"ଭଟ୍ଟାରିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପୂଜାପଦ୍ଧତି: ଅଧିକ ତଥ୍ୟ
୫୦ କ ଧାଡ଼ି:
==ପୂଜାପଦ୍ଧତି==
ଶାରଦୀୟ ପୂଜାସମୟରେ ଷୋହଳଦିନବ୍ୟାପୀ ଦେବୀଙ୍କର ଷୋଡଶୋପଚାର ପୂଜା ସହିତ ବିଶେଷ ସନ୍ଧିପୂଜା ଅନୁଷ୍ଠିତ ହୁଏ ।ଦଶହରା ପର୍ବର ମହାଷ୍ଟମୀ ତିଥିରେ ଏଠାରେ ବାର୍ଷିକଯାତ୍ରା ଅନୁଷ୍ଠିତ ହୋଇଥାଏ ।ସମ୍ଭବତଃ ୧୭୦୦ମସିହାରୁ ବଡମ୍ବାଗଡର ତତ୍କାଳୀନ ରାଜା ଫକିରଚନ୍ଦ୍ର ଦେବଙ୍କ ସମୟରୁ ଭଟ୍ଟାରିକା ପୀଠରେ ମହାଷ୍ଟମୀ ଯାତ୍ରା ଆରମ୍ଭ ହୋଇଥିବା 'ବେଙ୍ଗଲ ଗେଜେଟ୍'ରୁ ଜଣାଯାଏ । ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହିଯାତ୍ରାରେ ପୂର୍ବରୁ ମାନସିକଧାରୀ ଭକ୍ତମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବହୁ ଛାଗବଳି ପକାଉଥିଲେ । ୧୯୭୫ମସିହାରୁ ମଇଁଷି ବଳି ଏବଂ ୨୦୦୦ମସିହାରୁ ଛାଗବଳି ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।
ଦେବୀ ଭଟ୍ଟାରିକା ଶ୍ରୀଯନ୍ତ୍ର ଆସୀନା । ସେଥିପାଇଁ ତାଙ୍କୁ କେତେକ ଭକ୍ତ ପରମବୈଷ୍ଣବୀ ତ୍ରିପୁରାସୁନ୍ଦରୀରୂପେ ବିବେଚନା କରନ୍ତି । ଅନ୍ୟପକ୍ଷରେ ମା' ଅଦ୍ୟାଶକ୍ତିଆଦ୍ୟାଶକ୍ତି ସିଂହବାହିନୀ ହୋଇଥିବାରୁ ଶ୍ରୀଦୁର୍ଗାରୂପେ ପୂଜାକରାଯାଏ । ମା'ଙ୍କର ଦୈନିକ ରୀତିନୀତିଠାରୁ ଶାରଦୀୟ ପୂଜା ସମୟର ନୀତିକାନ୍ତି ଭିନ୍ନ । ଆଶ୍ଵିନ କୃଷ୍ଣପକ୍ଷ ଦ୍ଵିତୀୟା ଅର୍ଥାତ୍ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଷୋଳଦିନାତ୍ମକ ପାର୍ବଣ ପର୍ବ ଅନୁଷ୍ଠିତ ହୁଏ । ଦେବୀଙ୍କର ପ୍ରତ୍ୟହ ସ୍ଵତନ୍ତ୍ର ପୂଜର୍ଚ୍ଚନା ସହିତ ସେବାସୀମାନେ ଏହି ଷୋଳଦିନ ବ୍ରତରଖି ନିଷ୍ଠାର ସହିତ ଶାରଦୀୟ ପୂଜା ପାଳିଥାନ୍ତି । ସେହିଭଳି ପରମ୍ପରାନୁଯାୟୀ ଏହି ଷୋଳଦିନ ତ୍ରିପୁରା ସୁନ୍ଦରୀ ମା'ଭଟ୍ଟାରିକାଙ୍କଠାରେ ସ୍ଵତନ୍ତ୍ର ସୁନାବେଶଲାଗି କରାଯାଏ ଏବଂ ଏହି ଆକର୍ଷଣୀୟ ସୁନାବେଶ ବର୍ଷର ଅନ୍ୟ କୌଣସି ସମୟରେ ଦେଖିବାକୁ ମିଳେନାହିଁ । ପବିତ୍ର ମହାଳୟା ଅମାବାସ୍ୟାଠାରୁ କାମ୍ପିଲ୍ୟବାସିନୀ ମା'ଭଟ୍ଟାରିକାଙ୍କର ପାର୍ବଣପୂଜାର ଦ୍ଵିତୀୟପର୍ବ ନବରାତ୍ର ପୂଜା ଆରମ୍ଭ ହୁଏ ।ମହାସପ୍ତମୀ, ମହାଷ୍ଟମୀ, ମହାଲ୍ନବମୀମହାନବମୀ ଏବଂ ଦଶମୀତିଥି ଅର୍ଥାତ୍ ପବିତ୍ର ଦଶହରା ପୂଜାସହିତ ଏହି ପାର୍ବଣ ସମ୍ପନ୍ନ ହୁଏ ।ଦେବୀପକ୍ଷର ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ମା'ଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନପ୍ରାନ୍ତର ରୁ ଭକ୍ତମାନେ ଆସିଥାନ୍ତି । ସ୍ଥାନୀୟ ଅଧିବାସୀମାନେ ମା'ଭଟ୍ଟାରିକାଙ୍କ ପାଇଁ ମହାଷ୍ଟମୀବ୍ରତ ରଖି ନିଷ୍ଠାର ସହିତ ଉପବାସ କରିଥାନ୍ତି ଓ ଦଶହରାରେ ଶୁଭାନୁକୂଳ ନିମନ୍ତେ ମନ୍ଦିରଯାଇ ମା'ଙ୍କର ପୂଜର୍ଚ୍ଚନାପୂଜାର୍ଚ୍ଚନା କରିଥାନ୍ତି । ଶାରଦୀୟ ପୂଜା ସମୟରେ ରାଜ୍ୟର ଅନ୍ୟାନ୍ୟ ପୀଠଭଳି ପ୍ରତ୍ୟହ ଚଣ୍ଡିପୁରାଣ ବର୍ଣ୍ଣିତ ଦଶମହାବିଦ୍ୟାର ବିଭିନ୍ନରୂପରେ ମା'ଙ୍କୁ ଏଠି ଯଦିଓ ବନ୍ଦାପନା କରାଯାଏ କିନ୍ତୁ ବେଶ କରାଯାଏନାହିଁ । ପରମ୍ପରାନୁଯାୟୀ ଏହିସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ, କୁମାରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ପାର୍ବଣ ପୂଜା ସମୟରେ ପ୍ରତ୍ୟହ ସଂକୀର୍ତ୍ତନ, ପାଲା, ଚଣ୍ଡିପାଠ ସହିତ ମା'ଙ୍କର ବିଶେଷ ସନ୍ଧିପୂଜା କରାଯାଏ । ମହାଷ୍ଟମୀ ଯାତ୍ରାର ମଧ୍ୟରାତ୍ରରେ କାଳେସି ଉଭାଯାତ୍ରା ଦେଖିବାକୁ ଲୋକମାନଙ୍କ ପ୍ରବଳ ଭିଡ ହୁଏ ।
 
==ଆଧାର==