ଫରହାନ ଅଖତାର

ଭାରତୀୟ ଅଭିନେତା

ଫରହାନ ଅଖତାର (ଜନ୍ମ: ୯ ଜାନୁଆରୀ ୧୯୭୪), ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ, ପ୍ରଯୋଜକ, ଅଭିନେତା, ପ୍ରଚ୍ଛଦପଟ ଗାୟକ, ଗୀତିକାର, ଦୂରଦର୍ଶନ ତ‌ଥା ମଞ୍ଚ ଉପସ୍ଥାପକ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଜଣେ ସକ୍ରିୟ କଳାକାର ଭାବରେ କାର୍ଯ୍ୟ କରଚନ୍ତି । ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଫରହାନଙ୍କର ପିତା ଜାବେଦ ଅଖତାର ହେଉଛନ୍ତି ହିନ୍ଦୀ କଥାଚିତ୍ର ଜଗତର ଜଣେ ସୁପ୍ରସିଦ୍ଧ ଗୀତିକାର ଏବଂ ତାଙ୍କ ମାଆ ହନି ଇରାନୀ ମଧ୍ୟ ଜଣେ ଲେଖିକା ଏବଂ ଅଭିନେତ୍ରୀ ।[୩][୪][୫] ତେଣୁ ଫରହାନ ପିଲାଦିନୁ ହିନ୍ଦୀ କଥାଚିତ୍ର ଜଗତ ସ‌ହ ଜଡ଼ିତ ଥିଲେ । ୧୯୯୧ ମସିହାରେ ଫରହାନ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଜଣେ ସ‌ହକାରୀ ନିର୍ଦ୍ଦେଶକ ଭାବରେ ୧୯୯୧ ମସିହାରେ ଲମ୍ହେ[୬] ଓ ୧୯୯୭ ମସିହାରେ ହିମାଳୟ ପୁତ୍ର ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ ।[୭]

ଫରହାନ ଅଖତାର
୨୦୧୬ରେ ଫରହାନ
Born (1974-01-09) ୯ ଜାନୁଆରୀ ୧୯୭୪ (ବୟସ ୫୦)[୧]
Occupations
  • ଅଭିନେତା
  • ନିର୍ଦ୍ଦେଶକ
  • ପ୍ରଚ୍ଛଦପଟ ଗାୟକ
  • ପ୍ରଯୋଜକ
  • ଲେଖକ
Years active୨୦୦୧–ଏବେଯାଏଁ
Spouse
ଅଧୁନା ଭବାନୀ
(m. ୨୦୦୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Children[୨]
Parent(s)ଜାବେଦ ଅଖତାର
ହନି ଇରାନୀ
Relativesଜୋୟା ଅଖତାର (ଭଉଣୀ)

ଫରହାନ ରିତେଶ ସିଧ୍‌ବାନୀଙ୍କ ସ‌ହ ମିଶି ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ନାମକ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିବାପରେ ୨୦୦୧ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୮] ସେ ୨୦୦୧ର ହିନ୍ଦୀ କଥାଚିତ୍ର ଦିଲ୍ ଚାହାତା ହୈର ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହି କଥାଚିତ୍ରଟି ଯୁବକମାନଙ୍କ ଉପରେ ଉଦିଷ୍ଟ ଥିଲା ଓ ସମୀକ୍ଷକମାନେ ପ୍ରସଂଶା କରିଥିଲେ ।[୯] ଏହି ଚଳଚ୍ଚିତ୍ରଟି ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲା ।[୧୦] ଏହାପରେ ସେ ୨୦୦୪ରେ ଅନ୍ୟ ଏକ ହିନ୍ଦୀ କଥାଚିତ୍ର ଲକ୍ଷ୍ୟ ନିର୍ମାଣ କରିଥିଲେ[୧୧] ଏବଂ ସେହି ବର୍ଷ ସେ ଇଂରାଜୀ କଥାଚିତ୍ର ଜଗତରେ ମଧ୍ୟ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୪ର ଇଂରାଜୀ ଚଳଚ୍ଚିତ୍ର ବ୍ରିଜ୍ ଆଣ୍ଡ୍ ପ୍ରେଜୁଡାଇସ୍‌ ପାଇଁ ଫରହାନ ଗୀତ ରଚନା କରିଥିଲେ ।[୧୨] ୨୦୦୬ରେ ଫରହାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଡନ୍ ବ‌ହୁତ ବଡ଼ ବ୍ୟବସାୟିକ ସଫଳତା ପାଇଥିଲା ।[୧୩] ୨୦୦୭ ମସିହାରେ ଏଚଆଇଭି/ଏଡସ ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଏବଂ ସଚେତନତା ବଢ଼ାଇବା ପାଇଁ ଫରହାନ ପଜିଟିଭ୍ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୧୪]

ଯଦିଓ ଆରମ୍ଭରୁ ଫରହାନ ଦ ଫକିର ଅଫ୍ ଭେନିସ୍‌ରେ କିଛିଟା ଅଭିନୟ କରିଥିଲେ, କିନ୍ତୁ ୨୦୦୮ ମସିହାରେ ରକ୍ ଅନ୍ ଚଳଚ୍ଚିତ୍ର ଜରିଆରେ ନାୟକ ଭାବରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କଲେ ।[୧୫] ଏହି କଥାଚିତ୍ରଟି ପାଇଁ ସେ ପ୍ରଯୋଜକ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ[୧୬] ଏବଂ ଫିଲ୍ମ‌ଫେୟାରରେ ଇମ୍ରାନ ଖାଁଙ୍କ ସ‌ହିତ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ପାଇଥିଲେ । ଏହାପରେ ସେ ୨୦୧୧ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଜିନ୍ଦେଗୀ ନା ମିଲେଗୀ ଦୋବାରାର ସଂଳାପ ରଚନା କରିଥିଲେ, ପ୍ରଯୋଜନା କରିଥିଲେ ଏବଂ ଅଭିନୟ ମଧ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟି ମଧ୍ୟ ସଫଳ ବ୍ୟବସାୟ କରିଥିଲା ଏବଂ ଫିଲ୍ମ‌ଫେୟାରରେ ଫରହାନ‌ଙ୍କୁ ଶ୍ରେଷ୍ଠ ସ‌ହକାରୀ ଅଭିନେତା, ଶ୍ରେଷ୍ଠ ସଂଳାପକାର ପୁରସ୍କାର ମିଳିବା ସ‌ହ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ସେହି ବର୍ଷ ଫରହାନ ଡନ୍ ଚଳଚ୍ଚିତ୍ରର ୨ୟ ଭାଗ ଡନ୍ ୨ ମଧ୍ୟ ନିର୍ମାଣ କରିଥିଲେ, ଯାହାକି ଆଜିଯାଏଁ ତାଙ୍କର ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର । ଏହାପରେ ୨୦୧୩ ମସିହାରେ ଫରହାନ ଭାରତୀୟ ଧାବକ ମିଲ୍‌ଖା ସିଂହଙ୍କର ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଭାଗ୍ ମିଲ୍‌ଖା ଭାଗ୍‌ରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ପାଇଁ ଫରହାନଙ୍କୁ ଅନେକ ପ୍ରସଂଶା ମିଳିଥିଲା ଏବଂ ତାଙ୍କୁ ଫିଲ୍ମ‌ଫେୟାର ଓ ଆଇଫାରେ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା । ଫରହାନ ଏହି କଥାଚିତ୍ର ପାଇଁ ଆବଶ୍ୟକ ଅନୁସାରେ ବ୍ୟାୟାମ କରି ନିଜର ଶାରିରୀକ ଗଠନ‌କୁ ବଦଳାଇଥିଲେ । ଏହାପରେ ୨୦୧୬ରେ ଫରହାନ ୱଜିର୍ ଓ ଦିଲ୍ ଧଡ଼କ୍‌ନେ ଦୋ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଆଧାର ସମ୍ପାଦନା

  1. "Farhan Akhtar turns 34". Rediff. 9 January 2008. Archived from the original on 15 July 2011. Retrieved 1 March 2011.
  2. The Telegraph 22 January 2016 Archived 1 April 2017 at the Wayback Machine.
  3. Indo-Asian News Service (24 July 2011). "Farhan Akhtar: For the love of friendship". The Tribune (Chandigarh). Archived from the original on 16 October 2013. Retrieved 17 March 2012.
  4. "10 Self-Proclaimed Celebrity Atheists | Entertainment | iDiva.com | Page 4". iDiva.com. Archived from the original on 29 October 2013. Retrieved 16 December 2013.
  5. "Celebs who are atheist". The Times of India. Archived from the original on 4 October 2016. Retrieved 16 September 2016.
  6. Sanjoy Narayan (2 December 2011). "Farhan Akhtar". Hindustan Times. Archived from the original on 6 December 2011. Retrieved 17 March 2012.
  7. Katyal, Gauri (12 December 2008). "Fresh faces of 2008". NDTV. Archived from the original on 9 February 2011. Retrieved 20 May 2012.
  8. "Culture list | Farhan Akhtar — Culture". Live Mint. 30 August 2008. Archived from the original on 7 December 2008. Retrieved 13 April 2012.
  9. Dipti Nagpaul-D'Souza (8 December 2011). "Farhan Akhtar's Trade Fare". The Indian Express. Retrieved 2 April 2012.
  10. "Lagaan sweeps national film awards". The Times of India. 28 July 2002. Archived from the original on 30 September 2013. Retrieved 27 January 2009.
  11. Ashraf, Syed Firdaus (8 April 2004). "Lakshya is about Hrithik, about finding yourself". Rediff. Archived from the original on 7 June 2011. Retrieved 19 March 2012.
  12. Roy, Saumya (17 May 2004). "Farhan Akhtar". Outlook (magazine). Retrieved 19 March 2012.
  13. < "Box Office worldwide". Box office India. Archived from the original on 5 November 2013. Retrieved 27 January 2009.
  14. "Positive (2007) – Under Production". Bollywood Hungama. Retrieved 20 March 2012.[permanent dead link]
  15. "Rock On!! (August 29, 2008) – Released". Bollywood Hungama. Archived from the original on 17 November 2017. Retrieved 20 March 2012.
  16. "Box Office 2008". BoxOffice India. Archived from the original on 6 January 2010. Retrieved 27 January 2009.

ବାହାର ଆଧାର ସମ୍ପାଦନା