"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
→ଭୋଗ ନୈବେଦ୍ୟ: ଅଧିକ ତଥ୍ୟ |
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ |
||
୧ କ ଧାଡ଼ି:
{{ଛୋଟ|Manabasa}}
[[ଫାଇଲ:Jhoti.JPG|thumb|ମାଣବସା ଗୁରୁବାର ଓଷାରେ କଳସିରେ ଅଙ୍କିତ ଝୋଟିଚିତା]]
[[ମାର୍ଗଶିର]] ମାସରେ ପ୍ରତି ଓଡ଼ିଆ ପୂଜା ଘରେ ଧାନ ମେଣ୍ଟା ବା ଧାନବେଣୀ ଶୋଭା ପାଇଥାଏ । ମା' [[ଲକ୍ଷ୍ମୀ|ଲକ୍ଷ୍ମୀଙ୍କର]] ପୂଜା ପାଇଁ ଧାନକେଣ୍ଡା କୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
[[File:Dhana Menta.JPG|thumb|ଧାନ ମେଣ୍ଟା/ ଧାନ ଗହଣି]]
Line ୭ ⟶ ୮:
<ref>{{cite web |url= http://www.puribeachresorts.com/festivals-in-puri/manabasa-gurubar.html |title=Manabasa Gurubar Lakshmi puja , Manabasa Gurubar Festival, Manabasa Gurubar Festivals of Orissa |first= |last= |work=puribeachresorts.com |quote=a pot made of bamboo canes used in the olden days for measuring paddy (known as mana) is filled up to the brink with freshly harvested paddy. |accessdate=6 December 2012}}</ref>
==ପୂଜାବିଧି==
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ସୁନ୍ଦରଭାବେ ଚିତା ପକାନ୍ତି । ଗୁରୁବାର ଦିନ ବଡିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା'ଙ୍କ ପୂଜାରେ ଲାଗିପଡନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ପୂର୍ଣ୍ଣ କରଦିଅନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ମା'ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ଵତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୁର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୁର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୁର ବୋଳାଯାଇଥିବା ମାଣକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ଵରୂପ ନୂଆଧାନରେ ପୂର୍ଣ୍ଣକରି ତା' ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା'ଉପରେ ଧାନବେଣୀ ରଖି ନୂତନ ଛିଟ (ବସ୍ତ୍ର
==ଭୋଗ ନୈବେଦ୍ୟ==
ଧୂପଦୀପ ନୈବେଦ୍ୟ ଆଦି ଅର୍ପଣ କରାଯାଏ ମା'ଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ
▲ଧୂପଦୀପ ନୈବେଦ୍ୟ ଆଦି ଅର୍ପଣ କରାଯାଏ ମା'ଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ( କଦଳୀ, ଛେନା, ନଡିଆ, ଗୁଡ, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ମା'ଙ୍କ ପାଖରେ ଲଗାଯାଏ । ମାଣବସା ଭୋଗ ଆମ ଓଡିଆମାନଙ୍କର ନିଜସ୍ଵ ରାନ୍ଧଣାର ନିଦର୍ଶନ । ଭଜା, ରାଇ, ଆମ୍ବିଳ, ଶାକର, କଖାରୁ, ମଧୁରୁଚି, ଦହିପଖାଳ, ମୂଳାଶାଗ, ଚିତ୍ତଉ, ଚକୁଳି, ଖିରିଷାପାଣି, ସରପୁଳି, ଦୁଧପୁଳି, ବଡିପକା ମହୁର, ବେସର, ମହୁର, କର୍ପୂରଛେନା, ପଡିଆ ଚକଡା କାକରା ପିଠା, ଆରିଷା ପିଠା, ମୁଗପୁଳି ଭଳି ରାନ୍ଧଣା ଓଡିଆଙ୍କ ଛଡା ଅନ୍ୟ କେଉଁଠି ହୁଏନାହିଁ ।
==ଆହୁରି ଦେଖନ୍ତୁ==
|