"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୪ କ ଧାଡ଼ି:
ରକ୍ତର ଶର୍କରା ପରିମାଣଠାରୁ ସି.ଏସ୍.ଏଫ୍. ଶର୍କରା ପରିମାଣ ୪୦ % ଅଧିକ ଥାଏ । ସି.ଏସ୍.ଏଫ୍. ଶର୍କରା ସ୍ତରକୁ ରକ୍ତ ଶର୍କରା ପରିମାଣଦ୍ଵାରା ହରଣ କଲେ ≤0.୪ ଫଳ ଜୀବାଣୁ ମେନିଞ୍ଜାଇଟିସ୍ ରୋଗରେ ମିଳେ । ନବଜାତ ଶିଶୁର ରକ୍ତ ଶର୍କରା ଅଧିକ ଥିବାରୁ ୦.୬ କୁ ଅସାଧାରଣ ଧରାଯାଏ । ଅଧିକ ଶ୍ଵେତ ରକ୍ତ କଣିକା ଓ ଲାକ୍ଟେଟ ଥିଲେ ଜୀବାଣୁ ଜନିତ ସନ୍ଦେହ କରାଯାଏ ।<ref name=Straus/> ଲାକ୍ଟେଟ ସ୍ତର ୩୫ ମିଗ୍ରା/ଡେ.ଲି.ରୁ କମ୍ ଥିଲେ ଓ ପୂର୍ବରୁ ଆଣ୍ଟିବାୟୋଟିକ୍ ନ ପାଇଥିଲେ ଜୀବାଣୁ ଜନିତ ନୁହେଁ ବୋଲି ଧରାଯାଏ ।<ref>{{cite journal|last=Sakushima|first=K|coauthors=Hayashino, Y; Kawaguchi, T; Jackson, JL; Fukuhara, S|title=Diagnostic accuracy of cerebrospinal fluid lactate for differentiating bacterial meningitis from aseptic meningitis: a meta-analysis.|journal=The Journal of infection|date=2011 Apr|volume=62|issue=4|pages=255–62|pmid=21382412|doi=10.1016/j.jinf.2011.02.010}}</ref> <br />
ବିଭିନ୍ନ ଧରଣର ମେନିଞ୍ଜାଇଟିସ୍‌ର କାରଣ ଜାଣିବା ନିମନ୍ତେ ବିଶେଷ ପରୀକ୍ଷା କରାଯାଏ । ଲେଟେକ୍ସ ଆଗ୍ଲୁଟିନେସନ୍ ପରୀକ୍ଷା ଦ୍ଵାରା କେତେକ ଜୀବାଣୁ ଚିହ୍ନି ହୁଏ ଯଥା ସ୍ଟ୍ରେପ୍ଟୋକୋକସ୍ ନିମୋନି, ନାଇସେରିଆ ମେନିଞ୍ଜାଇଟିଡିସ୍, ହେମୋଫାଇଲସ୍ ଇନ୍‌ଫ୍ଲୁଏଞ୍ଜି, ଏସ୍କେରିସିଆ କୋଲାଇ ଓ ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକାଇ । କିନ୍ତୁ ଏହି ପରୀକ୍ଷା ନିୟମିତ ଭାବେ କରାଯାଏ ନାହିଁ, କାରଣ ଏହା ଦ୍ଵାରା ଚିକିତ୍ସାରେ ପରିବର୍ତ୍ତନ ଆସେ ନାହିଁ । ସେହିପରି ଗ୍ରାମ ନେଗେଟିଭ ଜୀବାଣୁ ଚିହ୍ନିବା ନିମନ୍ତେ ଲିମୁଲସ୍ ଲାଇସେଟ୍ ପରୀକ୍ଷା କରାଯାଇ ପାରେ । ଅନ୍ୟ କୌଣସି ପରୀକ୍ଷା ଫଳପ୍ରଦ ନ ହେଲେ ଏହି ପରୀକ୍ଷାମାନ କରାଯାଏ । ଜୀବାଣୁ ବା ଭୁତାଣୁମାନଙ୍କର ସାମାନ୍ୟ ଡି.ଏନ୍.ଏ. କଣିକା ସି.ଏସ୍.ଏଫ୍.ରେ ଥିଲେ ପି.ସି.ଆର୍.(Polymerase chain reaction କିମ୍ଵା PCR) ପରୀକ୍ଷା ଦ୍ଵାରା ଜାଣି ହେବ । ଭୁତାଣୁ ମେନିଞ୍ଜାଇଟିସ୍‌ର ଆଣ୍ଟିବଡି ରକ୍ତରେ ଥିଲେ ସେରୋଲୋଜି ପରୀକ୍ଷା ଦ୍ଵାରା ଜାଣି ହେବ । ଯକ୍ଷ୍ମା ମେନିଞ୍ଜାଇଟିସ୍‌ର ଜୀବାଣୁକୁ କଲ୍‌ଚର କରି ଜିଲ୍‌ନିଲ୍‌ସେନ୍ ପଦ୍ଧତିରେ ସ୍ଟେନ କରି ଚିହ୍ନି ହୁଏ, କିନ୍ତୁ ଏହା ସମୟ ସାପେକ୍ଷ । ପି.ସି.ଆର୍. ପଦ୍ଧତି ଏଥି ନିମନ୍ତେ ଅଧିକ ବ୍ୟବହାର ହେଉଛି ।<ref name=Tuberc/> ସି.ଏସ୍.ଏଫ୍.କୁ ଅଳ୍ପ ଖର୍ଚ୍ଚରେ ଇନ୍ଡିଆନ୍ ଇନ୍‌କ୍ ଦ୍ଵାରା ସ୍ଟେନ୍ କରି କ୍ରିପ୍ଟୋକୋକସ୍ ଚିହ୍ନି ହେବ, କିନ୍ତୁ ଏଡ୍‌ସ୍ ଥିଲେ ଆଣ୍ଟିଜେନ୍ ଅଧିକ ସମ୍ଵେଦନଶୀଳ ହୁଏ ।<ref name=BMB>{{cite journal |author=Bicanic T, Harrison TS |title=Cryptococcal meningitis |journal=British Medical Bulletin |volume=72 |issue= 1|pages=99–118 |year=2004 |pmid=15838017 |doi=10.1093/bmb/ldh043 |url=http://bmb.oxfordjournals.org/content/72/1/99.full.pdf }}</ref><ref name=Sloan2008>{{cite journal |author=Sloan D, Dlamini S, Paul N, Dedicoat M |title=Treatment of acute cryptococcal meningitis in HIV infected adults, with an emphasis on resource-limited settings |journal=Cochrane Database of Systematic Reviews |volume= |issue=4 |id=CD005647 |year=2008 |pmid=18843697 |doi=10.1002/14651858.CD005647.pub2 |editor1-last=Sloan |editor1-first=Derek |pages=CD005647 }}</ref> <br />
ଆଶିଂକ ଚିକିତ୍ସା ହୋଇଥିବା କ୍ଷେତ୍ରରେ(ଯେପରିକି ସାଇନସ୍ ରୋଗ) କାରଣ ଓ ଚିକିତ୍ସା ନିର୍ଣ୍ଣୟ ବହୁତ କଷ୍ଟସାଧ୍ୟ । ଜୀବାଣୁ ଦ୍ଵାରା ହୋଇ ମଧ୍ୟ ଭୁତାଣୁ ମେନିଞ୍ଜାଇଟିସ୍ ଭଳି ଜଣାପଡେ । ତେଣୁ ଆଣ୍ଟିବାୟୋଟିକ ସେବନ ଚାଲୁ ରଖାଯାଏ ଯେ ପର୍ଯ୍ୟନ୍ତ ସଠିକ ଭୁତାଣୁ କାରଣ ଯୁକ୍ତାତ୍ମକ ଏଣ୍ଟେରୋଭାଇରସ୍ ପି.ସି.ଆର୍. ଦ୍ଵାରା ଚିହ୍ନା ହୋଇ ନାହିଁ ।<ref name=LoganMacMahon/> <br />
 
=== ଶବ ବ୍ୟବଚ୍ଛେଦ ===
[[File:Meningitis Histopathology.jpg|thumb|right|ଶବ ବ୍ୟବଚ୍ଚେଦରୁ ଆନିତ ତନ୍ତୁର ଅଣୁବୀକ୍ଷଣ ଦୃଶ୍ୟ- ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ରୋଗର ପ୍ରଦାହରେ ନ୍ୟୁଟ୍ରୋଫିଲ୍ ଦ୍ଵାରା ଅନୁପ୍ରବେଶିତ ପିଆ ମାଟର । (ଉପର ବାମ କୋଣରେ ଅଭିବର୍ଦ୍ଧିତ ଦୃଶ୍ୟ)]]