୟଃପ୍ରାପ୍ତ ଲୋକଙ୍କୁ ହୁଏ ଓ ୧୫% ପିଲାମାନଙ୍କୁ ହୁଏ । ରୋଗ ସୃଷ୍ଟିକାରୀ ଭୁତାଣୁମାନଙ୍କ ନାମ: ରାଇନୋ ଭୁତାଣୁ, କରୋନା ଭୁତାଣୁ, ଇନ୍‌ଫ୍ଲୁଏଞ୍ଜା ଭୁତାଣୁ, ରେସ୍‌ପିରେଟରି ସିନ୍‌ସିଟିଆଲ୍ ଭୁତାଣୁ, ଆଡେନୋ ଭୁତାଣୁ ଓ ପାରାଇନ୍‌ଫ୍ଲୁଏଞ୍ଜା ଭୁତାଣୁ । ନବଜାତ, କ୍ୟାନ୍‌ସର୍ ରୋଗୀ, ପ୍ରତିରୋପିତ ରୋଗୀ ଓ ପୋଡା ଘାଆ ରୋଗୀଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ହର୍‌ପ୍ଲେକ୍ସ ସିମ୍‌ପ୍ଲେକ୍ସ ଭୁତାଣୁ କ୍ଵଚିତ ଆକ୍ରମଣ କରେ ।<ref name=Text2010>{{cite book|last=Behera|first=D.|title=Textbook of pulmonary medicine|year=2010|publisher=Jaypee Brothers Medical Pub.|location=New Delhi|isbn=8184487495|pages=391–394|url=http://books.google.ca/books?id=0TbJjd9eTp0C&pg=PA391|edition=2nd }}</ref> ଅଙ୍ଗ ପ୍ରତିରୋପିତ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କୁ ସାଇଟୋମେଗାଲୋ ଭୁତାଣୁ ଆକ୍ରମଣ କରେ । ଭୁତାଣୁ ସଂକ୍ରମିତ ନିମୋନିଆ ରୋଗୀଙ୍କର ଅନ୍ୟ କିଛି ସ୍ଵାସ୍ଥ୍ୟଗତ ଅସୁବିଧା ଥିଲେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ସ୍ଟାଫିଲୋକୋକସ୍ ଅରିଅସ୍, କିମ୍ଵା ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି ଜୀବାଣୁ ଦ୍ଵାରା ମଧ୍ୟ ସଂକ୍ରମିତ ହୁଅନ୍ତି । ଋତୁ ଅନୁସାରେ ଭିନ୍ନ ଭିନ୍ନ ଭୁତାଣୁ ଆକ୍ରମଣ କରନ୍ତି ଯେପରିକି ଶୀତଋତୁରେ ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ଅର୍ଦ୍ଧାଧିକ ରୋଗୀଙ୍କ କାରଣ ରୁପେ ବିବେଚିତ ହୁଏ । ବେଳେ ବେଳେ ହାନ୍ଟା ଓ କରୋନା ଭୁତାଣୁ ଦ୍ଵୟ ମଧ୍ୟ ନିମୋନିଆ ରୋଗ କରନ୍ତି ।
=== କବକ ===
ଯେଉଁମାନଙ୍କର ଦୁର୍ବଳ ପ୍ରତିରୋଧ ଥାଏ, ଏଡ୍‌ସ୍ ଥାଏ, ପ୍ରତିରୋଧ ବାଧକ ଔଷଧ ସେବନ କରନ୍ତି କିମ୍ଵା ଅନ୍ୟ ରୋଗଗ୍ରସ୍ତ ଥାଆନ୍ତି, ସେମାନଙ୍କୁ ସାଧାରଣତଃ କବକ ଆକ୍ରମଣ କରେ । <ref name=Fungus2009>{{cite book|last=Maskell|first=Nick|title=Oxford desk reference.|year=2009|publisher=Oxford University Press|location=Oxford|isbn=9780199239122|pages=196|url=http://books.google.ca/books?id=MfEUkzQQ1BEC&pg=PA196|coauthors=Millar, Ann}}</ref> ଏହି କବକମାନଙ୍କର ନାମ: ହିସ୍ଟୋପ୍ଲାଜ୍ମା କ୍ୟାପ୍‌ସୁଲେଟମ୍, ବ୍ଲାସ୍ଟୋମାଇସେସ୍, କ୍ରିପ୍ଟୋକୋକସ୍ ନିଓଫର୍‌ମାନ୍ସ୍, ନିମୋସାଇଟିସ୍ ଜିରୋଭେସି ଓ କକ୍‌ସିଡିଓଡେସ୍ ଇମିଟିସ୍ । ମିସିସିପି ନଦୀ ଇଲାକାରେ ହିସ୍ଟୋପ୍ଲାଜ୍‌ମୋସିସ୍ କବକ ଜନିତ ଓ ଦକ୍ଷିଣ ପଶ୍ଚିମ ଆମେରିକାରେ କକ୍‌ସିଡିଓମାଇସେସ୍ କବକ ଜନିତ ନିମୋନିଆ ହୁଏ । କମ୍ ପ୍ରତିରୋଧ ଶକ୍ତି ଯୋଗୁ ଓ ଗମନାଗମନ ସୁବିଧା ଯୋଗୁ ବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ଅଧିକ ରୋଗ ହୋଇଥିଲା ।
=== ପରଜୀବୀ ===
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି