ଫ୍ରିଡ଼ା ଟପ୍ନୋ

ଓଡ଼ିଆ ରାଜନୀତିଜ୍ଞ

ଫ୍ରିଡା ଟପ୍ନୋ, (୨୦ ସେପ୍ଟେମ୍ବର ୧୯୨୫- ୬ ଫେବୃଆରୀ ୨୦୧୮), ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।[୧] ସେ ଓଡ଼ିଶାର ପୂର୍ବତନ ସାଂସଦ, ମନ୍ତ୍ରୀ ତଥା ପ୍ରଥମ ମହିଳା ଆଦିବାସୀ ଗ୍ରାଜୁଏଟ୍ ।

ଫ୍ରିଡା ଟପ୍ନୋ
ରାଜ୍ୟ ସଭା ସଭ୍ୟ
କାର୍ଯ୍ୟକାଳ
୧୯୯୮- ୨୦୦୨
୧୦ମ ଓ ୧୧ଶ ଲୋକ ସଭା ସଭ୍ୟ
କାର୍ଯ୍ୟକାଳ
୧୯୯୧ - ୧୯୯୮
ପୂର୍ବ ଅଧିକାରୀଦେବାନନ୍ଦ ଅମାତ
ପର ଅଧିକାରୀଜୁଏଲ ଓରାମ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
୯ମ ଓଡ଼ିଶା ବିଧାନ ସଭା ସଭ୍ୟ
କାର୍ଯ୍ୟକାଳ
୧୯୮୫- ୧୯୯୦
ପୂର୍ବ ଅଧିକାରୀନେଲସନ ସୋରେଙ୍ଗ
ପର ଅଧିକାରୀରବି ଦେହୁରୀ
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-09-20)୨୦ ସେପ୍ଟେମ୍ବର ୧୯୨୫
ସୁନ୍ଦରଗଡ, ଓଡ଼ିଶା
ମୃତ୍ୟୁ୬ ଫେବୃଆରୀ ୨୦୧୮(2018-02-06) (ବୟସ ୯୨)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଘରଭୁବନେଶ୍ୱର, ଓଡ଼ିଶା

ଆଦ୍ୟ ଜୀବନ ସମ୍ପାଦନା

ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ବ୍ଲକର ରୁନ୍ ଗାଁରେ ସେ ଜନ୍ମ ହୋଇଥିଲେ । ସେ ସେଠାରେ ପ୍ରାଥମିକ ଶିକ୍ଷା ଓ ପରେ ସୁନ୍ଦରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ୍ ଶିକ୍ଷା ଲାଭ କରିଥିଲେ । ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଆଇଏ, ବିଏ ପାସ୍ କରିଥିଲେ । ଚାକିରୀରେ ଓଏଏସ୍ ପାହ୍ୟାକୁ ପଦୋନ୍ନତି ପାଇ ଉପସଚିବ ଭାବେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

ସରକାରୀ କାର୍ଯ୍ୟରୁ ଅବସର ପରେ ୧୯୮୫ରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ହୋଇଥିଲେ । ପରେ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀପଦ ମିଳିଥିଲା । ସେ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଭାବେ ୧୯୯୧ରେ ୧୦ମ ଲୋକ ସଭା ଓ ୧୯୯୬ରେ ୧୧ତମ ଲୋକ ସଭାକୁ ଓଡ଼ିଶାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ୬ ଫେବୃଆରୀ ୨୦୧୮ରେ ୯୨ ବର୍ଷ ବୟସରେ ମୃତ୍ୟୁଲାଭ କରିଥିଲେ ।[୩][୪]

ସେ ୧୯୯୮-୨୦୦୨ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୫]

ଅନ୍ୟାନ୍ୟ ସମ୍ପାଦନା

ସେ ଓଡ଼ିଶା ମହିଳା ହକି ଆସୋସିଏସନ୍ ତିଆରି କରି ଆଦିବାସୀ ବାଳିକାଙ୍କୁ ଉତ୍ସାହିତ କରିଥିଲେ । ସେ ସର୍ବଭାରତୀୟ ମହିଳା ହକି ଫେଡ଼େରେସନର ଉପସଭାନେତ୍ରୀ ଥିଲେ । ଧରତୀ ଆବବା ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସଂସଦ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଆଧାର ସମ୍ପାଦନା

  1. "Ms. Frida Topno". Oidisha Helpline. Retrieved 13 June 2015.
  2. "ପୂର୍ବତନ ସାଂସଦ ଓ ମନ୍ତ୍ରୀ ଫ୍ରିଡା ଟପ୍ନୋ ଆଉ ନାହାନ୍ତି". Samaj. 7 February 2018. {{cite news}}: |access-date= requires |url= (help)
  3. "Former Odisha Congress MP Frida Topno dies at 92". Tribuneindia.com. 6 February 2018. Retrieved 6 February 2018.[permanent dead link]
  4. ANI
  5. "List of Rajya Sabha members Since 1952".