ବସନ୍ତ ଦାସ
ବସନ୍ତ ଦାସ (୦୨ ଜାନୁଆରୀ ୧୯୪୦ - ୨୮ ମଇ ୨୦୨୧) ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକ ଥିଲେ । ୫୦ ବର୍ଷରୁ ଅଧିକ ସମୟ ଧରି ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସାମ୍ବାଦିକତା କରିଥିଲେ ।[୧] ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ ୨୦୧୦ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଓଡ଼ିଶା ମିଡ଼ିଆ ଏକାଡେମୀ ସମେତ ବହୁ ସଂଗଠନ ସହିତ ଜଡ଼ିତ ଥିଲେ ।[୨]
ବସନ୍ତ ଦାସ | |
---|---|
ଜନ୍ମ | ମଇଁନ୍ଦିପୁର, ବିରିଡ଼ି, ଜଗତସିଂହପୁର ୨ ଜାନୁଆରୀ ୧୯୪୦ |
ମୃତ୍ୟୁ | ୨୮ ମଇ ୨୦୨୧ | (ବୟସ ୮୧)
ମୃତ୍ୟୁର କାରଣ | କରୋନାଭୂତାଣୁ ରୋଗ ୨୦୧୯ |
ଶିକ୍ଷା | ସ୍ନାତକୋତ୍ତର (ରାଜନୀତି ବିଜ୍ଞାନ), ଏଲଏଲବି |
ଶିକ୍ଷାନୁଷ୍ଠାନ | ପ୍ୟାରୀମୋହନ ଏକାଡ଼େମୀ, ଖ୍ରୀଷ୍ଟ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ମହାବିଦ୍ୟାଳୟ |
ବୃତ୍ତି | ସାମ୍ବାଦିକ |
ବ୍ୟକ୍ତିଗତ ଜୀବନ
ସମ୍ପାଦନା୧୯୪୦ ମସିହା ଜାନୁଆରୀ ୨ ତାରିଖରେ ବସନ୍ତ, ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ମଇଁନ୍ଦିପୁରଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମହେବାର ୬ ଦିନ ପରେ ତାଙ୍କର ମାତୃବିୟୋଗ ଘଟିଥିଲା । ସେ ପ୍ୟାରୀମୋହନ ଏକାଡ଼େମୀ ଓ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଏଲଏଲବି କରିଥିଲେ ।[୩]
ସାମ୍ବାଦିକତା
ସମ୍ପାଦନା୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ବସନ୍ତ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ୨୦୦୨ ମସିହାରେ ଅନୁସନ୍ଧାନ ପତ୍ରିକାର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ କୌଣସି ପତ୍ରପତ୍ରିକା ସହିତ ଜଡ଼ିତ ନରହି, ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଥିଲେ ।
ସାହିତ୍ୟ ସର୍ଜନା
ସମ୍ପାଦନାବସନ୍ତ, ୧୬ଟି ପୁସ୍ତକ ରଚନା କରିଥିଲେ । ତାଙ୍କର ଯେ ଦେଶ ଯାଇ ସେ ଫଳ ଖାଇ ଓ ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା ଆଦି ପୁସ୍ତକ ବହୁପଠିତ ।[୪]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୦ (ଯେ ଦେଶ ଯାଇ ସେ ଫଳ ଖାଇ ପୁସ୍ତକ ପାଇଁ)
ଆଧାର
ସମ୍ପାଦନା- ↑ "କରୋନାରେ ପ୍ରାଣ ହରାଇଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ , ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ". www.prameyanews7.com/. ପ୍ରମେୟ. Retrieved 29 May 2021.
- ↑ "କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ". www.khabar.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 29 May 2021. Retrieved 29 May 2021.
- ↑ "କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ". www.odishabhaskar.com. ଓଡ଼ିଶା ଭାସ୍କର. Archived from the original on 29 May 2021. Retrieved 29 May 2021.
- ↑ "ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 29 May 2021. Retrieved 29 May 2021.