ବିଜୟିନୀ

ଓଡ଼ିଆ କଥାଚିତ୍ର

ବିଜୟିନୀ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ ଓ ସଙ୍ଗୀତା କାଣ୍ଡୋଇ ।[୧] ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ବିଜୟ ମଲ୍ଲ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ବିଜୟିନୀ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକବିଜୟ କାଣ୍ଡୋଇ
ସଙ୍ଗୀତା କାଣ୍ଡୋଇ
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟବର୍ଷା ପ୍ରିୟଦର୍ଶିନୀ
କାହାଣୀବର୍ଷା ପ୍ରିୟଦର୍ଶିନୀ
କଳାକାରବର୍ଷା ପ୍ରିୟଦର୍ଶିନୀ
ଦେବାଶିଷ ପାତ୍ର
ବିକ୍ରମ ମହାନ୍ତି
ପପି ସନ୍ତୁକା
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୩ ନଭେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଦେବାଶିଷ ପାତ୍ର, ବିକ୍ରମ ମହାନ୍ତି, ପପି ସନ୍ତୁକା, ପ୍ରଜ୍ଞା ଖଟୁଆ, ଶଙ୍କର, ତୃପ୍ତି ସିହ୍ନା, ସରୋଜ ଦାସ, ଧୀର ମଲ୍ଲିକ, ଶୋଭା ରାଉତ, ପୁଷ୍ପା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧] ବିଜୟ ମଲ୍ଲ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ । ଅନନ୍ୟା ଶ୍ରୀତମ ନନ୍ଦ, ଶଶାଙ୍କ ଶେଖର, ସବିଶେଷ ମିଶ୍ର, ଦୀପ୍ତିରେଖା ପାଢ଼ୀ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."କାହ୍ନା ତୋ ବଇଁଶୀ"ନିର୍ମଳ ନାୟକଅନନ୍ୟା ଶ୍ରୀତମ ନନ୍ଦ 
2."ବଜର ହଉଲୋ ତୋର ଶଙ୍ଖା ସିନ୍ଦୂର"ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଅନନ୍ୟା ଶ୍ରୀତମ ନନ୍ଦ 
3."ରାଜଜେମ"ଅରୁଣ ମନ୍ତ୍ରୀଶଶାଙ୍କ ଶେଖର, ସବିଶେଷ ମିଶ୍ର, ଦୀପ୍ତିରେଖା ପାଢ଼ୀ 

ଆଧାର ସମ୍ପାଦନା

  1. ୧.୦ ୧.୧ "ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ବିଜୟିନୀ ବିଜୟୀ ଭବଃ". ETV Bharat News. ଭୁବନେଶ୍ବର. 14 November 2021. Archived from the original on 15 November 2021. Retrieved 15 November 2021.
  2. "Varsha begins shooting for upcoming film 'Bijayinee Bijayi Bhava' - Dinalipi". Dinalipi (in English). Bhubaneswar. 26 August 2021. Archived from the original on 15 November 2021. Retrieved 15 November 2021.{{cite news}}: CS1 maint: unrecognized language (link)
  3. "ମୁକ୍ତିଲାଭ କଲା 'ବିଜୟିନୀ-ବିଜୟୀ ଭବଃ' ପ୍ରିମିୟର". ନିତିଦିନ. କଟକ. 13 November 2021. Archived from the original on 15 November 2021. Retrieved 15 November 2021.

ବାହାର ଆଧାର ସମ୍ପାଦନା