"ଶୁକ୍ରବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
No edit summary
୧ କ ଧାଡ଼ି:
{{ଛୋଟ| Friday}}
ଶୁକ୍ରବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା [[ଗୁରୁବାର]] ଆଉ [[ଶନିବାର]] ମଝିରେ ଆସେ ।
ହିନ୍ଦୁ ଧାର୍ମିକ ପରମ୍ପରାରେ ଶୁକ୍ରବାର ଶକ୍ତିମାତା ଏବଂ ଗ୍ରହଦେବତା ଶୁକ୍ରଙ୍କୁ ସମର୍ପିତ I ଶକ୍ତିଙ୍କ ସ୍ୱରୂପ ହେଲେ ଦେବୀ ମାତା ଦୁର୍ଗା ଏବଂ ତାଙ୍କର ଅବତାର କାଳୀ, ଅନ୍ନପୂର୍ଣ୍ଣେଶ୍ୱରୀ ଏବଂ ସନ୍ତୋଷୀ I ଏହି ଦିନ ମୁଖ୍ୟତଃ ଦେବୀ ସନ୍ତୋଷୀ ମାତାଙ୍କ ସମ୍ମାନର୍ଥେ ବ୍ରତଧାରଣ କରାଯାଇଥାଏ I ଏହି ବ୍ରତ-ଉପବାସ ‘ ଷୋହଳ ଶୁକ୍ରବାର ବ୍ରତ ’ ଭାବେ ସମଗ୍ର ଭାରତରେ ପ୍ରସିଦ୍ଧ I କାରଣ ବ୍ରତଧାରୀମାନେ କ୍ରମାଗତ ଭାବେ ୧୬ଟି ଶୁକ୍ରବାରରେ ଉପବାସ ପାଳନ କରିଥା‘ନ୍ତି I ଏହିଦିନରେ ଶୁଭ୍ର-ଶ୍ୱେତ ବର୍ଣ୍ଣକୁ ଗୁରୁତ୍ୱ ଦିଆଯାଏ I ଏହିଦିନରେ ଶକ୍ତିଙ୍କର ଉପାସନା ଅତ୍ୟନ୍ତ ପବିତ୍ର କର୍ମବିଶେଷ I ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଶକ୍ତି ଉପାସନା ଧର୍ମପୀଠଗୁଡିକରେ ଏହିଦିନ ପ୍ରବଳ ଜନସମାଗମ ହୋଇଥାଏ I ଭକ୍ତ-ଶ୍ରଦ୍ଧାଳୁମାନେ ଶ୍ୱେତବସ୍ତ୍ର ପରିଧାନପୂର୍ବକ ପୂଜାପାଠ କରିଥା’ନ୍ତି I ସୂର୍ଯ୍ୟୋଦୟ ପୂର୍ବରୁ ଉପବାସ ଆରମ୍ଭ ହୋଇ ଭଙ୍ଗ କରାଯାଏ ସୂର୍ଯ୍ୟାସ୍ତ ପରେ I ବ୍ରତଧାରୀମାନେ କେବଳ ରାତ୍ରିଭୋଜନ ଗ୍ରହଣ କରିଥା’ନ୍ତି I ଦୁଗ୍ଧ ଏବଂ ଖିରି ଭଳି ଶ୍ୱେତବର୍ଣ୍ଣା ଖାଦ୍ୟ-ଦ୍ରବ୍ୟ ଗ୍ରହଣ କରିବା ବିଧି ସର୍ବତ୍ର ପ୍ରଚଳିତ I ସୁଖପ୍ରଦ ପାରିବାରିକ ଜୀବନ, ସନ୍ତାନଲାଭ ତଥା ପ୍ରତିବନ୍ଧ ଦୂର କରିବା ନିମନ୍ତେ ବ୍ରତ ରଖାଯାଏ I ଏହି ଦିନ ଶୁକ୍ର ଦେବତାଙ୍କୁ ମଧ୍ୟ ପୂଜା-ଆରାଧନା କରାଯାଇଥାଏ I ଶୁକ୍ରଦେବ ହେଲେ ସୁଖ-ଶାନ୍ତି ଏବଂ ପାର୍ଥିବ-ସଂପଦ ପ୍ରଦାନକାରୀ I ଏହି ବାରକୁ ନେଇ ଅନେକ କାହାଣୀ-କିମ୍ବଦନ୍ତୀ ଶୁଣିବାକୁ ମିଳିଥାଏ I
==ଆଧାର==
 
{{ଆଧାର}}
 
==ବାହାର ତଥ୍ୟ==
{{Commons category|Friday}}
{{Wiktionary-inline}}
 
{{ସପ୍ତାହ}}
"https://or.wikipedia.org/wiki/ଶୁକ୍ରବାର"ରୁ ଅଣାଯାଇଅଛି