ଭି. କେ. ଶଶିକଳା
ବିବେକାନନ୍ଦନ କୃଷ୍ଣବେଣୀ ଶଶିକଳା (ଜନ୍ମ: ୧୮ ଅଗଷ୍ଟ ୧୯୫୪; ବିବାହ ପରର ନାମ ଶଶିକଳା ନଟରାଜନ ନାମରେ ମଧ୍ୟ ଜଣାଶୁଣା) ଜଣେ ଭାରତୀୟ ବ୍ୟବସାୟୀ ତଥା ରାଜନେତା । ସେ ତାମିଲନାଡୁର ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଳଗାମର (ଏଆଇଏଡିଏମକେ) ଜାତୀୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଓ ୧୯୮୯ରୁ ୨୦୧୬ ପର୍ଯ୍ୟନ୍ତ ଏଆଇଏଡିଏମକେର ମୁଖ୍ୟା ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ସ୍ୱର୍ଗତ ଲେଖକ ତଥା ରାଜନେତା ଏମ। ନାଟାରାଜନଙ୍କ ପତ୍ନୀ | ଜୟଲଳିତାଙ୍କ ମୃତ୍ୟୁ ପରେ ଦଳର ସାଧାରଣ ପରିଷଦ ତାଙ୍କୁ ଏଆଇଏଡିଏମକେର ସେକ୍ରେଟାରୀ ଜେନେରାଲ ଭାବରେ ମନୋନୀତ କରିଥିଲା । କିନ୍ତୁ ୨୦୧୭ ସେପ୍ଟେମ୍ବରରେ ତାଙ୍କୁ ଦଳର ଏହି ପଦରୁ ବହିଷ୍କାର କରାଯାଇଥିଲା ।[୧][୨] ସେଟିଟି ଭି ଦିନକରନଙ୍କ ଖୁଡୀ ଓ ଦିନକରନଙ୍କ ସହ ମିଶି ବହିଷ୍କୃତ ହେବା ପରେ ୨୦୧୮ ମସିହାରେ ଆମ୍ମା ମକ୍କାଲ ମୁନ୍ନେତ୍ରା କାଳାଗମ (ଏଏମଏମକେ) ଗଠନ କରିଥିଲେ । ଶଶିକଳା ଏହି ଦଳର ସଭାପତି ଏବଂ ଦିନକରନ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ ।
ଭି. କେ. ଶଶିକଳା | |
---|---|
ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କଳଗମର ସାଧାରଣ ସଭାପତି | |
କାର୍ଯ୍ୟକାଳ 29 ଡିସେମ୍ବର 2016 – 12 ସେପ୍ଟେମ୍ବର 2017 | |
ପୂର୍ବ ଅଧିକାରୀ | ଜୟଲଳିତା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବିବେକାନନ୍ଦନ କୃଷ୍ଣବେଣୀ ଶଶିକଳା ୧୮ ଅଗଷ୍ଟ ୧୯୫୪ ତିରୁତୁରାଇପୁଣ୍ଡି, ତିରୁଭାରୁର, ମାଡ୍ରାସ ରାଜ୍ୟ (ଆଧୁନିକ ତାମିଲନାଡୁ), ଭାରତ |
ଜାତୀୟତା | ଭାରତୀୟ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କଳଗମ (୧୯୮୦ଶ-୨୦୧୭) |
ଜୀବନ ସାଥୀ |
ଏମ. ନଟରାଜନ
(m. ୧୯୭୩; death ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ବାପା/ବୋଉ |
|
ସମ୍ପର୍କୀୟ | ଟି.ଟି.ଭି. ଦୀନକରନ (ପୁତୁରା) |
ବ୍ୟକ୍ତିଗତ ଜୀବନ
ଶଶିକଳାଙ୍କ ଚେନ୍ନାଇର ଏକ ତାମିଲ ପରିବାରରେ ୧୯୫୪ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମନେଇଥିଲେ । ତାଙ୍କ ପରିବାର ପରେ ମନ୍ନାରଗୁଡ଼ିକୁ ଚାଲିଯାଇଥିଲେ ।[୩][୪] ସେ ଏମ ନଟରାଜନଙ୍କୁ ବିବାହ କରିଥିଲେ । ଶଶିକଳା ତିନି ଦଶନ୍ଧି ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବିଚ୍ଛେଦ୍ୟ ବନ୍ଧୁ ଥିଲେ । ପ୍ରାରମ୍ଭରେ ସେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କାର୍ଯ୍ୟ କରୁଥିଲେ ଏବଂ ସେହିଠାରୁ ସେ ଜୟଲଳିତାଙ୍କର ଏକ ବିଶେଷ ବନ୍ଧୁ ହୋଇଥିଲେ । ଶଶିକଳା ଜୟଲଳିତାଙ୍କ ସଂଷ୍ପର୍ଶରେ ଆସିବା ପୂର୍ବରୁ ଏକ ଫଟୋଗ୍ରାଫି ଷ୍ଟୁଡିଓ ଚଳାଉ ଥିଲେ ଏବଂ ବିବାହ ଓ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କରୁଥିଲେ । ଶଶିକଳାଙ୍କ ସ୍ୱାମୀ ମରୁଥପ୍ପା ନଟରାଜନଙ୍କ ୧୯ ମାର୍ଚ୍ଚ ୨୦୧୮ରେ ଦେହାନ୍ତ ହୋଇଥିଲା ।[୫]
ରାଜନୈତିକ ଜୀବନ
ଶଶିକଳାଙ୍କୁ ଜୟଲଳିତାଙ୍କ ସହ ୭ ଡିସେମ୍ବର ୧୯୯୬ରେ ଗିରଫ କରାଯାଇଥିଲା ଏବଂ କଲର ଟିଭି ସ୍କାମ ମାମଲାରେ ତାଙ୍କୁ ୩୦ ଦିନ ପାଇଁ ତାଙ୍କୁ ନ୍ୟାୟିକ ଜେଲକୁ ପଠାଇ ଦିଆଯାଇଥିଲା ।[୬] ମୁଖ୍ୟମନ୍ତ୍ରୀ ଭାବରେ ଜୟଲଳିତାଙ୍କ ତିନୋଟି କାର୍ଯ୍ୟକାଳ ମଧ୍ୟରେ ଶଶିକଳା ଜୟଲଳିତାଙ୍କଦ୍ୱାରା ଜମା ହୋଇଥିବା ବିପୁଳ ପରିମାଣର ସମ୍ପତ୍ତି ଲୁଟିନେଇ ଥିବା ଅଭିଯୋଗ ହୋଇଥିଲା । ୨୦୧୭ ଫେବୃଆରୀ ୧୪ରେ ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ବାଙ୍ଗାଲୋର ପାରପାନା ଜେଲରେ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ଆତ୍ମସମର୍ପଣ କରିବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା । ଏହାପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ହେବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜାନୁଆରୀ ୨୦୨୧ ମସିହାରେ ତାଙ୍କୁ ମୁକ୍ତ କରାଯାଇଥିଲା ଏବଂ ମାର୍ଚ୍ଚ ମାସରେ ସେ ରାଜନୀତି ଛାଡିବା ବାବଦରେ ଘୋଷଣା କରିଥିଲେ ।
ଅନୁପଯୁକ୍ତ ସମ୍ପତ୍ତି ମାମଲା
ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ଚାରି ବର୍ଷ ଦଣ୍ଡିତ କରିବା ପରେ ଶଶିକଳା ୧୫ ଫେବୃଆରୀ ୨୦୧୭ ମସିହାରେ ବାଙ୍ଗାଲୋର ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଯେଉଁଠାରେ ତାଙ୍କୁ ୧୦୭୧୧ କଏଦୀ ନମ୍ବର ଦିଆଯାଇଥିଲା ।[୭] ଏଥି ସହିତ ତାଙ୍କ ଉପରେ ଦଶ କୋଟି ଟଙ୍କା ଜୋରିମାନା ମଧ୍ୟ ଦିଆଯାଇଛି ।
ମିଡିଆ
୨୦୧୭ ମସିହାରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଶଶିକଳାଙ୍କର ପ୍ରାରମ୍ଭିକ ଜୀବନ ଏବଂ ତାମିଲନାଡୁ ରାଜନୀତିରେ ପ୍ରବେଶ କରିବା ପାଇଁ ସେ କରିଥିବା ପ୍ରୟାସ ବାବଦରେ ଏକ ଚଳଚ୍ଚିତ୍ର ପାଇଁ ଯୋଜନା କରୁଛନ୍ତି ବୋଲି ଘୋଷଣା କରିଥିଲେ।[୮]
ଆଧାର
- ↑ "AIADMK unanimously elects Sasikala as the party general secretary". New Indian Express. 29 December 2016. Archived from the original on 6 February 2023. Retrieved 19 December 2017.
- ↑ "Sasikala has accepted AIADMK general secretary post, Paneerselvam says". Julie Mariappan. The Times of India. 29 December 2016. Retrieved 19 December 2017.
- ↑ "How Sasikala and 'Mannargudi mafia' strengthened clout in Tamil Nadu power play".
- ↑ "The rise of Chinnamma". India Today (in ଇଂରାଜୀ). Retrieved 2020-12-04.
- ↑ http://www.navabharat.com/शशिकला-के-पति-मरुथप्पा-का.html[dead link]
- ↑ Menon, Amarnath K.; G.C., Shekar (31 December 1998). "Booty queen". India Today. Retrieved 2015-11-03.
- ↑ "संग्रहीत प्रति". Archived from the original on 16 February 2017. Retrieved 15 February 2017.
- ↑ "With VK Sasikala in jail, Ram Gopal Varma unveils the poster of his next film, Sashikala". FirstPost.