ଫ୍ଲୁକ୍ଲୋକ୍ସାସିଲିନ

ଏହା ଏକ ପେନିସିଲିନେଜ ପ୍ରତିରୋଧୀ ଔଷଧ ।

ଫ୍ଲୁକ୍ଲୋକ୍ସାସିଲିନ, ଫ୍ଲୋକ୍ସାସିଲିନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଆଣ୍ଟିବାୟୋଟିକ୍ ଯାହା ଚର୍ମ ସଂକ୍ରମଣ, ବାହ୍ୟ କାନ ସଂକ୍ରମଣ, ଗୋଡ ଘାଆ, ମଧୁମେହ ପାଦ ସଂକ୍ରମଣ ଏବଂ ହାଡର ସଂକ୍ରମଣ ପାଇଁ ବ୍ୟବହୃତ ହୁଏ[୩] ନିମୋନିଆ ଏବଂ ଏଣ୍ଡୋକାର୍ଡାଇଟିସର ଚିକିତ୍ସା ପାଇଁ ଏହା ଅନ୍ୟ ଔଷଧ ସହିତ ମିଳିତ ଭାବରେ ବ୍ୟବହୃତ ହୋଇପାରେ । [୩] ଷ୍ଟାଫିଲୋକୋକସ୍ ସଂକ୍ରମଣକୁ ରୋକିବା ପାଇଁ ଏହା ଅସ୍ତ୍ରୋପଚାର ପୂର୍ବରୁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ମେଥିସିଲିନ-ପ୍ରତିରୋଧୀ <i id="mwHQ">ଷ୍ଟାଫିଲୋକୋକସ୍ ଅରିଅସ୍</i> (MRSA) ବିରୁଦ୍ଧରେ ଏହା ପ୍ରଭାବଶାଳୀ ନୁହେଁ। [୪] ଏହା ପାଟିରେ ଦିଆଯାଏ କିମ୍ବା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୩]

ଫ୍ଲୁକ୍ଲୋକ୍ସାସିଲିନ
Clinical data
Trade namesFloxapen, others[୧]
AHFS/Drugs.comInternational Drug Names
Pregnancy
category
Routes of
administration
By mouth, IM, IV, intrapleural, intraarticular
Legal status
Legal status
  • AU: S4 (Prescription only)
  • UK: POM (Prescription only)
Pharmacokinetic data
Bioavailability50–70%
MetabolismLiver
Elimination half-life0.75–1 hour[୨]
ExcretionKidney[୨]
Identifiers
  • (2S,5R,6R)-6-({[3-(2-chloro-5-fluorophenyl)-5-methylisoxazol-4-yl]carbonyl}amino)-3,3-dimethyl-7-oxo-4-thia-1-azabicyclo[3.2.0]heptane-2-carboxylic acid
ECHA InfoCard100.023.683 Edit this at Wikidata
Chemical and physical data
FormulaC19H17ClFN3O5S
Molar mass୪୫୩.୮୭ g·mol−1
3D model (JSmol)
  • O=C(O)[C@@H]3N4C(=O)[C@@H](NC(=O)c2c(onc2c1c(F)cccc1Cl)C)[C@H]4SC3(C)C
  • InChI=1S/C19H17ClFN3O5S/c1-7-10(12(23-29-7)11-8(20)5-4-6-9(11)21)15(25)22-13-16(26)24-14(18(27)28)19(2,3)30-17(13)24/h4-6,13-14,17H,1-3H3,(H,22,25)(H,27,28)/t13-,14+,17-/m1/s1 checkY
  • Key:UIOFUWFRIANQPC-JKIFEVAISA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ପେଟ ଗୋଳମାଳ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ କିମ୍ବା ଗଣ୍ଠି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ଯକୃତ ସମସ୍ୟା ହୋଇପାରେ। [୩] [୫] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ଏହା ନିରାପଦ ମନେହୁଏ। [୩] ପେନିସିଲିନ ଆଲର୍ଜି ଥିଲେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ | [୩] ଏହା ପେନିସିଲିନ୍ ଶ୍ରେଣୀର ଏକ ସଂକୀର୍ଣ୍ଣ-ସ୍ପେକ୍ଟ୍ରମ୍ ବିଟା-ଲାକ୍ଟାମ ଆଣ୍ଟିବାୟୋଟିକ୍ ।[୫] ପେନିସିଲିନେଜ୍ ସୃଷ୍ଟି କରୁଥିବା ଜୀବାଣୁ ବିରୁଦ୍ଧରେ ସକ୍ରିୟ ହେଉଥିବାରୁ ଏହା କ୍ଲୋକ୍ସାସିଲିନ୍ ଏବଂ ଡାଇକ୍ଲୋକ୍ସାସିଲିନ୍ ସହିତ ସମାନ ପ୍ରଭାବଶାଳୀ ହୁଏ ।[୬]

୧୯୬୧ ମସିହାରେ ଫ୍ଲୁକ୍ଲୋକ୍ସାସିଲିନ୍ ପ୍ୟାଟେଣ୍ଟ୍ ହୋଇଥିଲା ।[୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଜ୍ୟରେ ୨୫୦ମିଗ୍ରା ୧୦୦ କ୍ୟାପସୁଲର ମୂଲ୍ୟ ୨୦ ପାଉଣ୍ଡରୁ କମ୍ ଅଟେ ।[୩] ୨୦୧୧ ମସିହା ସୁଦ୍ଧା ଏହା ଆମେରିକା କିମ୍ବା କାନାଡାରେ ବ୍ୟବହୃତ ହୁଏ ନାହିଁ ।[୫]

ଆଧାର ସମ୍ପାଦନା

  1. "Flucloxacillin". Drugs.com (in ଇଂରାଜୀ). Archived from the original on 6 June 2016. Retrieved 11 December 2020.
  2. ୨.୦ ୨.୧ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 188–189. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 582-587. ISBN 978-0-85711-369-6.{{cite book}}: CS1 maint: date format (link)
  4. "Methicillin-resistant Staphylococcus aureus (MRSA)" (PDF). NHS. 2005. p. 3. Archived from the original (PDF) on 12 December 2020. Retrieved 11 December 2020.
  5. ୫.୦ ୫.୧ ୫.୨ Wu, Alan H. B.; Yeo, Kiang-Teck J. (2011). Pharmacogenomic Testing in Current Clinical Practice: Implementation in the Clinical Laboratory (in ଇଂରାଜୀ). Springer Science & Business Media. ISBN 978-1-60761-283-4. Archived from the original on 2021-05-16. Retrieved 2020-12-14.
  6. Weller, Richard B.; Hunter, Hamish J. A.; Mann, Margaret W. (2014). Clinical Dermatology (in ଇଂରାଜୀ). John Wiley & Sons. p. 411. ISBN 978-1-118-85097-8. Archived from the original on 2021-05-25. Retrieved 2020-12-18.
  7. Alapi, Erika M.; Fischer, Jánus (2006). "Part III. Table of Selected Analogue Classes". In Fischer, János; Ganellin, C. Robin (eds.). Analogue-based Drug Discovery (in ଇଂରାଜୀ). Wiley-VCH. p. 491. ISBN 978-3-527-31257-3. Archived from the original on 2021-05-20. Retrieved 2020-09-19.