ବଳଦେବ ସିଂ

ପଞ୍ଜାବୀ ଲେଖକ

ବଳଦେବ ସିଂ (ବଳଦେବ ସିଂ ସଦକନାମା) ପଞ୍ଜାବୀ ଭାଷାର ଜଣେ ଭାରତୀୟ ଔପନାସିକ ତଥା କାହାଣୀ ଲେଖକ ଥିଲେ । [୧][୨] ସେ ୨୦୧୧ ମସିହାରେ ଉପନ୍ୟାସ ଧାହୱାନ୍ ଦିଲ୍ଲୀ ଦେ କିଙ୍ଗ୍ରେ (Dhahwan Dilli De Kingre) ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ |[୩] ୨୦୧୨ ମସିହା ସୁଦ୍ଧା ସେ ୫୫ଟି ଉପନ୍ୟାସ , ବିଭିନ୍ନ କ୍ଷୁଦ୍ରଗଳ୍ପ ଏବଂ ନାଟକ ଲେଖି ସାରିଛନ୍ତି ।

ବଳଦେବ ସିଂ
ଜନ୍ମ ଓ ଜନ୍ମସ୍ଥାନ1942 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ବୃତ୍ତିଉପନ୍ୟାସ ଓ କାହାଣୀ ଲେଖକ
ଶିକ୍ଷାନୁଷ୍ଠାନଏମ.ଏ, ବି.ଇଡି
ସାହିତ୍ୟ କୃତିଧୱନ ଦିଲ୍ଲୀ ଦେ କିଙ୍ଗ୍ରେ , ସରହକ ନାମା' , ଲାଲ ବତ୍ତି
ପୁରସ୍କାରସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା (୨୦୧୧)

ପ୍ରାରମ୍ଭ ଜୀବନ ସମ୍ପାଦନା

ବଳଦେବ ସିଂ ମୋଗା ଜିଲ୍ଲାର ଚାନ୍ଦ ନୱାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମୁକ୍ତସର ଅଞ୍ଚଳରେ ଶିକ୍ଷକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ଶିକ୍ଷକ ଭାବରେ କିଛି ସମୟ ଅତିବାହିତ କରିଥିଲେ । ପରେ ସେ କଲିକତା ଯାଇ ଟ୍ରକ୍ କ୍ଲିନର୍, ଟ୍ୟାକ୍ସି ଡ୍ରାଇଭର ଏବଂ ଟ୍ରକ୍ ଅପରେଟର ଭାବରେ କାର୍ଯ୍ୟ କରିଥିଲେ ।

ବୃତ୍ତି ସମ୍ପାଦନା

ସିଂ ନିଜର ଉପନ୍ୟାସ ସାଦକନାମା ଏବଂ ଲାଲ ବତ୍ତି ପାଇଁ ଜଣାଶୁଣା । ତାଙ୍କର ଉପନ୍ୟାସ ସାଦକନାମା, ପଞ୍ଜାବର ଟ୍ରକ୍ ଡ୍ରାଇଭରମାନଙ୍କର ଏକ ବର୍ଣ୍ଣନାତ୍ମକ କାହାଣୀ ଥିଲା । ଏହା ଅମୃତା ପ୍ରୀତମଙ୍କ ପତ୍ରିକା ନାଗମାନୀରେ ଏକ ସ୍ତମ୍ଭ ଭାବରେ ଆରମ୍ଭ ହୋଇଥିଲା ଏବଂ ପରେ ଏହା ତିନୋଟି ଗ୍ରନ୍ଥଖଣ୍ଡ ବିଶିଷ୍ଟ ଉପନ୍ୟାସ ଭାବରେ ପ୍ରକାଶିତ ହୋଇଥିଲା । ଏହି ଉପନ୍ୟାସର କାହାଣୀଗୁଡ଼ିକ ସିଂଙ୍କ ପ୍ରକୃତ ଅନୁଭୂତି ଉପରେ ଆଧାରିତ ଥିଲା । ସେ ନିଜେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବାବେଳେ, ୧୦ ବର୍ଷ ଧରି ଟ୍ରକ୍ ଡ୍ରାଇଭର ମଧ୍ୟ ଥିଲେ । ଏହି ପୁସ୍ତକ ପଞ୍ଜାବୀ ସାହିତ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା ଏବଂ "ସାଦକନାମା" ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ତାଙ୍କ ନାମର ଏକ ଅଂଶ ହୋଇଗଲା |[୪]

ତାଙ୍କର ଉପନ୍ୟାସ "ଧୱନ ଦିଲ୍ଲୀ ଦେ କିଙ୍ଗ୍ରେ" କିମ୍ବଦନ୍ତୀ ବିଦ୍ରୋହୀ ଦୁଲ୍ଲା ଭଟ୍ଟୀଙ୍କ ବିଷୟରେ ଥିଲା । ଏହି ଉପନ୍ୟାସ ପାଇଁ ସେ ୨୦୧୧ ମସିହାରେ ପଞ୍ଜାବୀ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ । ସେ ଦିଲ୍ଲୀର "ମେକର୍ସ ଅଫ୍ ଇଣ୍ଡିଆନ୍ ସାହିତ୍ୟ" ସିରିଜ୍ ପାଇଁ ସାହିତ୍ୟ ଏକାଡେମୀ ପାଇଁ ଜଣାଶୁଣା ପଞ୍ଜାବୀ ଲେଖକ ଜିଆନି ଗୁରୁଦିତ ସିଂ (୧୯୨୩-୨୦୦୭)ଙ୍କ ଉପରେ ଏକ ମୋନୋଗ୍ରାମ୍ ପ୍ରକାଶ କରିଥିଲେ ।

ଆଧାର ସମ୍ପାଦନା

  1. "ਬਲਦੇਵ ਸਿੰਘ". Archived from the original on 19 December 2013. Retrieved 17 December 2013.
  2. Singh, Jaspal (25 May 2003). "Punjabi literature Focusing on the problems of Punjab peasantry". The Tribune. Chandigarh, India. Retrieved 18 December 2013.
  3. "ਮਾਂ-ਬੋਲੀ ਪੰਜਾਬੀ ਦੇ ਸੁੱਚੇ ਮੋਤੀ". Retrieved 17 December 2013.
  4. Singh, Nonika (22 January 2012). "The Truth Behind The Fiction". The Tribune. Retrieved 18 December 2013.