ବାଣୀ କୋଲା
ବାଣୀ କୋଲା ଜଣେ ଭାରତୀୟ ମହିଳା ଉଦ୍ୟୋଗୀ ଏବଂ ପୁଞ୍ଜିପତି ଅଟନ୍ତି । ସେ ଏକ ଭାରତୀୟ ପ୍ରାରମ୍ଭିକ ଉଦ୍ୟୋଗ ପୁଞ୍ଜି ସଂସ୍ଥା କଲାରୀ କ୍ୟାପିଟାଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଅଟନ୍ତି । ସେ ୨୦୧୪ ମସିହାରେ ଫର୍ଚୁନ୍ ଇଣ୍ଡିଆ ଦ୍ୱାରା ଭାରତୀୟ ବ୍ୟବସାୟରେ ସବୁଠାରୁ ଶକ୍ତିଶାଳୀ ମହିଳା ଭାବରେ ତାଲିକାଭୁକ୍ତ ହୋଇଥିଲେ ।[୧]
ବାଣୀ କୋଲା | |
---|---|
ଜନ୍ମ | ୧୯୬୩/୧୯୬୪ (୬୦-୬୧ ବର୍ଷ) |
ଶିକ୍ଷା | ଉସ୍ମାନିଆ ବିଶ୍ୱବିଦ୍ୟାଳୟ (B.Eng.) ଆରିଜୋନା ଷ୍ଟେଟ୍ ୟୁନିଭରସିଟି |
ବୃତ୍ତି | ଉଦ୍ୟୋଗୀ ଏବଂ ପୁଞ୍ଜିପତି |
ୱେବସାଇଟ | ଅଫିସିଆଲ୍ ୱେବସାଇଟ୍ |
ପ୍ରାଥମିକ ଜୀବନ ଏବଂ ଶିକ୍ଷା
ସମ୍ପାଦନାବାଣୀ କୋଲା ୧୯୬୩/୧୯୬୪ ମସିହାରେ ହାଇଦ୍ରାବାଦ (ବର୍ତ୍ତମାନ ତେଲେଙ୍ଗାନା)ରେ ଜନ୍ମଗ୍ରହଣ କରିଥିଲେ । ସେ ହାଇଦ୍ରାବାଦର ଉସ୍ମାନିଆ ବିଶ୍ୱବିଦ୍ୟାଳୟରେ ବୈଦ୍ୟୁତିକ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ ।[୨] ସେ ଆମେରିକାର ଆରିଜୋନା ଷ୍ଟେଟ ୟୁନିଭରସିଟିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିବା ପାଇଁ ୧୯୮୦ ଦଶକ ଶେଷରେ ଭାରତ ଛାଡିବା ପୂର୍ବରୁ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୩][୪]
ବୃତ୍ତି
ସମ୍ପାଦନାସିଲିକନ୍ ଭ୍ୟାଲିରେ କୋଲାଙ୍କର ୨୨ ବର୍ଷର ବୃତ୍ତି ଥିଲା । ସେ ଜଣେ କ୍ରମିକ ଉଦ୍ୟୋଗୀ "ଇ-କ୍ରୟ କମ୍ପାନୀ ରାଇଟ୍ ୱର୍କ୍ସ"ର ପ୍ରତିଷ୍ଠାତା ତଥା ସିଇଓ ଥିଲେ । ସେ ଚାରି ବର୍ଷ ପରେ ୬୫୭ ନିୟୁତ ଡଲାରରେ କମ୍ପାନୀକୁ ଆଇସିଜିରେ ବିକ୍ରି କରିଥିଲେ ।[୫][୬] ସେ ସେତେବେଳେ ସାର୍ଟସ ସଫ୍ଟୱେୟାରର ପ୍ରତିଷ୍ଠାତା ତଥା ସିଇଓ ଥିଲେ ।
ସିଲିକନ୍ ଭ୍ୟାଲିରେ ଜଣେ ଉଦ୍ୟୋଗୀ ଭାବରେ ନିଜର ସଫଳ କ୍ୟାରିଅର୍ ପରେ କୋଲା ୨୦୦୬ ମସିହାରେ ଭାରତକୁ ଫେରି ଆସିଥିଲେ ଏବଂ ଭାରତରେ ଏକ ଭେଞ୍ଚର କ୍ୟାପିଟାଲ୍ ଫାର୍ମ ଆରମ୍ଭ କରିଥିଲେ । ସେ ୨୦୦୬ ମସିହାରେ ବିନୋଦ ଧାମଙ୍କ ସହ ଇଣ୍ଡୋ-ୟୁଏସ୍ ଭେଞ୍ଚର ପାର୍ଟନର୍ସ (IUVP)ର ସହ-ପ୍ରତିଷ୍ଠା ଥିଲେ । ନ୍ୟୁ ଏଣ୍ଟରପ୍ରାଇଜ୍ ଆସୋସିଏଟ୍ସ (NEA) ସହିତ ସେ ସହଭାଗିତା କରିଥିଲେ । ଏହା ଭାରତରେ ଭେଞ୍ଚର ପୁଞ୍ଜିରେ ତାଙ୍କର ପ୍ରାରମ୍ଭିକ ଉଦ୍ୟମ ଥିଲା । ୨୦୧୨ ମସିହାରେ ଏହାର ନାମ କଲାରୀ କ୍ୟାପିଟାଲରେ ପରିବର୍ତ୍ତନ କରାଯାଇଥିଲା ।[୫][୭] ଇ-ବାଣିଜ୍ୟ, ମୋବାଇଲ୍ ସେବା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ କୋଲା ପୁଞ୍ଜି ବିନିଯୋଗର ନେତୃତ୍ୱ ନେଇଛି । ତାଙ୍କର କେତେକ ଉଲ୍ଲେଖନୀୟ ଉଦ୍ୟୋଗ ପୁଞ୍ଜି ପ୍ରୟାସ ଅନ୍ତର୍ଭୁକ୍ତ: ଡ୍ରିମ୍ ୧୧, ଅର୍ବାନ ଲେଦର୍, ସ୍ନାପଡିଲ୍ ଏବଂ ମ୍ୟାନ୍ତ୍ରା ।
ପୁରସ୍କାର ଏବଂ ସ୍ୱୀକୃତି
ସମ୍ପାଦନା୨୦୧୪ ମସିହାରେ, କୋଲାଙ୍କୁ ଫୋର୍ବସ୍ ଦ୍ୱାରା ଭାରତୀୟ ବ୍ୟବସାୟର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ନାମିତ କରାଯାଇଥିଲା । ତାଙ୍କୁ ଦିଲ୍ଲୀରେ ୨୦ ଜୁଲାଇ ୨୦୧୮ ମସିହାରେ ଟିଆଇଇ ଦିଲ୍ଲୀ-ଏନସିଆର ୫ମ ସଂସ୍କରଣ ମହିଳା ଉଦ୍ୟୋଗୀ ସମ୍ମିଳନୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୮] ଦି ଇକୋନୋମିକ୍ ଟାଇମ୍ସ ଦ୍ୱାରା ୨୦୧୫ ମସିହାରେ ଶ୍ରେଷ୍ଠ ନିବେଶକ ପାଇଁ କୋଲାଙ୍କୁ ମିଡାସ୍ ଟଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।[୯] ବ୍ୟବସାୟ ତଥା ଉଦ୍ୟୋଗରେ ନେତୃତ୍ୱ ଉତ୍କର୍ଷତା ପାଇଁ ସେ NDTV ଓମ୍ୟାନ ଅଫ୍ ୱର୍ଥ ପୁରସ୍କାର ମଧ୍ୟ ପାଇଥିଲେ । ସେ ୨୦୧୬ ମସିହାରେ ଲିଙ୍କଡଇନ୍ ଟପ୍ ଭଏସ୍ ମଧ୍ୟରୁ ମାନ୍ୟତା ପାଇଛନ୍ତି ।[୧୦] ସେ ଅନେକ ପୁସ୍ତକରେ ସ୍ଥାନ ପାଇଛନ୍ତି ଏବଂ ୨୦୧୮[୧୧] ଓ ୨୦୧୯ ମସିହାରେ ଫର୍ଚୁନ୍ ଇଣ୍ଡିଆର 'ବ୍ୟବସାୟରେ ସବୁଠାରୁ ଶକ୍ତିଶାଳୀ ମହିଳା' ଭାବରେ ନାମିତ ହୋଇଛନ୍ତି ।[୧୨]
ବ୍ୟକ୍ତିଗତ ଜୀବନ
ସମ୍ପାଦନାକୋଲା ଶ୍ରୀନିବାସ କୋଲାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ଝିଅ ଅଛନ୍ତି ।
ଆଧାର
ସମ୍ପାଦନା- ↑ "Vani Kola Listed in Fortune most powerful women in Indian Business". बिजनेस टुडे. No. नवंबर 2014. Retrieved 23 मार्च 2015.
{{cite news}}
: Check date values in:|access-date=
(help) - ↑ "ET Startup Awards 2015: Vani Kola, Kalaari Capital wins Midas touch award for best investor". ଇକୋନୋମିକ୍ ଟାଇମ୍ସ. 14 अगस्त 2015. Archived from the original on 2015-09-19. Retrieved 26 ଅକ୍ଟୋବର 2015.
{{cite web}}
: Check date values in:|date=
(help) - ↑ Aravind, Indulekha (7 ମାର୍ଚ୍ଚ 2015). "Meet venture capital pioneer Vani Kola". ବ୍ୟବସାୟ ମାନକ.
- ↑ "Vani Kola: Executive Profile & Biography". Retrieved 26 ଅକ୍ଟୋବର 2015.
- ↑ ୫.୦ ୫.୧ "IndoUS Venture rebrands as Kalaari Capital; closes $150M fund". No. वीसी सर्कल. 28 सितंबर 2012. Archived from the original on 22 दिसंबर 2015. Retrieved 25 अप्रैल 2015.
{{cite news}}
: Check date values in:|accessdate=
,|date=
, and|archive-date=
(help) - ↑ Kola, Vani. "Women at Work: The Race Gets Easier". No. 20 ନଭେମ୍ବର 2014. Retrieved 17 ମାର୍ଚ୍ଚ 2015.
- ↑ Kola, Vani. "Women at Work: The Race Gets Easier". No. 20 नवंबर 2014. Retrieved 17 मार्च 2015.
{{cite news}}
: Check date values in:|accessdate=
(help) - ↑ "Global Newsletter – July 2018 – TiE – Global Entrepreneurship Organization". tie.org (in ଆମେରିକୀୟ ଇଂରାଜୀ). Retrieved 2018-09-11.
- ↑ "Midas Touch award for best investor Vani Kola Kalaari Capital". ଇକୋନୋମିକ୍ ଟାଇମ୍ସ (ଭିଡିଓ). No. 12 ଅକ୍ଟୋବର 2015. Retrieved 21 ନଭେମ୍ବର 2017.
- ↑ Singh, Anushree. "The Top 7 Influencers of LinkedIn in India this year you should start following today". बिजनेस इनसाइडर (in ଆମେରିକୀୟ ଇଂରାଜୀ). Retrieved 2016-12-13.
- ↑ "34: Vani Kola, 54: Most Powerful Women in India 2018". Fortune India (in ଆମେରିକୀୟ ଇଂରାଜୀ). Retrieved 2018-12-01.
- ↑ "47: Vani Kola, 55: Most Powerful Women in India 2019". फॉर्च्यून इंडिया (in ଆମେରିକୀୟ ଇଂରାଜୀ). Retrieved 2019-12-01.