Icono aviso borrar.png

ବାହାଡାଝୋଲା ଅଭିଭକ୍ତ ପୁରୀ ଜିଲ୍ଲା ତଥା ଆଧୁନିକ ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ଅଟେ l ଭୌଗୋଳିକ ଦୃଷ୍ଟି କୋଣରୁ ଏହା ଗୁରୁତ୍ୱ ବହନ କରେ l ବାହାଡାଝୋଲାଠାରେ ଓଡ଼ିଶାର ବୃହତ୍ତମ ତଥା ଭାରତ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଗୋରୁହାଟ ରହିଅଛି l ରାଜ୍ୟସରକାରଙ୍କ ସହଯୋଗରେ 1975 ମସିହାରେ ଏଠାରେ ଏକ ନିୟନ୍ତ୍ରିତ ବଜାର କମିଟି ଗଠନ ହେଲା l ନୟାଗଡ ଗଡଜାତ ରାଜ୍ୟ ବାହାଡାଝୋଲା ନିକଟବର୍ତ୍ତୀ ରଳବଗଡ଼ରୁ ଜନ୍ମ ନେଇଥିବା କିମ୍ବଦନ୍ତୀ କୁହେ l ନୟାଗଡ଼ର ବାରଶମ୍ଭୁଙ୍କ ମଧ୍ୟରୁ ଏଠାରେ ଶ୍ରୀ ଫୁଲେଶ୍ୱର ଶମ୍ଭୁ ଅବସ୍ଥାନ କରିବା ସହ ମାଳିକା ବର୍ଣ୍ଣିତ ପୀଠ ମା' ମହାଲକ୍ଷ୍ମୀ ମନ୍ଦିର ରହିଅଛି l ବାହାଡାଝୋଲା ଗ୍ରାମପଞ୍ଚାୟତ 1952-53 ମସିହାରେ ଗଠିତ ହୋଇଥିଲା l ବର୍ତ୍ତମାନର ବେରୁଆଁବାରୀ, କାପ୍ତାପଲ୍ଲୀ, ସିଙ୍ଗରପଲ୍ଲୀ, ହରିପୁର, ଗୁମି ଆଦି ପଞ୍ଚାୟତ ଗୁଡିକ ସେତେବେଳେ ବାହାଡାଝୋଲା ଅଧୀନରେ ଥିଲା l ବାହାଡାଝୋଲାର ବର୍ତ୍ତମାନ ଜନସଂଖ୍ୟା 9600ରୁ ଅଧିକ l ବାହାଡାଝୋଲାରେ 2ଗୋଟି ପ୍ରାଥମିକ,3ଗୋଟି ମଧ୍ୟ ଇଂରାଜୀ ,2ଗୋଟି ଉଚ୍ଚ ବିଦ୍ୟାଳୟ ସହ ଦଧିବାମନ ଜୀଉ ମହାବିଦ୍ୟାଳୟ ଅଛି l ବାହାଡାଝୋଲାର ଅତି ନିକଟରେ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଦୂତିକେଶ୍ୱରଙ୍କ ମନ୍ଦିର ଅବସ୍ଥିତ l ବାହାଡାଝୋଲାର ସୁଯୋଗ୍ୟ ସନ୍ତାନ ଶ୍ରୀ ଭାଗବତ ବେହେରା ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ କ୍ରମାଗତଭାବେ 5 ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ l