"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୫ କ ଧାଡ଼ି:
ଚା’ [[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ।ଚା’ ଓ ଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରି ଟି ନାମରେ କୁହାଯାଏ। <ref>http://wals.info/chapter/138</ref>ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେ ଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କୁହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି। ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’ କୁ ''ସା ''କୁହାଯାଏ।<ref>ପୌରୁଷ ପତ୍ରିକା </ref>
==ଗଛ ଓ ପରିବେଶ==
ଚା’ର ବୋଟାନିକାଲ ନାମ ହେଉଛି '''କାଲେଲିଆ ସିନେନ୍ସିସ''' । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କୁହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ବିଜ୍ଞାନୀ ମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର( ୫୦ ଇଞ୍ଚ) ବୃଷ୍ଟିପାତ ଆବଶ୍ୟକ । ସେହି ପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ସଏଲରେ ଏହି ଗଛ ଖୁବ ଭଲ ଭାବରେ ବଢିପାରିଥାଏ । ସେଥିଲାଗି ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଉଚ୍ଚ ଗୁଣଯୁକ୍ତ ଚା’ ଚାଷ କରାଯାଉଥିବା ଦେଖାଯାଏ । ଏହାର କାରଣ,ଏହି ଉଚ୍ଚତାରେ ଚା’ ଚାଷ କରିବା ଦ୍ଵାରା ଚା’ ଖୁବ ସ୍ଵାଦିଷ୍ଟ ହୋଇଥାଏ । <ref name="hort.purdue">{{cite web | url=http://www.hort.purdue.edu/newcrop/duke_energy/camellia_sinensis.html | title=Camellia Sinensis | publisher=Purdue University Center for New Crops and Plants Products | accessdate=2010-10-26}}</ref><ref>{{cite book |title=Tea Cuisine: A New Approach to Flavoring Contemporary and Traditional Dishes |last=Pruess |first=Joanna |year=2006 |publisher=Globe Pequot |isbn=1-59228-741-7 }}</ref>ଗୋଟିଏ ପରିପକ୍ଵ ଚା’ ଗଛର ଅଗରୁ ୧ ରୁ ୨ ଇଞ୍ଚ ପର୍ଯୟନ୍ତ ଉତ୍ପାଦାନ କରାଯାଏ । ଏହାର କଢ଼ ଓ ପତ୍ରକୁ '''ଫ୍ଲସ''' ବୋଲି କୁହାଯାଏ । ପ୍ରତି ୧୫ ଦିନରେ ଚା’ ଗଛରେ ନୂଆ ଫ୍ଲସ ସୃଷ୍ଟି ହୋଇଥାଏ । <ref>{{cite book |author=Elizabeth S. Hayes |title=Spices and Herbs: Lore and Cookery |url=http://books.google.com/?id=htsIVCwRsEcC&dq= |publisher=Courier Dover Publications |year=1980 |isbn=0-486-24026-6|accessdate=2008-09-20 |page=74}}</ref>ଏଠାରେ ଗୋଟିଏ କଥା ଉଲ୍ଲେଖ ଯୋଗ୍ୟ ଯେ, ଚା’ ଚାଷରେ ସବୁବେଳେ ମନ୍ଥରତାକୁ ହିଁ ଗୁରୁତ୍ଵ ପ୍ରଦାନ କରାଯାଏ । ଯେଉଁ ଚା’ ଗଛର ପତ୍ର ଖୁବ ଧୀରେ ଧୀରେ ବଢେ ସେହି ଚା’ ର ମୂଲ୍ୟ ଅଧିକ ହୋଇଥାଏ । କାରଣ ଧୀରେ ଧୀରେ ବଢୁଥିବା ଚା’ ର ସ୍ଵାଦ ଅଧିକ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରନ୍ତି ଓ ଏହା ବହୁ ପରୀକ୍ଷିତ ମଧ୍ୟ । ଗୋଟିଏ ଚା’ ଗଛକୁ ଯଦି ଆଦୌ କଟାନଯାଏ ବା ଏଥିରୁ କଢ଼ ବା ପତ୍ର କୁ ଛିଣ୍ଡା ନ ଯାଏ ତା' ହେଲେ ଏହା ୧୬ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ମାତ୍ର ଚା’ ତୋଳିବାରେ ଅସୁବିଧା ହେଉଥିବା ହେତୁ ଏହି ଗଛକୁ ଜଣେ ବ୍ୟକ୍ତିର ଅଣ୍ଟା ପର୍ଯ୍ୟନ୍ତ ବଢିବାକୁ ସୁଯୋଗ ଦିଆଯାଏ । ସେଥିପାଇଁ ଚା’ ଗଛକୁ ଖୁବ ଧୀରେ ଧୀରେ ବଢିବାକୁ ଛଡାଯାଏ । ଫଳରେ ଚା’ ଗଛରୁ ଉତ୍ପାଦନ ଖୁବ ଦୃତଗତିରେ କରାଯାଇଥାଏ । <ref name="Tea Cultivation">[http://www.britannica.com/EBchecked/topic/585098/tea Britannica Tea Cultivation]. Retrieved June 2007.</ref>
 
 
==କିମ୍ବଦନ୍ତୀ==
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି