"ଆର୍କମିଡ଼ିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୁଆ ପୃଷ୍ଠା(http://or.wikipedia.org/s/cvi)
୨୪ କ ଧାଡ଼ି:
ତାପରେ ଆମେହିସାବ କରିବା ପୃଥିବୀକୁ ୧ ସେ.ମି. ଉଠାଇବା ପାଇଁ ଭାରଦଣ୍ଡର ଅନ୍ୟ ମୁଣ୍ଡଟିକୁ ମୋଟାମୋଟି ୧୦୨୩ ସେ. ମି. ଘୁଞ୍ଚାଇବାକୁ ପଡ଼ିବ। ମନେକର ଆର୍କ୍‌ମିଡ଼ିସ୍‌ ୬୦ କିଲୋଗ୍ରାମ ଓଜନ ଏକ ସେକେଣ୍ଡ ରେ ଏକ ମିଟର ଉଠାଇପାରି ବେ। ତାହା ହେଲେ ୧୦୨୩ ସେ.ମି. ଉଠାଇବାକୁ ୧୦୨୩ ସେ.ମି/୧୦୦ ସେ.ମି.=୧୦୨୧ ସେକେଣ୍ଡ=୧୬୭୨୦ ମିନିଟ=୨.୭୮୧୮ ଘଣ୍ଟା=୧.୧୫୭୧୭ ଦିନ=୩.୮୬ ୧୫ ମାସ= ୩.୨୧୫ ୧୪ ବର୍ଷ= ୩.୨୧୫ ୧୨ =୧୨ ଶହ ବର୍ଷ ଲାଗିବ।

ପ୍ଲୁଟାରଚ ବର୍ଣ୍ଣନା କରିଛନ୍ତି କିପରି ଆର୍କ୍‌ମିଡ଼ିସ୍‌ ଭାରୀ ଜିନିଷ ଉଠାଇବାରେ କପିକଳ (pulley) ପ୍ରଣାଳୀ ପ୍ରସ୍ତୁତ କରିଥିଲେ ଯାହା ବ୍ୟବହାର କରି ନାବିକ ମାନେ ଭାରୀ ଜିନିଷକୁ ସହଜରେ ଉଠାଇ ପାରୁଥିଲେ । ଆର୍କ୍‌ମିଡ଼ିସ୍‌ଙ୍କ ସ୍କୃ ଦ୍ଵାରା ପାଣି ଦକ୍ଷତାର ସହି ତ ଉଠାଯା ଇ ପାରୁଥିଲା। ତାଙ୍କର ଅଧିକାଂଶ ଯାନ୍ତ୍ରିକ (engineering) କାମଗୁଡ଼ିକ ତା ଙ୍କ ସହର ସି ରାକ ସର ଆବଶ୍ୟକତା ଅନୁସାରେ ପ୍ରସ୍ତୁ ତ ହେଉ ଥିଲା । ଗ୍ରୀକ ଲେଖକ ଆଥେନିଅସ (Athenaeus)ର ନଉକ୍ରାଟିସ (Naucratis) ବର୍ଣ୍ଣନା କରିଥିଲେ କିପରି ରାଜା ହାଇରୋନ ଦ୍ଵିତୀୟ (King Hieron-II) ସାଇରକ୍ୟୁସିଆ ନାମକ ଏକ ବଡ଼ ଜାହାଜ ନିର୍ମାଣ କରିବା ପାଇଁ (ଯାହା ବିଳାସପୂର୍ଣ୍ଣ ଜଳଯାତ୍ରା ସମୟରେ ଜିନିଷପତ୍ର ନେଇପାରିବ ଏବଂ ନୌସେନାରେ ମଧ୍ୟ ଯୁଦ୍ଧ ଜାହାଜ ରୂପେ ବ୍ୟବହୃତ ହୋଇପାରିବ) ତାଙ୍କୁ ଏକ ହୁକୁମନାମା ଦେଇଥିଲେ । ଏହି ଜାହାଜଟି ପୁରାତନ କାଳର ସବୁଠାରୁ ଏକ ବଡ଼ ଜାହାଜ ରୂପେ ପ୍ରସିଦ୍ଧି ଲାଭ କରିଥିଲା । ଆଥେନିଅସଙ୍କ ଅନୁସାରେ ଜାହାଜଟିରେ ୬୦୦ ଲୋକ ଯିବାର ବ୍ୟବସ୍ଥା, ଏକ ସୁସଜ୍ଜିତ ବଗିଚା, ବ୍ୟାୟାମ ବିଦ୍ୟାଳୟ ଏବଂ ଦେବୀ ଆଫେ୍ର।ଡାଇଟଙ୍କ (Aphrodite) ପୂଜାର୍ଚ୍ଚନା ନିମିତ୍ତ ଏକ ମନ୍ଦିରର ସୁବିଧା ଥିଲା। ଯେହେତୁ ଏହା ଗୋଟିଏ ଅପେକ୍ଷାକୃତ ବଡ଼ ପାଣି ଜାହାଜ ଏଥିରୁ ପାଣି କମାଇବା କିମ୍ବା ମଇଳା ନିଷ୍କାସନ କରିବା ପାଇଁ ଆର୍କ୍‌ମିଡ଼ିସ୍‌ଙ୍କ ସ୍କୃ ବ୍ୟବହୃତ ହୋଇଥିଲା। ଆର୍କ୍‌ମିଡ଼ିସ୍‌ଙ୍କ ମସେିନରେ ଏକ ପ୍ରକାର ସ୍ତମ୍ଭାକୃତିର ବ୍ଲେଡ ଘୂରି ସଫା କରିବା ପ୍ରଣାଳୀ ଥିଲା । ଏହା ଏକ ପ୍ରକାର ହାତରେ ଘୂରିବା ପ୍ରଣାଳୀ ଯାହାଦ୍ଵାରା ତଳେଥିବା ପାଣିକୁ ଚାଷକରିବା ପାଇଁ ଉଦ୍ଦିଷ୍ଟ କେନାଲ ମଧ୍ୟକୁ ଛଡ଼ା ଯାଇପାରୁ ଥିଲା। ବିକାଶଶୀଳ ଦେଶମାନଙ୍କ ରେ ଆର୍କିମଡେିସଙ୍କ ସ୍କୃ ଏବେ ମଧ୍ୟ ବ୍ୟବହାର କରାଯାଉଛି । ଆର୍କ୍‌ମିଡ଼ିସ୍‌ଙ୍କ ସ୍କୃ ବିଷୟରେ ଭିତ୍ରୁଭିୟସଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି ଯେ ରୋମାନଙ୍କ ସମୟରେ ବୋଧହୁଏ ଏହାର ଏକ ଉନ୍ନତ ମାନର ସଂସ୍କରଣ ବ୍ୟବହାର କରି ବାବିଲୋନର (Babylon)ର ଝୁଲା ବଗିଚାରେ ପଂପ ଦ୍ଵାରା ପାଣି ମଡ଼ାଇ ହୋଇପାରୁଥିଲା । ତାଙ୍କ ଦ୍ଵାରା ପ୍ରସ୍ତୁତ ଏକ ନଖାକୃତିର ଉପକରଣ ସିରାକସ ସହରକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହାଦ୍ଵାରା ମଧ୍ୟ "ଜାହାଜର ଉପର ତଳର ଅବସ୍ଥିତି ପରିବର୍ତ୍ତନ କରାଯାଇପାରେ।" ନଖାକୃତି ଉପକରଣରେ କ୍ରେନ ପରି କୌଣସି ଓଜନିଆ ଜିନିଷକୁ ଉଠାଇ ପାରେ। ଯେତେବେଳେ ନଖାକୃତିର ହାତ ଉପରକୁ ହଲୁଥାଏ ସେତେବେଳେ ବୋଧହୁଏ ଜାହାଜଟି ଝୁଲୁଥାଏ । ଏହା ଜାହାଜକୁ ଉପରକୁ ଉଠାଇ ସେଥିରେ ଥିବା ପାଣି ବାହାର କରିବାରେ ସାହାଯ୍ୟ କରେ। ସେହି ଉପକରଣକୁ ଦେଖି ପ୍ରସ୍ତୁତ କରାଯାଇଥିବା ଏକ ଆଧୁନିକ ନଖାକୃତି ଉପକରଣ ୨୦୦୫ ମସିହାରେ ଟେଲିଭିଜନରେ "ପୁରାତନ କାଳର ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର" ଶୀର୍ଷକରେ ଦର୍ଶାଇଥିଲେ।

ଆର୍କ୍‌ମିଡ଼ିସ୍‌ ଠିକ ଭାବେ ଦକ୍ଷତାର ଉନ୍ନତି ସାଧନ କରି ପ୍ରଥମ ପୁନିକ ଯୁଦ୍ଧସମୟରେ ଛିଟିକିଣି ବା କାଟାପଲଟ (Catapault) ଓ ଅଡୋମିଟର (Odometer)ର ଉଦ୍ଭାବନ କରି ସମ୍ମାନିତ ହୋଇଥିଲେ । ଅଡୋମିଟର ଗୋଟିଏ ଯାନ ଯାହା ଦେହରେ ଗିଅର ଯନ୍ତ୍ର ପ୍ରଣାଳୀ ରଖା ଯାଇଥାଏ । ସେହି ଯାନ ଦେହରେ ସଂଯୁକ୍ତ ହୋଇଥାଏ ଛିଟିକିଣି ଯାହାଦ୍ଵାରା ଗୋଟିଏ ବଲ ଏକ ପାତ୍ର ଭିତରେ ପଡେ଼ ଯେତେବେଳେ ଯାନଟି ଏକ ମାଇଲ ବାଟ ଅତିକ୍ରମ କରେ। ସିସେରୋ (ଖ୍ରୀଷ୍ଟପୂର୍ବ ୧୦୬-୪୩) ତାଙ୍କ ଦ୍ଵାରା ଖ୍ରୀଷ୍ଟପୂର୍ବ ୧୨୯ରେ ପ୍ରକାଶିତ ଏକ କାଳ୍ପନିକ କଥୋପକଥନ ଡି ରିପ୍ଲବିକାରିପବ୍ଲିକା (De republica)ରେ ଆର୍କ୍‌ମିଡ଼ିସ୍‌ଙ୍କ ବିଷୟରେ ସଂକ୍ଷିପ୍ତ ଭାବରେ ଉଲେ୍ଲଖ କରିଛନ୍ତି । ଖ୍ରୀଷ୍ଟପୂର୍ବ ୨୧୨ ରେ ସିରାକସ ଦଖଲ ହେଲାପରେ ଜେନେରାଲ ମାର୍ସେଲସ ରୋମକୁ ଦୁଇଟି ଯନ୍ତ୍ରର ଗଠନ କୌଶଳ ଦେଇଯାଇଥିଲେ ଯାହା ସୂର୍ଯ୍ୟ, ଚନ୍ଦ୍ର ଏବଂ ପାଞ୍ଚଟି ଗ୍ରହର ଗତିବିଧି ଅନୁଶୀଳନରେ ସାହାଯ୍ୟ କଲା । ସିସେରୋଙ୍କ ସୂଚନା ଅନୁସାରେ ମିଲେଟସର ଥେଲସ (Thales of Miletus) ଏବଂ ନିଡସର ଇଣ୍ଡୋସ୍କସ (Endoxus of Cnidus) ସେହିପରି ଯନ୍ତ୍ରପାତି ପ୍ରସ୍ତୁତ କରିଥିଲେ । ଜନଶ୍ରୁତି ଅନୁଯାୟୀ ମାର୍ସେଲସ ସିରାକସରୁ ଲୁଟି ଆଣିଥିବା ଦୁଇଟି ଯନ୍ତ୍ରଶୈଳୀ ମଧ୍ୟରୁ ନିଜପାଇଁ ଗୋଟିଏ ରଖି ଅନ୍ୟଟିକୁ ରୋମର ଏକ ଧର୍ମ ମନ୍ଦିରକୁ ଦାନ କରିଦେଲେ । ସିସେରୋଙ୍କ କହିବା ଅନୁସାରେ ଗାୟଙ୍କ ସଲପିସିଅସ ଗ୍ୟାଲୁସ ମାର୍ସେଲସଙ୍କ ଯନ୍ତ୍ରଶୈଳୀଟିକୁ ଲୁସିଅସ ଫିଉରିୟସ ଫିଲିସଙ୍କୁ ପ୍ରଦର୍ଶନ କରାଇଥିଲେ। ଏହା ଏକ ପ୍ଲାନେଟୋରିୟମର ବର୍ଣ୍ଣନା। ଆଲେକଜାଣ୍ଡ୍ରି ଆର ପାପସ ସୂଚାଇଛନ୍ତି ଯେ ଆର୍କ୍‌ମିଡ଼ିସ୍‌ଙ୍କ ହାତଲେଖାରେ (ବର୍ତ୍ତମାନ ହଜି ଯାଇଛି) ଗୋଲକ ତିଆରି କରିବା ପ୍ରଣାଳୀ ସମ୍ବନ୍ଧରେ ଲେଖିଥିଲେ । ଏହି ଆଧୁନିକ ଗବେଷଣା ପ୍ରଣାଳୀ ଆଣ୍ଟିକାୟାଥେରା ଯନ୍ତ୍ରଶୈଳୀ (Antikythera mechanism) ଯାହା ସମ୍ଭବତଃ ଅନ୍ୟ ଏକ ପୁରାତନ ପ୍ରଣାଳୀ । ଏହିପରି ଯନ୍ତ୍ରପାତି ପ୍ରସ୍ତୁତ କରିବା ପାଇଁ ବ୍ୟାବହାରିକ ଜ୍ଞାନସଂପନ୍ନ ବିଭେଦକ ଗିୟରର ଜ୍ଞାନ ଦରକାର ପଡେ଼ । ପୁରାତନ କାଳରେ ମିଳୁଥିବା ପ୍ରଯୁକ୍ତି ବିଦ୍ୟାରେ ଏହା କଳନା କରିବା ସମ୍ଭବ ନଥିଲା । କିନ୍ତୁ ୧୯୦୨ ସାଲରେ ଆବିଷ୍କୃତ ଆଣ୍ଟିକାୟାଥେରା ଯନ୍ତ୍ରର ଗଠନରୁସ୍ପଷ୍ଟ ହୋଇଥିଲା ଯେ ସେ ପ୍ରକାର ଯନ୍ତ୍ରଶୈଳୀ ପୁରୁଣା ଗ୍ରୀକମାନଙ୍କୁ ଜଣାଥିଲାା ଆର୍କ୍‌ମିଡ଼ିସ୍‌ ବୋଧହୁଏ ପାରାବୋଲିକ ଦର୍ପଣ ବ୍ୟବହାର କରି ସିରାକସ ଆକ୍ରମଣ କରୁଥିବା ଜାହାଜ ସବୁକୁ ଜାଳିଦେଇ ନଷ୍ଟ କରି ଦେଉଥିଲେ । ଲୁସିୟାନ (Lucian) ଲେଖିଥିଲେ ସିରାକସ ଦଖଲ ବେଳେ (ଖ୍ରୀଷ୍ଟପୂର୍ବ ୨୧୪-୨୧୨ରେ), ଆର୍କ୍‌ମିଡ଼ିସ୍‌ ଏକ ଜଳନ୍ତା କାଚ ଦ୍ଵାରା ରୋମାନ ସୈନ୍ୟମାନଙ୍କ ର ଆକ୍ରମଣକୁ ପ୍ରତିହତ କରିଥିଲେ । ଏହି ଶୈଳୀ ଦ୍ଵାରା ବହୁତ ଗୁଡ଼ିଏ ମସୃଣ ବେ୍ରାଞ୍ଜ କିମ୍ବା ତମ୍ବା ଖଣ୍ଡ ଦର୍ପଣ ରୂପେ ବ୍ୟବହାର କରାଯାଇ ଜାହାଜ ଉପରେ ସୂର୍ଯ୍ୟରଶ୍ମିକୁ କେନ୍ଦ୍ରିତ କରି ପକାଯାଏ । ଫଳରେ ଜାହାଜରେ ନିଆଁ ଲାଗିଯାଏ । ଏହା ଏକ ପ୍ରକାର ପରବଳୟିକ ( parabolic) ପ୍ରତିଫଳନ ପ୍ରକ୍ରିୟାଭିତ୍ତିକ ଚୁଲା। ସେ ବିଷୟରେ ବିଶେଷତର୍କ ଏବଂ ଆଲୋଚନା ରେନେସାଁ ସମୟରୁ ହୋଇ ଆସୁଅଛି । ରେନି ଦେର୍କାତ (Rene Descartes) ଏହାକୁ ଅସମ୍ଭବ କହି ପ୍ରତ୍ୟାଖ୍ୟାନ କରିଦେଲେ । କିନ୍ତୁ ଆଧୁନିକ ଯୁଗର ଗବେଷକମାନେ ଆର୍କ୍‌ମିଡ଼ିସ୍‌ଙ୍କ ସମୟର ତତ୍ତ୍ଵକୁ ବ୍ୟବହାର କରି ସେ ତତ୍ତ୍ଵର ପୁନରୁଦ୍ଧାରରେ ଲାଗିପଡ଼ିଲେ । ଏହି ଅନୁସାରେ ମସୃଣ ବ୍ରୋଞ୍ଜ କିମ୍ବା ତମ୍ବାର ଦର୍ପଣ ଦ୍ଵାରା ସୂର୍ଯ୍ୟକିରଣ ଏକ ଜାହାଜ ଉପରେ କେନ୍ଦ୍ରୀଭୂତ କରାଯାଏ। ଏହା ପାରାବୋଲିକ ଦର୍ପଣର ନିୟମ ପ୍ରୟୋଗ କରେ ଯାହାକି ସୂର୍ଯ୍ୟଚୁଲା ଭଳି ମଧ୍ୟ ପ୍ରତିଫଳନ କରିପାରିବ।

୧୯୭୩ ସାଲରେ ଗ୍ରୀକର ବୈଜ୍ଞାନିକ ଆଓନାଇଜ ସାକାସ (Ioannis Sakkas) ସ୍କାରାମାଗସ (Skaramagas) ସାମୁଦ୍ରିକ ଅଞ୍ଚଳ ବାହାରେ ଏଥେନସ ନଗରୀରେ ଆର୍କ୍‌ମିଡ଼ିସ୍‌ଙ୍କ ତାପ ରଶ୍ମିର ପରୀକ୍ଷା କରିଥିଲେ । ସେହି ସମୁଦ୍ର ଉପରେ ୭୦ଟି ଦର୍ପଣ ବ୍ୟବହାର କରିଥିଲେ, ପ୍ରତ୍ୟେକ ଦର୍ପଣ ସହିତ ଗୋଟିଏ ଲେଖାଏ ତମ୍ବାର ଆବରଣ ଥିଲା । ପ୍ରତ୍ୟେକର ଆକାର ୩ ଫୁଟ ରୁ ୫ ଫୁଟ ମଧ୍ୟରେ ଥିଲା । ୧୬୦ ଫୁଟ ଦୂରରେ ଥିବା ପ୍ଲାଇକାଠ ନିର୍ମିତ ଏକ ରୋମାନ ଯୁଦ୍ଧ ଜାହାଜ ଆଡକୁ ଦର୍ପଣ ଗୁଡ଼ିକ ମୁହାଁଇ ରହିଥିଲା । ଯେତେବେଳେ ଦର୍ପଣରୁ ପ୍ରତିଫଳିତ ରଶ୍ମି ଠିକ ଭାବରେ କେନ୍ଦ୍ରୀଭୂତ ହୋଇପଡୁଥିଲା, ମାତ୍ର କେତେ ସେକେଣ୍ଡରେ ସେହି ନିଆଁର ଶିଖାରେ ଜାହାଜଟି ଜଳି ଯାଉଥିଲା । ସେହି ପ୍ଲାଇକାଠ ଜାହାଜଟିରେ ଆଲକାତରାର ଆବରଣ ଦିଆଯାଇଥିଲା, ଯାହା ଜ୍ଵଳନରେ ସାହାଯ୍ୟ କରୁଥିଲା । ୨୦୦୫ ଅକ୍ଟୋବର ମାସରେ ମାସାଚୁ୍ୟସେଟ ଇନଷ୍ଟିଚୁ୍ୟଟ ଟେକ୍ନୋଲୋଜି(MIT)ର ଦଳେ ଛାତ୍ର ଗୋଟିଏ ପରୀକ୍ଷା କରିବା ପାଇଁ ୧୨୭ ଖଣ୍ଡ ୩୦ ସେ.ମି. ବର୍ଗର ଦର୍ପଣର ଟାଇଲକୁ ୩୦ ମିଟର ଦୂରତ୍ଵରେ ରଖି ଏକ କୃତ୍ରିମ ଜାହାଜ ଉପରେ କେନ୍ଦ୍ରୀଭୂତ କରାଇଲେ । ଜାହାଜର ଗୋଟିଏ ଅଂଶରେ ନିଆଁ ଜଳି ଉଠିଲା । ଏହିଭଳି ପରିସ୍ଥିତିରେ ହିଁ ଏହି ଶାସ୍ତ୍ରର କାର୍ଯ୍ୟକାରିତା ଉପଲବ୍ଧ ହେବ ବୋଲି ଉପସଂହାରରେ ଏମ.ଆଇ.ଟି. ଦଳ ପହଞ୍ଚିଥିଲା । ମିଥ ବଷ୍ଟରସ (Myth Busters) ଟେଲିଭିଜନ ପ୍ରଦର୍ଶନ ପାଇଁ ଏକ କାଠର ମାଛଧରା ବୋଟ ବ୍ୟବହାର କରି ସାନଫ୍ରାନସିସକୋ (San Francisco)କୁ ଲକ୍ଷ୍ୟକରି ସେହି ପରୀକ୍ଷାର ପୁନରାବୃତ୍ତି କଲେ । କିଛି ପରିମାଣର ଅଙ୍ଗାର ସହିତ ଅଗ୍ନିଶିଖା ଜାତହେଲା । ନିଆଁ ଲାଗିବା ପାଇଁ କାଠ ପ୍ରାୟ ୩୦୦ ଡିଗ୍ରୀ ସେଲସିୟସରେ ହିଁ ଆକସ୍ମିକ ଦାହ ମାତ୍ରାକୁ ପହଞ୍ଚି ପାରିଥାଏ । ଯେତେବେଳେ ମିଥ ବଷ୍ଟର ସାନଫ୍ରାନସିସକୋ ପରୀକ୍ଷାକୁ ଜାନୁୟାରୀ ୨୦୦୬ରେ ପ୍ରଚାର କରିଥିଲେ, ତାହା ଅକୃତକାର୍ଯ୍ୟ ପରୀକ୍ଷା ଭାବରେ ଶୁଣାଗଲା । କାରଣ ଜ୍ଵଳନ ପାଇଁ ସମୟର ଅବଧି ଏବଂ ଉପଯୁକ୍ତ ପାଣିପାଗ ନ'ଥିଲା । ଏହା ମଧ୍ୟ ସୂଚାଇ ଦିଆଯାଇଥିଲା ଯେହେତୁ ସିରାକସ ପୂର୍ବ ଦିଗକୁ ସମୁଦ୍ର ଆଡ଼କୁ ମୁହଁ କରିଥିଲା, ରୋମାନ ଜାହାଜ ସବୁ ସକାଳୁ ଆକ୍ରମଣ କରିବା ପାଇଁ ଦର୍ପଣ ସାହାଯ୍ୟରେ ବେଶୀ ଆଲୋକ ପାଇବାକୁ ଅପେକ୍ଷା କରିଥିଲେ। ମିଥ ବଷ୍ଟର ଆହୁରି ମଧ୍ୟ ସୂଚାଇଥିଲେ ଯେ ଜଳନ୍ତା ତୀର କିମ୍ବା ବାଟୁଳିଖଡ଼ାରୁ ନିର୍ଗତ ଛୋଟ ଛୋଟ ଲୌହ ଗୋଟାଳି ଭଳି ପ୍ରଚଳିତ ଆୟୁଧ ବ୍ୟବହାର କରି ଅଳ୍ପ ଦୂରରେ ଥିବା ଜାହାଜମାନଙ୍କ ରେ ନିଆଁ ଲଗାଯାଇ ପାରିବ।
=== ଗାଣିତ ===
ଆର୍କ୍‌ମିଡ଼ିସ୍‌ଙ୍କୁ ଅନେକ ଯାନ୍ତ୍ରିକ କୌଶଳର ନିର୍ମାତା ଭାବେ ଗଣା ଯାଉଥିଲେ ମଧ୍ୟ ଗଣିତଶାସ୍ତ୍ରରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା। ପ୍ଲୁଟାରଚ ଲେଖିଛନ୍ତି : ସେ ତାଙ୍କ ର ସମସ୍ତ ଉଚ୍ଚାଭିଳାଷ ଏବଂ ଭାବରାଜିକୁ ଇତର ଶ୍ରେଣୀୟ ଚିନ୍ତାରେ ବ୍ୟସ୍ତ ନରଖି ଉଚ୍ଚ କଳ୍ପନା ବିଳାସରେ ମଗ୍ନକରି ରଖୁଥିଲେ। ଆର୍କ୍‌ମିଡ଼ିସ୍‌ ନିଃଶେଷୀକରଣ (exhaustion) ପ୍ରଣାଳୀ ପ୍ରୟୋଗ କରି pi ର ହାରାହାରି ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏକ ପ୍ରସ୍ତାବନାକୁ ଠିକ ଧରି ନେଇ ଏବଂ ଅନେକ ବିରୋଧାଭାସ ଥିବା ଜାଣି ମଧ୍ୟ ଆର୍କ୍‌ମିଡ଼ିସ୍‌ ଅନେକ ସମସ୍ୟାର ଉତ୍ତର ପ୍ରାୟ ନିର୍ଭୁଲ ଭାବରେ ଦେଉଥିଲେ, ଯେଉଁ ଉତ୍ତରଗୁଡ଼ିକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହୁଛି। ସେହି ପ୍ରଣାଳୀକୁ ନିଃଶେଷୀକରଣ ପ୍ରଣାଳୀ ବୋଲି କୁହାଯାଏ । ସେ ହିସାବ କରି ଦେଖାଇଥିଲେ ଯେ π ର ପରିମାଣ ପ୍ରାୟ ୩.୧୪୨୯ ଠାରୁ ୩.୧୪୦୮ ମଧ୍ୟରେ ରହେ। ସେ ମଧ୍ୟ ପ୍ରମାଣ କରିଥିଲେ ଯେ ବୃତ୍ତର କ୍ଷେତ୍ରଫଳ π ଗୁଣନ ବ୍ୟାସାର୍ଦ୍ଧର ବର୍ଗ । ସେ ପ୍ରମାଣ କରିଥିଲେ ଯେ ପାରାବୋଲାର କ୍ଷେତ୍ରଫଳ, ସରଳରେଖା ଦ୍ଵାରା ୪/୩ରେ ଗୁଣନ କରାଯାଏ ତେବେ ସମାନ ବେସ ଏବଂ ଉଚ୍ଚତାର ତ୍ରିଭୁଜର କ୍ଷେତ୍ରଫ ଳ ସହିତ ସମାନ।

ଆର୍କ୍‌ମିଡ଼ିସ୍‌ ବିଶ୍ଵବ୍ରହ୍ମାଣ୍ଡର ଧୂଳିକଣାର ସଂଖ୍ୟା କେତେ ଏହାକୁ ଗଣନା କରିବାକୁ ଆଗେଇ ଆସିଲେ । ସେ କହିଲେ ଧୂଳିକଣାର ସଂଖ୍ୟା ଅନନ୍ତ ଯାହାକି ଗଣି ହେବନାହିଁ । ତେବେ ଏହି କଠିନ ପ୍ରଶ୍ନକୁ ସମାଧାନ କରିବାକୁ ଯାଇ ଆର୍କ୍‌ମିଡ଼ିସ୍‌, ମିରିଆଡ଼ (myriad) ତଥ୍ୟ ଉପରେ ଆଧାରିତ ଗଣନା ପ୍ରଣାଳୀ ବାହାର କଲେ । ଏହା ଏକ ଗ୍ରୀକ ଶବ୍ଦ "ମୁ୍ୟରିଅସ"ରୁ ଆନୀତ। ସେ ଅନ୍ୟ ଏକ ଗଣନା ପ୍ରଣାଳୀ ସଂଖ୍ୟା ୧୦, ୦୦୦ ମଧ୍ୟ ପ୍ରସ୍ତାବିତ କରିଥିଲେ। ସେ ଅନୁସାରେ ସମଗ୍ର ବିଶ୍ଵକୁ ଯେଉଁ ଧୂଳିକଣାରେ ପୂର୍ଣ୍ଣ କରିହେବ ତାର ସଂଖ୍ୟା ୮×୧୦୬୩ । ଏହା ପ୍ରାୟ ଆଠ ଭିଜିନଟିଲିୟନସ (vigintillions)।

== ଲେଖା ==
ଆର୍କମିଡ଼ିସଙ୍କ ରଚିତ ଲେଖାଗୁଡ଼ିକ ଇଉକ୍ଲିଡ (Euclid)ଙ୍କ ଲେଖାପରି ଅନେକ ସମୟ ଧରି ତିଷ୍ଠି ରହିପାରିଲା ନାହିଁ । ତାଙ୍କ ର ୭ଟି ଲେଖା କେବଳ ଅନ୍ୟ ଲେଖକଙ୍କ ଲେଖାରେ ଉଲ୍ଲିଖିତ ହୋଇ ରହିଅଛି । ଆଲେକଜାଣ୍ଡ୍ରିୟାର ପାପସ ଗୋଲକ ନିର୍ମାଣ ବିଷୟରେ ସୂଚାଇଛନ୍ତି ଏବଂ ପଲିହେଡ୍ରା (Polyhedra) ବିଷୟରେ ଲେଖିଛନ୍ତି । ଆଲେକଜାଣ୍ଡ୍ରି ଆରଥିଓରନ ନିର୍ଦ୍ଦିଷ୍ଟ ଲୁପ୍ତପ୍ରାୟ କାଟୋପ୍ରିକା (Catoprica)ରୁ ପରି ସରଣ ବିଷୟରେ ଲେଖିଥିଲେ। ନିଜ ଜୀବନକାଳ ମଧ୍ୟରେ ସେ ଆଲେକଜାଣ୍ଡ୍ରିଆରେ ରହୁଥିବା କିଛି ଗଣିତଜ୍ଞଙ୍କ ସହ ଭାବର ଆଦା ନପ୍ରଦାନ କରି ଥିଲେ। ତାଙ୍କ ଲେଖାଗୁଡ଼ିକ ବାଇଜାଣ୍ଟାଇନ ସ୍ଥପତି ମିଲେଟସର ଇସିଡୋରଙ୍କ ଦ୍ଵାରା ୫୩୦ ରେ ସଂଗୃହୀତ ହୋଇଥିଲା । ଆର୍କ୍‌ମିଡ଼ିସ୍‌ଙ୍କ ଏହି କାମ ଗୁଡ଼ିକ ଇଟୋସିୟସ (Eutocius) ଷଷ୍ଠ ଶତାବ୍ଦୀରେ ବହୁ ଲୋକଙ୍କୁ ଜଣାଇ ଦେଇଥିଲେ । ତାଙ୍କ କାମର ଅନୁବାଦ ଆରବି ଭାଷାକୁ କରିଥିଲେ ଥାବିଟ ଇବନ କୁ୍ୟରା (Thabit Ibn Qurra -୮୩୬ ରୁ ୯୦୧ ଖ୍ରୀଷ୍ଟାବ୍ଦ) ଏବଂ ଲାଟିନ ଭାଷାକୁ କରିଥିଲେ ଗେରାଡ ଅଫ କ୍ରୋମୋନା (Gerard of Cremona) ୧୧୧୪ ରୁ ୧୧୮୭ ଖ୍ରୀଷ୍ଟାବ୍ଦ ଭିତରେ । ରେନେସାଁ ସମୟରେ ଏଡିସିଓ ପ୍ରିନସେପସ (Editio Princeps) ପ୍ରଥମ ପ୍ରକାଶନ ହୋଇଥିଲା ବେସଲ (Basel) ରେ ୧୫୪୪ ରେ ଯୋହନ ହରବ଼ାଗନଙ୍କ ଦ୍ଵାରା ( Johann Herwagen)। ତା ସହିତ ଆର୍କ୍‌ମିଡ଼ିସ୍‌ଙ୍କ ର ଗ୍ରୀକ ଏବଂ ଲାଟିନରେ ଲେଖିଥିବା ଅନେକ ବହି ଲାଟିନରେ ଛପା ହୋଇଥିଲା। ପ୍ରାୟ ୧୫୮୬ ସାଲରେ ଗାଲିଲିଓ (Galileo) ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଉତପ୍ଲାବନ ତରାଜୁ (hydrostatic balance) ଉଦ୍ଭାବନ କରିଥିଲେ, ଯାହାଦ୍ଵାରା ବାୟୁମଣ୍ଡଳ ଓ ପାଣିରେ ଥିବା ଧାତୁର ଓଜନ ମାପି ନିର୍ଣ୍ଣୟ କରିପାରିଥିଲେ ।