"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପ୍ରମାଣ
→‎ଭୋଗ ନୈବେଦ୍ୟ: ଅଧିକ ତଥ୍ୟ
୧୧ କ ଧାଡ଼ି:
 
ଧୂପଦୀପ ନୈବେଦ୍ୟ ଆଦି ଅର୍ପଣ କରାଯାଏ ମା'ଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ( କଦଳୀ, ଛେନା, ନଡିଆ, ଗୁଡ, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ମା'ଙ୍କ ପାଖରେ ଲଗାଯାଏ । ମାଣବସା ଭୋଗ ଆମ ଓଡିଆମାନଙ୍କର ନିଜସ୍ଵ ରାନ୍ଧଣାର ନିଦର୍ଶନ । ଭଜା, ରାଇ, ଆମ୍ବିଳ, ଶାକର, କଖାରୁ, ମଧୁରୁଚି, ଦହିପଖାଳ, ମୂଳାଶାଗ, ଚିତ୍ତଉ, ଚକୁଳି, ଖିରିଷାପାଣି, ସରପୁଳି, ଦୁଧପୁଳି, ବଡିପକା ମହୁର, ବେସର, ମହୁର, କର୍ପୂରଛେନା, ପଡିଆ ଚକଡା କାକରା ପିଠା, ଆରିଷା ପିଠା, ମୁଗପୁଳି ଭଳି ରାନ୍ଧଣା ଓଡିଆଙ୍କ ଛଡା ଅନ୍ୟ କେଉଁଠି ହୁଏନାହିଁ ।
ଅମଳ ହୋଇଥିବା ଫସଲରୁ ଶୁକ୍ଳବର୍ଣ୍ଣ ଧାନ ଆଣି ନୂଆ [[ଗୌଣି]] (ବେତରେ ନିର୍ମିତ ଧାନମପା ପାତ୍ର)ରେ ବା ଖଟୁଲିରେ ରଖି ଧାନପେଣ୍ଡା ବା କେଣ୍ଡାକୁ ବେଣୀ ବା ବେଣ୍ଟିକରି ଥୋଇ ପୂଜା କରାଯାଏ ।
ରଙ୍ଗୀନ ପାଟଲୁଗାରେ ସେହି ଗୌଣି ବା ଖଟୁଲିକୁ ବୋହୂ ଭଳି ସଜାଇ ଆଖୁ, ମୂଳା, [[କଦଳୀ]], ଛେନା, [[ନଡ଼ିଆ]] ଭୋଗ କରାଯାଏ । [[ଚାଉଳ|ଅରୁଆ ଚାଉଳକୁ]] ବାଟି ଖଟୁଲି, ଦେବୀ ସ୍ଥାପନ ସ୍ଥାନ ଓ ଘର ଦୁଆରମାନଙ୍କରେ [[ଝୋଟି ଚିତା]] ପକାଯାଏ ।<ref>{{cite web |url= http://www.traveladda.com/east_india/orissa/fairs_and_festivals/lakshmi_puja.html |title=Orissa Lakshmi Puja, Lakshmi Puja in Orissa, Manabasa Gurubar in orissa |first= |last=|work=traveladda.com |quote=the floors are bedecked with stunning floral designs. These unique designs are known as Jhoti. |accessdate=6 December 2012}}</ref> ଧୂପଦୀପାଦି ସହ ସୁସ୍ୱାଦୁ ବ୍ୟଞ୍ଜନ ନୈବେଦ୍ୟ ବଢାଯାଏ ।
 
==ଆହୁରି ଦେଖନ୍ତୁ==