"ଚା’" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ r2.7.2+) (Robot: Adding pa:ਚਾਹ |
Aditya Mahar (ଆଲୋଚନା | ଅବଦାନ) |
||
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Tea}}
{{pp-move|small=yes}}
Line ୧୩ ⟶ ୧୪:
}}
ଚା’ [[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ।ଚା’ ଓ ଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରି ଟି ନାମରେ କୁହାଯାଏ। <ref>http://wals.info/chapter/138</ref>ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେ ଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କୁହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି। ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’ କୁ ''ସା ''କୁହାଯାଏ।<ref>ପୌରୁଷ ପତ୍ରିକା </ref>
==ଗଛ ଓ ପରିବେଶ==
ଚା’ର ବୋଟାନିକାଲ ନାମ ହେଉଛି '''କାଲେଲିଆ ସିନେନ୍ସିସ''' । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କୁହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ବିଜ୍ଞାନୀ ମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର( ୫୦ ଇଞ୍ଚ) ବୃଷ୍ଟିପାତ ଆବଶ୍ୟକ । ସେହି ପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ସଏଲରେ ଏହି ଗଛ ଖୁବ ଭଲ ଭାବରେ ବଢିପାରିଥାଏ । ସେଥିଲାଗି ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଉଚ୍ଚ ଗୁଣଯୁକ୍ତ ଚା’ ଚାଷ କରାଯାଉଥିବା ଦେଖାଯାଏ । ଏହାର କାରଣ,ଏହି ଉଚ୍ଚତାରେ ଚା’ ଚାଷ କରିବା ଦ୍ଵାରା ଚା’ ଖୁବ ସ୍ଵାଦିଷ୍ଟ ହୋଇଥାଏ । <ref name="hort.purdue">{{cite web | url=http://www.hort.purdue.edu/newcrop/duke_energy/camellia_sinensis.html | title=Camellia Sinensis | publisher=Purdue University Center for New Crops and Plants Products | accessdate=2010-10-26}}</ref><ref>{{cite book |title=Tea Cuisine: A New Approach to Flavoring Contemporary and Traditional Dishes |last=Pruess |first=Joanna |year=2006 |publisher=Globe Pequot |isbn=1-59228-741-7 }}</ref>
==କିମ୍ବଦନ୍ତୀ==
ଚା’ ଆବିଷ୍କାର ସମ୍ପର୍କରେ ଏକ କିମ୍ବଦନ୍ତୀ ଅଛି। ଖ୍ରୀଷ୍ଟପୂର୍ବ ୨୭୩୭ ମସିହାରେ ଚୀନ ଦେଶର ତତକାଳୀନ ସମ୍ରାଟ ''ସେନ୍ ନୁଙ୍ଗ'' ଗ୍ରାମାଞ୍ଚଳରେ ବୁଲି ବୁଲି କ୍ଳାନ୍ତି ମେଣ୍ଟାଇବା ପାଇଁ ଜଙ୍ଗଲରେ ଏକ ଗଛମୂଳରେ ବିଶ୍ରାମ ନେଉଥିଲେ। ପାଖରେ ଏକ ମାଟି ପାତ୍ରରେ ଗରମ ପାଣି ଫୁଟୁଥିଲା। ପବନରେ ଉଡିଆସି କେତୋଟି ପତ୍ର ସେ ମାଟି ପାତ୍ର ମଧ୍ୟରେ ପଡିଲା। ଅଳ୍ପ ସମୟ ମଧ୍ୟରେ ପାଣିରୁ ଯେଉଁ ସୁବାସ ବାହାରିଲା ସମ୍ରାଟଙ୍କୁ ତାହା ବେଶ ଆମୋଦିତ କଲା। ସେଥିରୁ କିଛି ପାଣି ପିଇ ସେ ଏପରି ଆରାମ ଅନୁଭବ କଲେ ଯେ ସେହି ଗଛର ପତ୍ର ତାଙ୍କ ପାଇଁ ଏକ ପାନୀୟରେ ପରିଣତ ହୋଇଗଲା।<ref>http://www.chcp.org/tea.html</ref><ref>http://chinesefood.about.com/od/chineseteaandliquor/a/chinesetea.htm</ref>
|