ବାଲ୍ମିକ ଥାପର
ବାଲ୍ମିକ ଥାପର (ଜନ୍ମ ୧୯୫୨) ଜଣେ ଭାରତୀୟ ପ୍ରକୃତିପ୍ରେମୀ, ପରିବେଶବିତ୍, ସଂରକ୍ଷଣବାଦୀ ଓ ଲେଖକ ।[୧][୨] ସେ ବିଭିନ୍ନ ବିଷୟରେ ପ୍ରାୟ ୧୪ ଖଣ୍ଡ ପୁସ୍ତକ ଲେଖିଛନ୍ତି ଓ ଅନେକ ଟେଲିଭିଜନ୍ ଧାରାବାହିକର ପ୍ରଯୋଜନା କରିଛନ୍ତି ।[୩] ବର୍ତ୍ତମାନ ସମୟରେ ସେ ଭାରତର ଜଣେ ଅଗ୍ରଗଣ୍ୟ ବନ୍ୟଜନ୍ତୁ ସଂରକ୍ଷଣ ବାର୍ତ୍ତାର ପ୍ରଚାରକ ଓ ସଂରକ୍ଷଣବିତ୍ । ବି.ବି.ସି., ଏନିମଲ୍ ପ୍ଲାନେଟ୍, ଡିସ୍କଭରି ଓ ନ୍ୟାସନାଲ୍ ଜିଓଗ୍ରାଫିକ୍ ଇତ୍ୟାଦି ମିଡିଆ ପାଇଁ ଅନେକ ଚଳଚ୍ଚିତ୍ରର ପ୍ରଯୋଜନା ଓ ଉପସ୍ଥାପନା କରିଛନ୍ତି ।
ବାଲ୍ମିକ ଥାପର | |
---|---|
ଜନ୍ମ | ୧୯୫୨ ନୂଆ ଦିଲ୍ଲୀ |
ବୃତ୍ତି(ସମୂହ) | ପରିବେଶବିତ୍, ବନ୍ୟଜନ୍ତୁ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାତା, ସଂରକ୍ଷଣବାଦୀ |
ପ୍ରସିଦ୍ଧି | ବାଘର ଭୂମି (ଈଂରାଜୀରେ Land of the Tiger) (୧୯୯୭) |
ବୈବାହିକ-ସାଥୀ | ସଞ୍ଜନା କପୁର |
ସନ୍ତାନ | ହମିର୍ ଥାପର (୨୦୦୨ରେ ଜନ୍ମ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାବାଲ୍ମିକ ଥାପର ବମ୍ବେରେ ଜନ୍ମ ଗ୍ରହଣ କରିଥିଲେ । ବାଲ୍ମିକଙ୍କ ପିତା ରୋମେଶ୍ ଥାପର ଜଣେ ଜଣାଶୁଣା ସାମ୍ବାଦିକ ଓ ରାଜନୈତିଜ୍ଞ । ୧୯୫୯ ମସିହାରେ ଆରମ୍ଭ ହୋଇଥିବା ପଲିଟିକାଲ୍ ଜର୍ଣ୍ଣାଲ୍ ସେମିନାର ପଛରେ ରୋମେଶଙ୍କ ଅବଦାନ ରହିଛି । ବାଲ୍ମିକ ପ୍ରସିଦ୍ଧ ଐତିହାସିକା ରୋମିଲା ଥାପରଙ୍କର ପୁତୁରା । ନାଟକ-କଳା ଜଗତରେ ସୁପରିଚିତା ଓ ହିନ୍ଦୀ ଅଭିନେତା ଶଶି କପୁରଙ୍କ ଝିଅ ସଞ୍ଜନା କପୁର ବାଲ୍ମିକଙ୍କ ସ୍ତ୍ରୀ । ଦୁହେଁ ଏକ ପୁତ୍ର ସନ୍ତାନ ହମିରର ମାତାପିତା ଓ ସେମାନେ ଦିଲ୍ଲୀରେ ରହନ୍ତି । [୪]
କର୍ମ ଜୀବନ
ସମ୍ପାଦନାଭାରତର ମହାବଳ ବାଘଙ୍କ ସଂଖ୍ୟା ନିର୍ଦ୍ଧାରଣ ଓ ବାଘଙ୍କ ସୁରକ୍ଷିତ ଭବିଷ୍ୟ ପାଇଁ ବାଲ୍ମିକ ନିଜ କର୍ମ ଜୀବନ ଉତ୍ସର୍ଗ କରଛନ୍ତି । ସେ ଫତେ ସିଂ ରାଠୋରଙ୍କଦ୍ୱାରା ଅନୁପ୍ରାଣୀତ ହୋଇଥିଲେ ।[୫] ରନ୍ଥାମ୍ବୋର୍ ପ୍ରତିଷ୍ଠାନ ଆରମ୍ଭ କରିବାରେ ତାଙ୍କ ମୁଖ୍ୟ ଭୂମିକା ଓ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ୨୦୦୫ ମସିହାରେ ଭାରତ ସରକାର ତାଙ୍କୁ “ଟାଇଗର୍ ଟାସ୍କ୍ ଫୋର୍ସ୍”ରେ ଜଣେ ସଭ୍ୟଭାବେ ନିଯୁକ୍ତ କରିଥିଲେ । ଟାସ୍କ୍ ଫୋର୍ସର ଅଧିକାଂଶ ସଭ୍ୟ ବାଘ ଓ ମନୁଷ୍ୟମାନଙ୍କ ଏକାଠି ରହିବା ଦିଗରେ ଅଧିକ ଗୁରୁତ୍ତ୍ୱ ଦେଉଥିବାରୁ ସେ ଏହି ଟାସ୍କ୍ ଫୋର୍ସର ସମାଲୋଚନା କରିଥିଲେ । ତାଙ୍କ ମତରେ ସଂଗଠନର ଉଦ୍ଦେଶ୍ୟ ସହ ଏହା ଖାପ ଖାଉନଥିଲା । ତାଙ୍କ ଲିଖିତ ପୁସ୍ତକମାନଙ୍କରେ ସେ ୧୯୭୩ ମସିହାରେ ଭାରତ ସରକାରଙ୍କଦ୍ୱାରା ପ୍ରଣୀତ ନିୟମାବଳୀର ସାମର୍ଥ୍ୟକୁ ପ୍ରଶ୍ନ କରି “ପ୍ରୋଜେକ୍ଟ୍ ଟାଇଗର୍”ର ତଥାକଥିତ ବିଫଳତାର କାରଣ ଦର୍ଶାଇଥିଲେ ।[୬] ଜଙ୍ଗଲ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳ ସମ୍ବନ୍ଧରେ ସେମାନଙ୍କ ଅଜ୍ଞତାର ଘୋର ସମାଲୋଚନା କରିଥିଲେ । ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ ପ୍ରେସ୍ଦ୍ୱାରା ପ୍ରକଶିତ ତାଙ୍କ ପୁସ୍ତକ “ଶେଷ ବାଘ” (ଈଂରାଜୀରେ The Last Tiger)ରେ ସେ ଏହାର ଅତି ବଳିଷ୍ଠ ଉପସ୍ଥାପନା କରିଛନ୍ତି । ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ବାଘମାନଙ୍କ ଅବୈଧ ଶିକାର ବନ୍ଦ କରିବାରେ ବିଫଳତା, ବୈମାତୃକ ମନୋଭାବ ଓ ଭାରତୀୟ ଅଭୟାରଣ୍ୟମାନଙ୍କରେ ବ୍ୟବସାୟିକ ପରୀକ୍ଷଣର ଅନୁମତି ନଦେବାକୁ ମଧ୍ୟ ସେ କଠୋର ସମାଲୋଚନା କରିଛନ୍ତି । ତାଙ୍କ ନିର୍ମିତ ଅନେକ ଚଳଚ୍ଚିତ୍ରର ରାଣୀ ରନ୍ଥାମ୍ବୋରର ବାଘୁଣୀ “ମଛଲି” ସହିତ ତାଙ୍କର ସ୍ନେହ ସମ୍ପର୍କ ସମସ୍ତଙ୍କୁ ଜଣା । [୭]
ରନ୍ଥାମ୍ବୋର୍ ବାଘ ଟି-୨୪ ଚିଡିଆଖାନାକୁ ସ୍ଥାନାନ୍ତରିତ ହେବା ସମ୍ପର୍କରେ ବାଲ୍ମିକଙ୍କ ମତ
ସମ୍ପାଦନାହିନ୍ଦୁସ୍ଥାନ ଟାଇମ୍ସ୍ ଅନୁସାରେ:
ରନ୍ଥାମ୍ବୋରର ବାଘ ଟି-୨୪ (ଉସ୍ତାଦ୍ ନାମରେ ମଧ୍ୟ ପରିଚିତ)ର ଭବିଷ୍ୟ ସମ୍ପର୍କିତ ଆଲୋଚନାରେ ଯୋଗ ଦେଇ ବରିଷ୍ଠ ବନ୍ୟଜନ୍ତୁ ସଂରକ୍ଷଣବିତ୍ ବାଲ୍ମିକ ଥାପର ଉସ୍ତାଦକୁ କୌଣସି ଚିଡିଆଖାନାକୁ ସ୍ଥାନାନ୍ତରିତ କରିବା ହିଁ ସର୍ବଶ୍ରେଷ୍ଠ ପଦକ୍ଷେପ ହେବ ବୋଲି କହିଛନ୍ତି, “ମୋର ୪୦ ବର୍ଷର ଅନୁଭବରେ ମୁଁ ଦେଖିଥିବା ସମସ୍ତ ବାଘଙ୍କ ମଧ୍ୟରୁ ଟି-୨୪ ସବୁଠାରୁ ବିପଦ୍ଜନକ । ସେ ଦୁଇଜଣ ଜଙ୍ଗଲରକ୍ଷୀ ଓ ଦୁଇଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁର କାରଣ ହେଲା । ବାଘଟି ସ୍ଥାନୀୟ ଲୋକମାନଙ୍କ ମୃତଶରୀରର କିଛି ଅଂଶ ଖାଇଯାଇଥିଲା । ବାଘକୁ ଘଉଡାଇ ଜଙ୍ଗଲରକ୍ଷୀମାନଙ୍କ ମୃତଶରୀର ତୁରନ୍ତ ଅକ୍ତିଆର କରିନେବାରୁ ସେ ସେମାନଙ୍କୁ ଖାଇପାରିଲା ନାହିଁ । “
“ପ୍ରଥମ ଦୁଇଟି ନରହତ୍ୟାପରେ ମୁଁ ପ୍ରସ୍ତାବ ଦେଇଥିଲି ଯେ ବାଘଟିକୁ ଏକ ଚିଡିଆଖାନାରେ ଆବଦ୍ଧକରି ରଖାଯାଉ । କିନ୍ତୁ ବାଘଟି ଉପରେ ସନ୍ଦେହ ଠିକ୍ ନା ଭୁଲ ପ୍ରତିପାଦିତ ହେବା ପର୍ଯ୍ୟନ୍ତ ତାକୁ ଜଙ୍ଗଲରେ ପୂର୍ବଭଳି ରଖାଗଲା । ଏହାପରେ ବାଘ ଯୋଗୁଁ ଦୁଇଜଣ ଜଙ୍ଗଲରକ୍ଷୀ ଅକାରଣରେ ବଳି ପଡିଲେ। ରନ୍ଥାମ୍ବୋର୍ ଦୁର୍ଗର ଗଣେଶ ମନ୍ଦିରକୁ ଯାଇଥିବା ତୀର୍ଥଯାତ୍ରୀଙ୍କ ରାସ୍ତା ଟି-୨୪ (ବର୍ତ୍ତମାନ ଏହି ବାଘର ବୟସ ୯ ବର୍ଷ)ର ଶିକାର କ୍ଷେତ୍ର ମଧ୍ୟରେ ପଡେ । ବାଘଟିର ଶେଷ ଶିକାର ସମ୍ପୂର୍ଣ୍ଣ ଦିବାଲୋକରେ ଏହି ରାସ୍ତାର ପ୍ରବେଶ ପଥରେ ହୋଇଥିଲା ।“
“ଏହି ନରହନ୍ତା ଓ ନରଭକ୍ଷୀ ବାଘକୁ ଉଦୟପୁର ପାର୍ଶ୍ୱବର୍ତ୍ତୀ ଏକ ଆବଦ୍ଧ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ବନବିଭାଗ ଓ ରାଜସ୍ଥାନ ସରକାର ସଫଳ ହୋଇଛନ୍ତି । ସେ ସେଠାରେ ଶାନ୍ତିରେ ଅଛି ଓ ବୋଧହୁଏ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେହିଠାରେ ରହିବ । ଏହି ପଦକ୍ଷେପଦ୍ୱାରା ରନ୍ଥାମ୍ବୋରର ନିର୍ଭୀକ ଜଙ୍ଗଲରକ୍ଷୀ ଓ ତୀର୍ଥଯାତ୍ରୀଙ୍କ ପାଇଁ ଏକ ନିରାପଦ ବାତାବରଣ ସୃଷ୍ଟି ହୋଇପାରିଛି ।
“ଏପରି ଦୁର୍ଭାଗ୍ୟଜନକ ଭାବେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ଆମର ସହାନୁଭୂତି ରହିବା ନିତାନ୍ତ ଜରୁରୀ । ଆମେ ଏହି ପରିବାରମାନଙ୍କ ପାଇଁ ଅର୍ଥ ସଞ୍ଚୟ କରି ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ । ଯଦି କୌଣସି ପରିବେଶବିତ୍ ଭାବନ୍ତି ଯେ ଟି-୨୪ ସ୍ଥାନାନ୍ତରିତ ହେବା ଭୁଲ, ତେବେ ଯେକୌଣସି ଆସନ୍ନ ନରହତ୍ୟାର ଦାୟିତ୍ୱ ସେମାନଙ୍କୁ ବହନ କରିବାକୁ ହେବ । ଟି-୨୪କୁ ଅନ୍ୟ ନରଖାଦକଙ୍କ ତୁଳନାରେ ଯଥେଷ୍ଟ ଅଧିକ ସୁଯୋଗ ଦିଆଯାଇଥିଲା ।“
http://www.hindustantimes.com/india-news/ustad-is-dangerous-should-be-in-captivity-wildlife-expert/article1-1348609.aspx
ଡକ୍ୟୁମେଣ୍ଟାରୀ ଓ ଟେଲିଭିଜନ୍ ପ୍ରକଳ୍ପ
ସମ୍ପାଦନାTiger Crisis
Land of the Tiger
Tigers' Fortress
Danger in Tiger Paradise
Search for Tigers
Overpopulation
ପୁସ୍ତକ
ସମ୍ପାଦନାସ୍ୱଲିଖିତ ପୁସ୍ତକ
ସମ୍ପାଦନା୧. With Tigers in the Wild, Vikas Publishing, Delhi
୨. Tiger: Portrait of a Predator, Collins UK
୩. Tigers: The Secret Life, Hamish Hamilton, Penguin, UK
୪. The Tiger’s Destiny, Kyle Cathie, UK
୫. The Land of the Tiger: A Natural History of the Indian Subcontinent, BBC Publishing, UK
୬. The Secret Life of Tigers, Oxford University Press, Delhi
୭. Tiger, Wayland, UK
୮. Wild Tigers of Ranthambhore, Oxford University Press, India
୯. Bridge of God: 20 Days in the Masai Mara, Private
୧୦. The Cult of the Tiger, Oxford University Press, India
୧୧. Tiger: The Ultimate Guide, Two Brothers Press, USA
୧୨. The Last Tiger, Oxford University Press, India
୧୩. The Illustrated Tigers of India, Oxford University Press, India
୧୪. Ranthambhore: 10 Days in the Tiger Fortress, Oxford University Press, India
୧୫. Tigers and the Banyan Tree, Private
୧୬. An African Diary: 12 Days in Kenya’s Magical Wilderness, Oxford University Press, Indiai
୧୭. The Tiger: Soul of India, Oxford University Press, India
୧୮. Tigers, My Life: Ranthambhore and Beyond, Oxford University Press, India
୧୯. Tigers in the Emerald Forest: Ranthambhore after the Monsoon, Oxford University Press, India
୨୦. Tiger Fire, Aleph Publishing, India
୨୧. Wild Fire, Aleph Publishing, India
୨୨. My Life with Tiger: Ranthambhore and Beyond, Oxford University Press, India
ସହାୟକ ଲେଖକ
ସମ୍ପାଦନା୧. With Tigers in the Wild with Fateh Singh Rathore, Vikas Publishing, Delhi
୨. Tigers and Tigerwallahs with Jim Corbett, Billy Arjan Singh, Geoffrey C. Ward and Diane Raines Ward, Oxford University Press, Delhi
୩. Exotic Aliens with Romila Thapar and Yusuf Ansari, Aleph Publishing
ସମ୍ପାଦିତ ପୁସ୍ତକ
ସମ୍ପାଦନା୧. Saving Wild Tigers, 1900–2000: The Essential Writings, Permanent Black, India
୨. Battling for Survival, Oxford University Press, India
ଆଧାର
ସମ୍ପାଦନା- ↑ http://www.livemint.com/2010/11/25201205/A-message-in-bold-stripes.html
- ↑ http://www.indianexpress.com/oldStory/84093/
- ↑ Walia, Nona (15 September 2002). "Tiger, tiger burning bright". The Times of India.
- ↑ Sawhney, Anubha. "Hamir spells sonrise for Sanjana". The Times of India.
- ↑ Lalitha Sridhar (21 March 2012), "'If only Indira Gandhi was sitting there, asking, is that tiger safe?' Interview with Valmik Thapar", News & Features, InfoChange India, archived from the original on 5 January 2012
- ↑ "Showcasing the big cat". The Hindu. Chennai, India. 2 December 2008. Archived from the original on 9 November 2013. Retrieved 10 September 2017.
- ↑ http://www.indiantelevision.com/headlines/y2k4/nov/nov64.htm