"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଅଧିକ ତଥ୍ୟ
୭ କ ଧାଡ଼ି:
<ref>{{cite web |url= http://www.puribeachresorts.com/festivals-in-puri/manabasa-gurubar.html |title=Manabasa Gurubar Lakshmi puja , Manabasa Gurubar Festival, Manabasa Gurubar Festivals of Orissa |first= |last= |work=puribeachresorts.com |quote=a pot made of bamboo canes used in the olden days for measuring paddy (known as mana) is filled up to the brink with freshly harvested paddy. |accessdate=6 December 2012}}</ref>
==ପୂଜାବିଧି==
ଓଷାର ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ସୁନ୍ଦରଭାବେ ଚିତା ପକାନ୍ତି । ଗୁରୁବାର ଦିନ ବଡିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା'ଙ୍କ ପୂଜାରେ ଲାଗିପଡନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ପୂର୍ଣ୍ଣ କରଦିଅନ୍ତି । ମା'ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ଵତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ନୂଆଧାନ, ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୁର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୁର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୁର ବୋଳାଯାଇଥିବା ମାଣକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ଵରୂପ ଆଉକିଛି ନୂଆଧାନରେ ପୂର୍ଣ୍ଣକରି ତା' ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା'ଉପରେ ଧାନବେଣୀ ରଖି ନୂତନ ଛିଟ (ବସ୍ତ୍ର )ରେ ଆବୃତ କରାଯାଇଥାଏ । ମା'ଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୁର ଆଦି ଦେଇ ସ୍ଥାପନା କରାଯାଏ ।
 
ଅମଳ ହୋଇଥିବା ଫସଲରୁ ଶୁକ୍ଳବର୍ଣ୍ଣ ଧାନ ଆଣି ନୂଆ [[ଗୌଣି]] (ବେତରେ ନିର୍ମିତ ଧାନମପା ପାତ୍ର)ରେ ବା ଖଟୁଲିରେ ରଖି ଧାନପେଣ୍ଡା ବା କେଣ୍ଡାକୁ ବେଣୀ ବା ବେଣ୍ଟିକରି ଥୋଇ ପୂଜା କରାଯାଏ ।