ବଡ଼ି ଚୁରା ଶୁଖିଲା ଚଟଣି ଭଳି ଖାଦ୍ୟ ଯାହା ମୁଖ୍ୟ ଖାଦ୍ୟର ଶାଖା ଭାବରେ ବ୍ୟବହାର କରାଯାଏ । ଏହାକୁ ସାଧାରଣତଃ ପଖାଳ ସହିତ ଖାଆନ୍ତି ।

ବଡ଼ି ଚୁରା
ବଡ଼ି ଚୁରା
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନବଡ଼ି

ସାମଗ୍ରୀ ସମ୍ପାଦନା

  • ବଡି
  • ଏକ ଛୋଟ ପିଆଜ
  • ୫ ପାଖୁଡ଼ା ରସୁଣ
  • ବଡି ଛାଣିବା ପାଇଁ ତେଲ
  • ୧ ଗୋଟି ଲଙ୍କା
  • ଲୁଣ ସ୍ୱାଦ ଅନୁସାରେ

ତିଆରି ପ୍ରଣାଳୀ ସମ୍ପାଦନା

ପ୍ରଥମେ ବଡିକୁ କଢେଇରେ ଭାଜନ୍ତୁ । ଏହାପରେ ବଡିରୁ ତେଲ ବାହାର କରିଦେଇ ଏହାକୁ ଥଣ୍ଡା ହେବା ପାଇଁ ଦିଅନ୍ତୁ । ଏହାପରେ ସବୁ ବଡ଼ି ସହ ପିଆଜ ଲଙ୍କା ରସୁଣ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଶୀଳ କିମ୍ବା ହେମଦସ୍ତାରେ ଛେଚିଲା ପରେ ବଡ଼ିଚୁରା ପ୍ରସ୍ତୁତ ହୁଏ ।

ଆଧାର ସମ୍ପାଦନା