"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୧ କ ଧାଡ଼ି:
==ଗୁଣ==
ଚା’ ର ଅନେକ ଔଷଧିୟ ଗୁଣ ଅଛି -ବିଶେଷ ଭାବରେ ଏହାର ରୋଗ ନିରୋଧକ ଗୁଣ (antioxidant)। ଚା’ ପତ୍ରରେ ସାତଶହ ପ୍ରକାରର ରାସାୟନିକ ଗୁଣ ରହିଛି। ଆମିନୋଏସିଡ , ଭିଟାମିନ୍ -ସି, ଇ ଓ କେ କାଫିନ ଆଦି। ନିୟମିତ ଚା’ ପାନ ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ହୁଏ। ହୃଦରୋଗ ,ବହୁମୁତ୍ର , ଗଣ୍ଠିବାତ ଆଦି ରୋଗ ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।<ref>http://www.ivillage.com/top-10-health-benefits-drinking-tea/4-a-108301</ref> କିନ୍ତୁ ଆମେ ଦୁଗ୍ଧ ଓ ପ୍ରଚୁର ପରିମାଣର ଚିନି ମିଶାଇ ଯେପରି ଚା’ ପିଉଛୁ ତାହା ଚା’ ର ଗୁଣକୁ ବିଶେଷ ଭାବରେ ନଷ୍ଟ କରିଦେଉଛି। ଖାଲିଅ ଗରମ ପାଣିରେ ଫୁଟାହେଇଥିବା ଚା’ ପିଇଲେ ତାହା ବେଶ ଲାଭଦାୟୀ।
 
ପ୍ରତ୍ୟେକ ମଣିଷ ପାଇଁ ଚା’ ଏକ ଉପଯୋଗୀ ପାନୀୟ । ତଥ୍ୟ ଅନୁଯାୟୀ ,ଏଥିରେ ରହିଛି ଅତିକମରେ ୭୦୦ ପ୍ରକାରର ସ୍ଵାଥ୍ୟନୁକୂଳିତ କେମିକାଲ୍ସ ବା ରସାୟନ । ସେଥି ମଧରୁ ଆମିନୋ ଏସିଡ, ଭିଟାମିନ (ସି,ଇ ଏବଂ କେ) ,କ୍ୟାଫେଇନ ଏବଂ ପଲିସାକାରାଇଡ୍ସ ଇତ୍ୟାଦି ଅନ୍ୟତମ । ସମ୍ପ୍ରତି ଚା’ ପାନୀୟକୁ ଧ୍ୟାନ ତଥା ଯୋଗ ସହିତ ଯୋଡି ଦିଆଯାଇଛି । ମଣିଷ ଶରୀରର ସେଲ୍-ମେଡିଏଟେଦ୍ ଇମ୍ୟୁନୁ ଫଙ୍କସନରେ ଚା’ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଗବେଷକଙ୍କ ଦୃଢ଼ମତ । ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେହି ଭଳି ନିୟମିତ ଚା’ ପିଇବାଦ୍ଵାରା ଶରୀରର ରକ୍ତଚାପ ସ୍ଵାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ । ଏହା ରକ୍ତ ଶର୍କରାର ସକ୍ରିୟତାକୁ ହ୍ରାସକରି ଉଭୟ କରୋନାରୀ ହାର୍ଟ୍ ଡିଜିଜ୍ ଏବଂ ମଧୁମେହର ଆଶଙ୍କାକୁ କମ କରିଥାଏ । ଉଭୟ ଗ୍ରୀନ୍ ଏବଂ ବ୍ଲାକ୍ ଚା’ କୁ ଆଣ୍ଟିଅକ୍ସିଡାଣ୍ଟ ବୋଲି କୁହାଯାଏ । <ref>http://en.wikipedia.org/wiki/Tea_processing</ref>
 
==ଶିଳ୍ପ==
ଚା’ ଶିଳ୍ପ ଏପରି ଲାଭ ଦାୟକ ଯେ ଟାଟା, ବିର୍ଲା ଆଦି ଭାରତ ବର୍ଷର ବଡ଼ ବଡ଼ କମ୍ପାନୀ ମାନେ ଚା’ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଏବେ ଅନେକ ଅସମୀୟଙ୍କର ମଧ୍ୟ ଚା’ ବଗିଚା ରହିଛି । ଓଡିଶା ହାଇକୋର୍ଟ ର ପୂର୍ବତନ ମୂଖ୍ୟ ବିଚାରପତି ଫୁଜନ ଏମାନଙ୍କ ମଧ୍ୟରେ ଜଣେ । ବଡ଼ ବଡ଼ ଚା’ ବଗିଚା ଛଡା ବହୁ ଛୋଟ ଛୋଟ ଚା’ ବଗିଚା ଆସାମରେ ଗଢି ଉଠିଛି । ରାଜ୍ୟର ଶିଳ୍ପ ବିଭାଗର ପ୍ରକାଶିତ ଏକ ସର୍ଭେ ଅନୁଯାୟୀ ଛୋଟ ଛୋଟ ଚା’ ମାଲିକଙ୍କ ସଂଖ୍ୟା ହେଉଛି ୬୮୪୬୫ ଏବଂ ସେମାନେ ଆସାମ ର ମୋଟ ଚା’ର ଶତକଡା ୨୫ ଭାଗ ଉତ୍ପାଦନ କରନ୍ତି ।
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି