ବିଳାସିନୀ ମହାନ୍ତି

ଓଡ଼ିଆ ସାହିତ୍ୟିକ ଓ ଅନୁବାଦକ

ବିଳାସିନୀ ମହାନ୍ତି (ଜନ୍ମ ୧୦ ମଇ ୧୯୬୮), ଜଣେ ଓଡ଼ିଆ ଅନୁବାଦକ । ସେ ବହୁ ଭାରତୀୟ ଓ ବିଦେଶୀ ଲେଖକମାନଙ୍କ ଲେଖାକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଅନୁବାଦ ପୁସ୍ତକ ଅନାବୃତ ଅନ୍ଧକାର ପାଇଁ ତାଙ୍କୁ ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।[୧] ଏହି ଗଳ୍ପ ସଂକଳନଟି ସାଆଦତ ହସନ ମଣ୍ଟୋଙ୍କର ୫୦ଟି ଅନୁବାଦିତ ଉର୍ଦ୍ଦୁ ଗଳ୍ପକୁ ନେଇ ସମୃଦ୍ଧ ।[୨] ୧୦ ମଇ ୧୯୬୮ ମସିହାରେ ଯାଜପୁରଠାରେ[୩] ଜନ୍ମଗ୍ରହଣ କରିଥିବା ବିଳାସିନୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍.ଫିଲ୍ ମଧ୍ୟ କରିଛନ୍ତି ।[୪]

ବିଳାସିନୀ ମହାନ୍ତି
Born (1968-05-10) ୧୦ ମଇ ୧୯୬୮ (ବୟସ ୫୫)
Nationalityଭାରତୀୟ
Citizenshipଭାରତୀୟ
Educationସ୍ନାତକୋତ୍ତର(ଓଡ଼ିଆ ସାହିତ୍ୟ),ଏମ୍.ଫିଲ୍
Alma materଉତ୍କଳ ବିଶ୍ୱବିଦ୍ୟାଳୟ,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
Occupationଅନୁବାଦକ
Notable workଅନାବୃତ ଅନ୍ଧକାର
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩

ସାହିତ୍ୟ କୃତି ସମ୍ପାଦନା

  • ନିସର୍ଗ-ରାଗ, ୨୦୧୬ (ମୂଳ ଲେଖକ: ଆନ୍ଦ୍ରେ ଜିଦ୍, ଫରାସୀ ଔପନ୍ୟାସିକ)
  • ପତନ (ଆଲବର୍ଟ କାମ୍ୟୁ)
  • ଡାମିଏନ (ହରମନ୍ ହେସ୍)
  • ସବୁ ଦେଶ ପରଦେଶ (ଗୁରୁଦୟାଲ ସିଂ)
  • ଜୀବନ ତୃଷ୍ଣା (ଭିନସେଣ୍ଟ ୱାନ ଗୋ)
  • ବିଦାୟ ବନ୍ଧୁ (ଅରନେଷ୍ଟ ହେମିଙ୍ଗୱ)
  • କମଳେଶ୍ୱରଙ୍କ ଶ୍ରେଷ୍ଠ କାହାଣୀ
  • ଶ୍ରେଷ୍ଠ ଫରାସୀ ଗଳ୍ପ
  • କେହି ଅଛି ନିଶ୍ଚୟ (ଆଇଜାକ ବାସେଭିସ ସିଙ୍ଗର)
  • ସ୍ୱାଧୀନତା ପରବର୍ତ୍ତୀ ହିନ୍ଦୀ କ୍ଷୁଦ୍ର ଗଳ୍ପ
  • ଶ୍ରେଷ୍ଠ ଋଷିୟ ଗଳ୍ପ[୫]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ଅନାବୃତ ଅନ୍ଧକାର)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨ (କମଳେଶ୍ୱରଙ୍କ ଶ୍ରେଷ୍ଠ କାହାଣୀ)[୬]

ଆଧାର ସମ୍ପାଦନା

  1. http://timesofindia.indiatimes.com/city/bhubaneswar/Bilasini-Mohanty-to-get-Sahitya-Akademi-award/articleshow/31821625.cms
  2. http://www.dailypioneer.com/state-editions/bhubaneswar/central-sahitya-award-for-bilasini.html
  3. "Central Sahitya Akademi award for Bilasini Mohanty". OdishaSunTimes.com. Retrieved 13 March 2016.
  4. ସମ୍ବାଦ ୧୧/୦୩/୨୦୧୪ ପୃଷ୍ଠା ୧ ଓ ୯
  5. "ଆର୍କାଇଭ୍ କପି". Archived from the original on 2014-07-02. Retrieved 2014-03-11. {{cite web}}: Cite has empty unknown parameter: |1= (help)
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.