"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎କବକ ମେନିଞ୍ଜାଇଟିସ୍: ପୂର୍ବ ସୂଚନା ଯୋଗ କରାଗଲା
୧୧୭ କ ଧାଡ଼ି:
କ୍ରିପ୍ଟୋକୋକାଲ୍ ମେନିଞ୍ଜାଇଟିସ୍‌ରେ ଆମ୍ଫୋଟେରିସିନ୍-ବି ଓ ଫ୍ଲୁସିସ୍ଟୋସିନ୍<ref name=BMB/><ref>{{cite journal |author=Gottfredsson M, Perfect JR |title=Fungal meningitis |journal=Seminars in Neurology |volume=20 |issue=3 |pages=307–22 |year=2000 |pmid=11051295| doi = 10.1055/s-2000-9394}}</ref> ଔଷଧ ଉଚ୍ଚ ମାତ୍ରାରେ ଦିଆଯାଏ । ଅନ୍ତଃଖପୁରି ଚାପ ଅଧିକ ହେଲେ ବାରମ୍ଵାର କଟିବେଧନ<ref name=BMB/> କରି ବା କଟି ନଳୀ<ref name=Perfect2010/> ଦେଇ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ କାଢି ଚାପ କମେଇ ଦିଆଯାଏ ।
== ପୂର୍ବ ସୂଚନା ==
ଚିକିତ୍ସାବିହୀନ ଜୀବାଣୁ ମେନିଞ୍ଜାଇଟିସ୍ ପ୍ରାୟ ସର୍ବଦା ପ୍ରାଣ ଘାତକ । ଭୁତାଣୁ ମେନିଞ୍ଜାଇଟିସ୍ ଆପେ ଭଲ ହୋଇଯାଏ ଓ କ୍ବଚିତ ପ୍ରାଣ ଘାତକ ହୁଏ। ଚିକିତ୍ସା ହୋଇଥିବା ଜୀବାଣୁ ମେନିଞ୍ଜାଇଟିସ୍ ମୃତ୍ୟୁ ରୋଗୀର ବୟସ ଓ ଜୀବାଣୁ ଉପରେ ନିର୍ଭରଶୀଳ । ନବଜାତ ଶିଶୁମାନଙ୍କ ମଧ୍ୟରୁ ୨୦ ରୁ ୩୦% ମରିଯାଆନ୍ତି । ଅନ୍ୟ ପିଲାମାନଙ୍କର ମୃତ୍ୟୁ ହାର ପ୍ରାୟ ୨ % । ଯୁବକ ଅବସ୍ଥାରେ ଏହି ହାର ୧୯ ରୁ ୩୭ % ହୋଇଯାଏ । ବୟସ ଅତିରିକ୍ତ ମୃତ୍ୟୁ ସଙ୍କଟ ନିର୍ଭର କରୁଥିବା ଅନ୍ୟ କାରଣ ଗୁଡିକ ମଧ୍ୟରେ: ଜୀବାଣୁ ନାମ, ସି.ଏସ୍.ଏଫ୍.ରୁ କେତେ ସମୟ ଭିତରେ ଏହା ନିର୍ମୂଳ ହେଉଛି, ଅସୁସ୍ଥତାର ଭୟାବହତା, ଚେତନହୀନତାର ପରିମାଣ ଓ ସି.ଏସ୍.ଏଫ୍. ରେ ଶ୍ଵେତ ରକ୍ତ କଣିକା କେତେ କମ୍ ଅଛି ତାହା ଉପରେ ନିର୍ଭର କରେ । ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଇ, କୋଲାଇଫର୍ମ ଓ ଏସ୍. ନିମୋନି ଜୀବାଣୁ ଦ୍ଵାରା ହେଉଥିବା ମେନିଞ୍ଜାଇଟିସ୍ ଅପେକ୍ଷା ଏଚ୍.ଇନ୍‌ଫ୍ଲୁଏଞ୍ଜି ଓ ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ଅଳ୍ପ କ୍ଷତିକାରକ । ଯୁବକ ଅବସ୍ଥାରେ ନିମୋକୋକାଲ୍ ଅପେକ୍ଷା ମେନିଙ୍ଗୋକୋକାଲ ମେନିଞ୍ଜାଇଟିସ୍‌ର ମୃତ୍ୟୁ ହାର କମ(୩-୭%) ।<br />
ପିଲାମାନଙ୍କର ସମ୍ଭାବ୍ୟ ଜଟୀଳତା ମଧ୍ୟରେ ସ୍ନାୟୁଗତ କାଲ, ବାତ(ଏପିଲେପ୍ସି), ଶିକ୍ଷାଗତ ଏବଂ ବୈବହାରିକ ଅସୁବିଧା ଓ ବୁଦ୍ଧିମତା କମିବା ଅନ୍ୟତମ । ଏହି ଅସୁବିଧା ଗୁଡିକ ବଞ୍ଚିଯାଇଥିବା ୧୫% ଲୋକଙ୍କର ହୋଇପାରେ । ଶ୍ରବଣ ଶକ୍ତି କିଛି ମାତ୍ରାରେ ଫେରି ଆସିପାରେ । ଯୁବକମାନଙ୍କ ମଧ୍ୟରୁ ୬୬% ଲୋକଙ୍କର କୌଣସି ଅସାମର୍ଥ୍ୟ ହୁଏ ନାହିଁ । ବୋଧ ଶକ୍ତି ମୂଖ୍ୟ ସମସ୍ୟାମାନଙ୍କ ମଧ୍ୟରେ ୧୪% ରୋଗୀଙ୍କର କାଲ ଦୋଷ ଓ ୧୦% ରୋଗୀଙ୍କର ବୋଧ ଶକ୍ତି ହାନି ହୁଏ । <br />
== ସଂକ୍ରମଣ ଅନୁଶୀଳନ ==
 
== ଆଧାର ==