ବିପିନ ନାୟକ

ଓଡ଼ିଆ କବି

ବିପିନ ନାୟକ(ଜନ୍ମ : ୧୯୫୦) ଜଣେ ଓଡ଼ିଆ କବି ।[୧] ସେ ପାରମ୍ପରିକ ଛନ୍ଦଯୁକ୍ତ ଓ ଆଧୁନିକ ଛନ୍ଦହୀନ ଶୈଳିରେ କବିତା ଲେଖନ୍ତି । ସେ ନିଜ ପୁସ୍ତକ "ସ୍ୱରଚିତ୍ର" ପାଇଁ ସେ ୨୦୧୪ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ବିପିନ ନାୟକ
Born (1950-07-25) ୨୫ ଜୁଲାଇ ୧୯୫୦ (ବୟସ ୭୩)
ଭୀମପୁର, ଟିକିଟି, ଗଞ୍ଜାମ
Nationalityଭାରତୀୟ

ବିପିନ, ୧୯୫୦ ମସିହା ଜୁଲାଇ ୨୫ତାରିଖରେ ଗଞ୍ଜାମ ଜିଲ୍ଲାର ଟିକିଟି ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ରହିଆସିଥିବା ସାଂସ୍କୃତିକ ପରମ୍ପରାର ପ୍ରଭାବ ବିପିନଙ୍କ ଉପରେ ପିଲାବେଳୁ ପଡିଥିଲେ । ସ୍କୁଲରେ ପଢ଼ିବାବେଳରୁ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବହୁ ଆଦ୍ୟ କବିତା ଅନ୍ୟ କେହି ପଢ଼ିବା ଆଗରୁ ଫିଙ୍ଗିଦେଇଥିଲେ । ପ୍ରଥମ ପୁସ୍ତକ "ପାଦଶବ୍ଦ" ୧୯୯୩ ମସିହାରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକଟିରେ ପୂର୍ବ ଦଶବର୍ଷରେ ଲେଖା କବିତାମାନ ପ୍ରକାଶ ପାଇଥିଲା । ତାପରେ ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ଜଣେ ଅର୍ଥନୀତି ଅଧ୍ୟାପକ ଭାବରେ ସେ ଖଲିକୋଟ ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରି ସେବାନିବୃତ୍ତ ହୋଇସାରିଛନ୍ତି ।[୨] ୨୦୧୭ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦକୁ ଗଞ୍ଜାମ ଜିଲ୍ଲା ପାଇଁ ମନୋନୀତ ହୋଇଥିଲେ ।[୩]

ରଚନାବଳୀ ସମ୍ପାଦନା

  • ପାଦଶବ୍ଦ - ୧୯୯୩
  • ନଈର ନକସା - ୧୯୯୬
  • ପବନର ଝୋଟି - ୧୯୯୮
  • ବନ୍ଦ ଘରର ବାସ୍ନା - ୨୦୦୨
  • ଆଲୁଅର ଆତ୍ମଲିପି - ୨୦୦୭
  • ସ୍ୱରଚିତ୍ର[୪]
  • ଅପୁସ୍ତକ
  • ଷଡ଼ଜ (ଛଟି କବିତା ବହିର ସମାହାର)
  • ଶବ୍ଦ ସଙ୍ଗୀତ(ଅଡ଼ିଓ ସିଡ଼ି)[୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪[୬]
  • ଝଙ୍କାର ପୁରସ୍କାର (କବିତା), ୨୦୧୧[୭]
  • ସାରଳା ସାହିତ୍ୟ ସଂସଦ ପୁରସ୍କାର
  • ଚନ୍ଦ୍ରଭାଗା ସମ୍ମାନ
  • ବିରଜା ସମ୍ମାନ
  • ଗଙ୍ଗାଧର ମେହେର କବିତା ସମ୍ମାନ - ୨୦୨୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୮]


ଆଧାର ସମ୍ପାଦନା

  1. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  2. http://www.orissapost.com/poet-of-the-week-surreal-poetry-with-lyrical-outlook/
  3. http://odishan.com/19643
  4. "ଆର୍କାଇଭ୍ କପି". ସମ୍ବାଦ ୦୫/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. Archived from the original on 10 November 2017. Retrieved 6 November 2017. {{cite news}}: Cite has empty unknown parameter: |1= (help)
  5. http://www.thehindu.com/todays-paper/tp-national/tp-otherstates/Of-the-music-of-the-words/article15147543.ece
  6. http://www.newindianexpress.com/states/odisha/2017/oct/29/state-sahitya-akademi-awards-for-24-litterateurs-1685990.html
  7. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  8. "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.