ବନମାଳୀ ମହାରଣା

ଓଡ଼ିଆ ରାଜନୀତିଜ୍ଞ

ବନମାଳୀ ମହାରଣା (୧୩ ଜୁନ ୧୯୦୯ - ୨୧ ଫେବୃଆରୀ ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୬୧ କୋଦଳା ଉପ-ନିର୍ବାଚନ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବନମାଳୀ ମହାରଣା
ବିଧାୟକ: ୩ୟ (ଉପ), ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀବିଶ୍ୱନାଥ ଦାସ
ନିର୍ବାଚନ ମଣ୍ଡଳୀକୋଦଳା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀକୋଦଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-06-13)୧୩ ଜୁନ ୧୯୦୯
ମୃତ୍ୟୁ୨୧ ଫେବୃଆରୀ ୧୯୮୯(1989-02-21) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଗୀତାଞ୍ଜଳି ସାହୁ
ବାପା/ବୋଉବାଳକୃଷ୍ଣ ବିନ୍ଧାରିରତ୍ନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବନମାଳୀ ମହାରଣା ୧୯୦୯ ମସିହାର ଜୁନ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଳକୃଷ୍ଣ ବିନ୍ଧାରିରତ୍ନ ଓ ପତ୍ନୀଙ୍କ ନାମ ଗୀତାଞ୍ଜଳି ସାହୁ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବନମାଳୀ ମହାରଣା ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା କୋଦଳା ସୋସିଆଲିଷ୍ଟ ପାର୍ଟି
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା କୋଦଳା ପଶ୍ଚିମ (ଉପ) ପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା କୋଦଳା ପ୍ରଜା ସୋସିଆଲିଷ୍ଟ ପାର୍ଟି

ମୃତ୍ୟୁ ସମ୍ପାଦନା

ବନମାଳୀ ମହାରଣା ୧୯୮୯ ମସିହାର ଫେବୃଆରୀ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Banamali Maharana". odishaassembly.nic.in. Odisha Assembly. Retrieved 22 October 2022.