"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
→‎ଚିକିତ୍ସା: ଲେଖାଗଲା
୧୦୧ କ ଧାଡ଼ି:
ସ୍ଵଳ୍ପ କାଳୀନ ପ୍ରତିରୋଧ ନିମନ୍ତେ ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍‌ରେ ଆଣ୍ଟିବାୟୋଟିକ୍ ଦିଆଯାଏ । ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ରିଫାମ୍ପିସିନ୍, ସିପ୍ରୋଫ୍ଲୋକ୍ସାସିନ୍ କିମ୍ଵା ସେଫ୍‌ଟ୍ରିଆକ୍‌ସନ୍ ଦିଆଯାଏ, କିନ୍ତୁ ଏହାର କୌଣସି ଦୀର୍ଘ କାଳୀନ ଭବିଷ୍ୟତ ଉପକାର ନାହିଁ ।<ref name=EFNS/><ref name=Zal2011>{{cite journal|last=Zalmanovici Trestioreanu|first=A|coauthors=Fraser, A; Gafter-Gvili, A; Paul, M; Leibovici, L|title=Antibiotics for preventing meningococcal infections.|journal=Cochrane database of systematic reviews (Online)|date=2011 Aug 10|issue=8|pages=CD004785|pmid=21833949|doi=10.1002/14651858.CD004785.pub4}}</ref> କିଛି ଦିନର ରିଫାମ୍ପିସିନ୍‌ର ବ୍ୟବହାର ପରେ ଏହି ଔଷଧର ପ୍ରତିରୋଧ ଶକ୍ତି ଆସିଯାଏ ଓ ଅନ୍ୟ ଔଷଧ ଆବଶ୍ୟକ ହୁଏ ।<ref name=Zal2011/> ବେସିଲାର ଖପୁରି ଭଗ୍ନ ଥିଲେ ବା ସି.ଏସ୍.ଏଫ୍. ବୋହି ଯାଉଥିଲେ ବାରମ୍ଵାର ଆଣ୍ଟିବାୟୋଟିକ ଦିଆଯାଏ, କିନ୍ତୁ ଏହାର ଉପକାରୀତା ବା ଅପକାରୀତା ବିଷୟରେ କୌଣସି ବିଶେଷ ପ୍ରମାଣ ନାହିଁ ।
== ଚିକିତ୍ସା ==
ମେନିଞ୍ଜାଇଟିସ୍ ଗୋଟିଏ ସମ୍ଭାବିତ ପ୍ରାଣ ଘାତକ ରୋଗ ଓ ଚିକିତ୍ସା ଅଭାବରେ ଏହାର ମୃତ୍ୟୁ ହାର ବହୁତ ଅଧିକ, ବିଳମ୍ଵ କଲେ ଏହାର ପରିଣତି ଆହୁରି ଖରାପ ଫଳ ଦିଏ । ରୋଗର ନିଶ୍ଚିତକାରୀ ପରୀକ୍ଷା ଫଳକୁ ଅପେକ୍ଷା ନ କରି ଉଚ୍ଚମାନର କାର୍ଯ୍ୟକାରୀ ଆଣ୍ଟିବାୟୋଟିକ ଯେତେ ଶୀଘ୍ର ସମ୍ଭବ ଦିଆଯାଏ । ମେନିଙ୍ଗୋକୋକାଲ୍ ରୋଗ ସନ୍ଦେହ ହେଲେ ବେଞ୍ଜାଇଲ୍‌ପେନିସିଲିନ୍ ଦେବା ଜରୁରୀ, ଏପରିକି ଡାକ୍ତରଖାନା ଯିବା ପୂର୍ବରୁ ଯଦି ସମ୍ଭବ ହୁଏ । ସକ୍ ବା ନିମ୍ନ ରକ୍ତଚାପ ଥିଲେ ଅନ୍ତଃଶିରା ତରଳ ପଦାର୍ଥ ଦିଆଯାଏ । ଅନେକ ଜଟୀଳତା ସମ୍ଭାବନା ଥିବା ଯୋଗୁ ଏହି ପ୍ରକାର ରୋଗୀର ପରୀକ୍ଷା କରାଯାଏ ଓ ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ପ୍ରବେଶ କରେଇ ଆଇ.ସି ୟୁ.ରେ ରଖାଯାଏ ।<br />
ଶ୍ଵାସକ୍ରିୟା ବେଠିକ୍ ଥିଲେ ଓ ଚେତନ ଅବସ୍ଥା କମ ଥିଲେ ମେକାନିକାଲ୍ ଭେଣ୍ଟିଲେଟର ଆବଶ୍ୟକ ହୁଏ । ଖପୁରି ଭିତର ଚାପ ଅଧିକ ଥିଲେ ସର୍ବଦା ନିୟନ୍ତ୍ରଣ କରି ଚାପ କମେଇବା ନିମନ୍ତେ ମାନିଟଲ ଭଳି ଔଷଧ ଦିଆଯାଏ । ବାତ ନିରୋଧକ ଔଷଧ ଆବଶ୍ୟକ ସ୍ଥଳେ ଦିଆଯାଏ । [[ଜଳଶୀର୍ଷ]] ବା [[ହାଇଡ୍ରୋକେଫାଲସ୍]] ଥିଲେ [[ସେରେବ୍ରାଲ୍ ସଣ୍ଟ]] ଦିଆଯାଏ । <br />
=== ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ===
 
== ଆଧାର ==